ପୋଲାଭରମ ପ୍ରକଳ୍ପ ବିରୋଧରେ ଲଢିବେ ତିନି ରାଜ୍ୟର ଆଞ୍ଚଳିକ ଦଳ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ସରକାର ଦ୍ୱାରା ନିର୍ମାଣଧୀନ ପୋଲାଭରମ ପ୍ରକଳ୍ପ ବିରୋଧରେ ଏକାଠି ହୋଇପାରନ୍ତି ଛତିଶଗଡ, ଓଡ଼ିଶା ଓ ତେଲେଙ୍ଗାନାର ଆଞ୍ଚଳିକ ଦଳ। ପ୍ରଥମେ ଏହି ପ୍ରସଙ୍ଗରେ ଛତିଶଗଡ ଜନତା କଂଗ୍ରେସ (ସିଜେସି) ଓ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ୍‌) ଏକାଠି ହେବା ପରେ ବିଜେଡି ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ମିଳିତ ଭାବେ ପୋଲାଭରମ ପ୍ରକଳ୍ପ ଓ ଆନ୍ଧ୍ରପ୍ରଦେଶ ବିରୋଧରେ ଲଢିବା ଆଶା କରାଯାଉଛି। ମହାନଦୀ ପ୍ରସଙ୍ଗରେ ଓଡ଼ିଶା ସହ ଅସହମତ ଥିବା ଛତିଶଗଡ ଜନତା କଂଗ୍ରେସ […]

nabin-joshi-trs

Rakesh Mallick
  • Published: Saturday, 17 September 2016
  • , Updated: 17 September 2016, 09:46 PM IST

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ସରକାର ଦ୍ୱାରା ନିର୍ମାଣଧୀନ ପୋଲାଭରମ ପ୍ରକଳ୍ପ ବିରୋଧରେ ଏକାଠି ହୋଇପାରନ୍ତି ଛତିଶଗଡ, ଓଡ଼ିଶା ଓ ତେଲେଙ୍ଗାନାର ଆଞ୍ଚଳିକ ଦଳ। ପ୍ରଥମେ ଏହି ପ୍ରସଙ୍ଗରେ ଛତିଶଗଡ ଜନତା କଂଗ୍ରେସ (ସିଜେସି) ଓ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ୍‌) ଏକାଠି ହେବା ପରେ ବିଜେଡି ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି।

ମିଳିତ ଭାବେ ପୋଲାଭରମ ପ୍ରକଳ୍ପ ଓ ଆନ୍ଧ୍ରପ୍ରଦେଶ ବିରୋଧରେ ଲଢିବା ଆଶା କରାଯାଉଛି। ମହାନଦୀ ପ୍ରସଙ୍ଗରେ ଓଡ଼ିଶା ସହ ଅସହମତ ଥିବା ଛତିଶଗଡ ଜନତା କଂଗ୍ରେସ ପୋଲାଭରମ ପାଇଁ ବିଜେଡି ସହ ହାତ ମିଳାଇବାକୁ ଆଗ୍ରହ ପ୍ରକାଶ କରିଛି। ମିଳିତ ଭାବେ ଏହି ୩ ଆଞ୍ଚଳିକ ଦଳ ପୋଲାଭରମ ପ୍ରକଳ୍ପ ବିରୋଧରେ ସ୍ୱର ଉଠାଇପାରନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି।

ଛତିଶଗଡ ଜନତା କଂଗ୍ରେସର ବିଧାୟକ ଅଜିତ ଯୋଗୀ କହିଛନ୍ତି,“ପୋଲାଭରମ ପ୍ରକଳ୍ପରେ କ୍ଷତିଗସ୍ତ ହେଉଥିବା ରାଜ୍ୟମାନେ ଏକାଠି ହେବା ଉଚିତ। ତେଲେଙ୍ଗାନା ରାଷ୍ଟ୍ର ସମିତି ସହ ଛତିଶଗଡ ଜନତା କଂଗ୍ରେସ ମିଶି ସାରିଛି। ଏହି ପ୍ରସଙ୍ଗରେ ବିଜେଡି ସହ ବୁଝାବଣା ହେବା ଦରକାର।”

ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି,“ପୋଲାଭରମ ପ୍ରକଳ୍ପ ବିରୋଧରେ ସିଜେସି ଓ ଟି୍ଆରଏସ୍‌ ମିଳିତ ଭାବେ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି। ଆମେ ତାଙ୍କ ସହ ମିଶି ବିରୋଧ କଲେ ଏଥିରେ ଦଳର କିଛି ଅସୁବିଧା ନାହିଁ। ପୋଲାଭରମ ପ୍ରକଳ୍ପ ପାଇଁ ମିଳିତ ପ୍ରସ୍ତାବ ଆସିଲେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ।”

କଂଗ୍ରେସ ମୁଖପାତ୍ର ଶରତ ରାଉତ କହିଛନ୍ତି,“ପୋଲାଭରମ ପ୍ରକଳ୍ପ ନେଇ କ୍ଷତିଗସ୍ତ ହେଉଥିବା ଆଞ୍ଚଳିକ ଦଳ ଗୁଡିକ ନିଜ ରାଜ୍ୟର ସୁରକ୍ଷା ପାଇଁ ଏକାଠି ହେଉଛନ୍ତି ଏବଂ ହେବା ଉଚିତ ମଧ୍ୟ। ସେମାନେ ଆଗକୁ ଆସୁଛନ୍ତି କିନ୍ତୁ ଓଡ଼ିଶା ଶୋଇପଡିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ଦ୍ୱନ୍ଦ୍ୱ ଦୂର କରିପାରିନାହିଁ।”

 ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି,“ପୋଲାଭରମ ପ୍ରକଳ୍ପ ନେଇ ରାଜ୍ୟ ସରକାର ୭ଟି ଜିଲ୍ଲାରେ କହୁଛନ୍ତି ଆନ୍ଦୋଳନ କରିବେ ଓ ଛତିଶଗଡ, ତେଲେଙ୍ଗାନା ସହ ମିଶି ଆନ୍ଦୋଳନ କରିବେ ବୋଲି କହୁଛନ୍ତି, ଏମାନେ  ଆଗରୁ କେଉଁଠି ଥିଲେ। ଓଡ଼ିଶା ସରକାର ଏହି ପ୍ରସଙ୍ଗକୁ ନିଜେ ଦୁର୍ବଳ କରିଛି।”

Related story