ମୌସୁମୀ ଅଧିବେଶନରେ ଆସିବ ବହୁ ପ୍ରତିକ୍ଷିତ ଓଡ଼ିଶା ପୋଲିସ ବିଲ-୨୦୧୫

ଭୁବନେଶ୍ୱର: ମୌସୁମୀ ଅଧିବେଶନରେ ଆସିବ ବହୁ ପ୍ରତୀକ୍ଷିତ ଓଡ଼ିଶା ପୋଲିସ ବିଲ-୨୦୧୫। ଗତ ବଜେଟ ଅଧିବେଶନରେ ଏହା ଉପସ୍ଥାପିତ ହୋଇଥିଲେ ମଧ୍ୟ ଆଲୋଚନାକୁ ଆସି ନ ଥିଲା । ଏଥର କିନ୍ତୁ ଓଡ଼ିଆରେ ବିଲର ନକଲ ସଦସ୍ୟଙ୍କୁ ଦିଆଯିବା ସହ ଏହାକୁ ପାସ କରିବା ପାଇଁ ଉଦ୍ୟମ କରିବେ ସରକାର । ସେପଟେ ବିଲରେ ଥିବା କିଛି ବ୍ୟବସ୍ଥାକୁ ଉଭୟ କଂଗ୍ରେସ ଓ ବିଜେପି ବିରୋଧ କରୁଛନ୍ତି। ପ୍ରଥମ ଥର ପାଇଁ ଓଡିଆ ଭାଷାରେ ଆସିବ ପୋଲିସ […]

police

Rakesh Mallick
  • Published: Sunday, 16 August 2015
  • , Updated: 16 August 2015, 04:50 PM IST

ଭୁବନେଶ୍ୱର: ମୌସୁମୀ ଅଧିବେଶନରେ ଆସିବ ବହୁ ପ୍ରତୀକ୍ଷିତ ଓଡ଼ିଶା ପୋଲିସ ବିଲ-୨୦୧୫। ଗତ ବଜେଟ ଅଧିବେଶନରେ ଏହା ଉପସ୍ଥାପିତ ହୋଇଥିଲେ ମଧ୍ୟ ଆଲୋଚନାକୁ ଆସି ନ ଥିଲା । ଏଥର କିନ୍ତୁ ଓଡ଼ିଆରେ ବିଲର ନକଲ ସଦସ୍ୟଙ୍କୁ ଦିଆଯିବା ସହ ଏହାକୁ ପାସ କରିବା ପାଇଁ ଉଦ୍ୟମ କରିବେ ସରକାର । ସେପଟେ ବିଲରେ ଥିବା କିଛି ବ୍ୟବସ୍ଥାକୁ ଉଭୟ କଂଗ୍ରେସ ଓ ବିଜେପି ବିରୋଧ କରୁଛନ୍ତି।

ପ୍ରଥମ ଥର ପାଇଁ ଓଡିଆ ଭାଷାରେ ଆସିବ ପୋଲିସ ବିଲ୍ । ଗତ ବଜେଟ ଅଧିବେଶନରେ ବିଲ ଉପସ୍ଥାପିତ ହୋଇଥିଲା । ଓଡିଆରେ ବିଲର ନକଲ ଦେବା ପାଇଁ ବିରୋଧୀ ଦଳ ନେତା ଦାବି କରିବା ପରେ ସରକାର ଏହାକୁ ମାନି ନେଇଛନ୍ତି । ବିଲର ଓଡିଆ ନକଲ ସବୁ ସଦସ୍ୟଙ୍କୁ ଦିଆଯିବ । ତେବେ ବିଲର ଭାଗ୍ୟ ଓ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ବିଲରେ ଥିବା ବ୍ୟବସ୍ଥାକୁ ସହଜରେ ଗ୍ରହଣ କରୁନାହଁନ୍ତି ବିରୋଧୀ ଦଳ ।  ପ୍ରଥମତଃ ପୋଲିସ୍ ବିଲରେ ଷ୍ଟେଟ ସିକ୍ୟୁରିଟି କମିଶନ ଗଠନ ନେଇ ଥିବା ବ୍ୟବସ୍ଥାରେ ବିରୋଧୀ ଦଳ ନେତାଙ୍କୁ ସଦସ୍ୟ ରଖାଯାଇ ନ ଥିବାରୁ ତୁମ୍ୱିତୋଫାନ କରିବେ ବିରୋଧୀ । ଏହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ଅଭିଯୋଗ କରି ବିଲରେ ସଂଶୋଧନ ପ୍ରସ୍ତାବ ଆଣି ପାରନ୍ତି ବିରୋଧୀ । ଏପଟେ ବିରୋଧୀ ଦଳ ଚାହିଁଲେ ଆଲୋଚନା ବେଳେ ବିଲରେ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ଆଣିପାରନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଜେନା ।

ସୂଚନାଯୋଗ୍ୟ, ପୋଲିସ ବିଲ୍-୨୦୧୫ରେ ଥିବା ବ୍ୟବସ୍ଥା ଅନୁସାରେ ପୋଲିସ ଡିଜିଙ୍କ ସର୍ବନିମ୍ନ କାର୍ଯ୍ୟକାଳ ଦୁଇବର୍ଷ ରହିବ । ତେବେ ତାଙ୍କ ବିରୋଧରେ ଦୁର୍ନୀତି ଓ ମାନସିକ ନିର୍ଯାତନା ଭଳି ମାମଲାରେ ଚାର୍ଜଫ୍ରେମ୍ ହେଲେ, କୌଣସି ଅଭିଯୋଗରେ ଚାକିରିରୁ ସସପେଣ୍ଡ ହେଲେ, ତଳ ପାହ୍ୟାକୁ ଖସାଇ ଦିଆଗଲେ, ଶାରୀରିକ ଓ ମାନସିକ ସୁସ୍ଥତା ହରାଇଲେ, କର୍ତ୍ତବ୍ୟ ସମ୍ପାଦନ ପାଇଁ ଅକ୍ଷମ ହେଲେ, ଉପର ପାହ୍ୟାକୁ ଉନ୍ନୀତ ହେଲେ ବା ସ୍ୱେଚ୍ଛାକୃତ ଅବସର ନେଲେ ଡିଜି ପଦବୀ ହରାଇବାକୁ ପଡ଼ିବ । ନୂଆ ପୋଲିସ ବିଲ୍ ଲାଗୁ ହେବାର ୬ ମାସ ମଧ୍ୟରେ ରାଜ୍ୟ ସରକାର ଷ୍ଟେଟ ସିକ୍ୟୁରିଟି କମିଶନ  ଗଠନ କରିବେ । ଏଥର ଅଧିବେଶନରେ ପୋଲିସ ବିଲ ସହ ୮ଟି ବିଲ୍ ଆସିବ।

Related story