ବୈଜୟନ୍ତ କହିଲେ ମୋ କଥାର ଭିନ୍ନ ଅର୍ଥ ବାହାର କରାଯାଉଛି

ଭୁବନେଶ୍ୱର: ସୁଯୋଗ ମିଳିଲେ ସମ୍ବଲପୁରବାସୀଙ୍କ ସେବା କରିବି ବୋଲି ଗତକାଲି ସାଂସଦ ବୈଜୟନ୍ତ ପଣ୍ଡା ଦେଇଥିବା ମନ୍ତବ୍ୟ ଉପରେ ଚର୍ଚ୍ଚା ଜୋର୍ ଧରିଛି। ଆଜି ଏ ନେଇ ବୈଜୟନ୍ତ ସ୍ପଷ୍ଟୀକରଣ ଦେଇଛନ୍ତି। କିଛି ଲୋକ ଏଥିରୁ, ସେ ସମ୍ବଲପୁରରୁ ନିର୍ବାଚନ ଲଢ଼ିବାକୁ ଉଦ୍ଦେଶ୍ୟ ରଖୁଥିବା ନେଇ ଅର୍ଥ ବାହାର କରୁଛନ୍ତି, ତେବେ ସେ ସେମିତି କିଛି କହି ନାହାଁନ୍ତି ବୋଲି ଟ୍ୱିଟ୍ କରି ଜଣାଇଛନ୍ତି ବୈଜୟନ୍ତ। ଗତକାଲି ସମ୍ୱଲପୁର ପ୍ରେସ୍‌ କ୍ଲବରେ ଆୟୋଜିତ ସମ୍ୱର୍ଦ୍ଧନା ଉତ୍ସବରେ ଯୋଗଦେଇ […]

jb

Rakesh Mallick
  • Published: Sunday, 24 September 2017
  • , Updated: 24 September 2017, 10:51 PM IST

ଭୁବନେଶ୍ୱର: ସୁଯୋଗ ମିଳିଲେ ସମ୍ବଲପୁରବାସୀଙ୍କ ସେବା କରିବି ବୋଲି ଗତକାଲି ସାଂସଦ ବୈଜୟନ୍ତ ପଣ୍ଡା ଦେଇଥିବା ମନ୍ତବ୍ୟ ଉପରେ ଚର୍ଚ୍ଚା ଜୋର୍ ଧରିଛି। ଆଜି ଏ ନେଇ ବୈଜୟନ୍ତ ସ୍ପଷ୍ଟୀକରଣ ଦେଇଛନ୍ତି। କିଛି ଲୋକ ଏଥିରୁ, ସେ ସମ୍ବଲପୁରରୁ ନିର୍ବାଚନ ଲଢ଼ିବାକୁ ଉଦ୍ଦେଶ୍ୟ ରଖୁଥିବା ନେଇ ଅର୍ଥ ବାହାର କରୁଛନ୍ତି, ତେବେ ସେ ସେମିତି କିଛି କହି ନାହାଁନ୍ତି ବୋଲି ଟ୍ୱିଟ୍ କରି ଜଣାଇଛନ୍ତି ବୈଜୟନ୍ତ।

ଗତକାଲି ସମ୍ୱଲପୁର ପ୍ରେସ୍‌ କ୍ଲବରେ ଆୟୋଜିତ ସମ୍ୱର୍ଦ୍ଧନା ଉତ୍ସବରେ ଯୋଗଦେଇ ବୈଜୟନ୍ତ କହିଥିଲେ, “ପଶ୍ଚିମ ଓଡ଼ିଶାର ଅବିଭକ୍ତ ସମ୍ୱଲପୁର ଜିଲ୍ଲାରେ ମୋର ମାମୁ ଘର। ଏଠାରେ ମୋତେ ବହୁ ସ୍ନେହ ମିଳେ, ଆଜି ମଧ୍ୟ ମିଳୁଛି। ଯେତେଦୂର ସମ୍ଭବ ସେହି ସ୍ନେହକୁ ଫେରାଇ ଦେବାକୁ ଚେଷ୍ଟା କରୁଛି। ସୁଯୋଗ ମିଳିଲେ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ସେବା କରିବି।” ବୈଜୟନ୍ତଙ୍କ ଏହି ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ୍ ସୃଷ୍ଟି ହୋଇଥିଲା। ଆଗାମୀ ନିର୍ବାଚନରେ ବୈଜୟନ୍ତ, ପଶ୍ଚିମ ଓଡିଶାର କୌଣସି ଲୋକସଭା ଆସନରୁ ପ୍ରାର୍ଥୀ ହେବେ କି ବୋଲି ରାଜନୈତିକ ମହଲ ଓ କିଛି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ତେବେ ଆଜି ଟ୍ୱିଟ୍‌ କରି ଏପରି ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଛନ୍ତି ସେ।

ଟ୍ୱିଟ୍‌ କରି ସେ ଲେଖିଛନ୍ତି, କିଛି ଲୋକ ତାଙ୍କ ମନ୍ତବ୍ୟର ଭିନ୍ନ ଅର୍ଥ ବାହାର କରିଛନ୍ତି। ସୁଯୋଗ ମିଳିଲେ ସମ୍ବଲପୁରବାସୀଙ୍କ ସେବା କରିବା ମନ୍ତବ୍ୟକୁ କିଛି ଲୋକ ସେ ସମ୍ବଲପୁରରୁ ନିର୍ବାଚନ ଲଢ଼ିବାକୁ ଉଦ୍ଦେଶ୍ୟ ରଖୁଥିବା ନେଇ ଅର୍ଥ ବାହାର କରୁଛନ୍ତି। ମୁଁ ସେଭଳି କହିନାହିଁ। ମୁଁ କେଉଁଠୁ ପ୍ରାର୍ଥୀ ହେବେ ତାହା ଦଳ ଏବଂ ଲୋକଙ୍କ ଉପରେ ନିର୍ଭର କରେ।

ତାଙ୍କ ଅଫିସ୍‌ରୁ ଏନେଇ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ସ୍ପଷ୍ଟୀକରଣ ଦିଆଯାଇଛି। ଏଥିରେ କୁହାଯାଇଛି କେନ୍ଦ୍ରାପଡ଼ା ଲୋକଙ୍କଠାରୁ ଅନେକ ସ୍ନେହ ଶ୍ରଦ୍ଧା ମିଳିଛି। ସଂସଦରେ କେନ୍ଦ୍ରାପଡ଼ାକୁ ପ୍ରତିନିଧିତ୍ୱ କରି ସେ ଗର୍ବ ଅନୁଭବ କରୁଥିବା ଦର୍ଶାଇଛନ୍ତି।

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି- “ବୈଜୟନ୍ତ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀରେ ସୀମିତ ନୁହଁନ୍ତି। ତାଙ୍କ ସମ୍ପର୍କ ସାରା ଓଡିଶାରେ ରହିଛି। ସେ କେଉଁଠୁ ପ୍ରାର୍ଥୀ ହେବେ ତାହା ଦଳୀୟ ନିଷ୍ପତ୍ତି ଉପରେ ନିର୍ଭର କରୁଛି।”

ଅନ୍ୟପକ୍ଷରେ ବୈଜୟନ୍ତଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି- “ସେ ନବୀନ ବାବୁଙ୍କୁ ବାର୍ତ୍ତା ଦେବାକୁ ଚାହିଁଛନ୍ତି, ରାଜ୍ୟର ଅନ୍ୟ ସ୍ଥାନରେ ତାଙ୍କ ପ୍ରତି ସମର୍ଥନ ରହିଛି। ସେଥିପାଇଁ ସେ (ନବୀନ ପଟ୍ଟନାୟକ) ସତର୍କ ରୁହନ୍ତୁ। କେନ୍ଦ୍ରାପଡ଼ାରେ ଯେଉଁମାନେ ତାଙ୍କୁ ହଇରାଣ କରୁଛନ୍ତି ବନ୍ଦ କରନ୍ତୁ।”

କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ ବୈଜୟନ୍ତଙ୍କ ଟ୍ୱିଟ୍‌କୁ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି- “ବୈଜୟନ୍ତ ପଣ୍ଡାଙ୍କ ପ୍ରତି ଯେଉଁ ଅନ୍ୟାୟ, ଅତ୍ୟାଚାର ହେଉଛି, ସେଥିପାଇଁ ସେ ସମ୍ବଲପୁର (ମାମୁ ଘର) ବୁଲିଲେଣି। ଏପଟେ ବିଧାୟକ ଜେଲ୍‌ରେ। ଭର୍ତ୍ତୃହରି ମହତାବ, ତଥାଗତ ସତପଥିଙ୍କ କଥା ନ କହିବା ଭଲ। ନବୀନ ବାବୁଙ୍କ ଅବସ୍ଥା ଶୋଚନୀୟ। କ’ଣ କରିବେ କିଛି ଚିନ୍ତା କରିପାରୁ ନାହାଁନ୍ତି।

Related story