ବ୍ରହ୍ମପୁର: ନାବାଳିକାକୁ ଦୁର୍ଷ୍କମ ଅଭିଯୋଗ

ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାବନ୍ଧ ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଗାଁର ଜଣେ ଯୁବକଙ୍କୁ ଅଟକ ରଖିବା ସହ ତା’ର ଓ ନାବାଳିକାର ଡାକ୍ତରୀମାଇନା କରାଇଛି। ଅଭିଯୋଗ ଅନୁସାରେ ଗତକାଲି ରାତିରେ ଜଣେ ଯୁବକ ତାଙ୍କ ପଡ଼ୋଶୀଙ୍କ ଝିଅକୁ ଏକା ପାଇ ବଳାତ୍କାର କରିଥିଲେ। ଏ ନେଇ ପୀଡ଼ିତାଙ୍କ ପରିବାର ଲୋକେ ଜାଣିବା ପରେ ପୁରୁଷୋତ୍ତମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। “ଘଟଣାର […]

Crime

Rakesh Mallick
  • Published: Friday, 12 August 2016
  • , Updated: 12 August 2016, 11:38 PM IST

ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାବନ୍ଧ ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଗାଁର ଜଣେ ଯୁବକଙ୍କୁ ଅଟକ ରଖିବା ସହ ତା’ର ଓ ନାବାଳିକାର ଡାକ୍ତରୀମାଇନା କରାଇଛି।

ଅଭିଯୋଗ ଅନୁସାରେ ଗତକାଲି ରାତିରେ ଜଣେ ଯୁବକ ତାଙ୍କ ପଡ଼ୋଶୀଙ୍କ ଝିଅକୁ ଏକା ପାଇ ବଳାତ୍କାର କରିଥିଲେ। ଏ ନେଇ ପୀଡ଼ିତାଙ୍କ ପରିବାର ଲୋକେ ଜାଣିବା ପରେ ପୁରୁଷୋତ୍ତମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

“ଘଟଣାର ତଦନ୍ତ ଚାଲିଛି ଡାକ୍ତରୀମାଇନା ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ” ବୋଲି  ଏଫଏମ୍‌ଟି ବିଭାଗ ସହକାରୀ ପ୍ରଫେସର ଡାକ୍ତର କିରଣ କୁମାର ପଟ୍ଟନାୟକ କହିଛନ୍ତି।

Related story