ନଗଡ଼ା ସମସ୍ୟାର ସମାଧାନ ପାଇଁ ସରକାର ସନ୍ତୋଷଜନକ ପଦକ୍ଷେପ ନେଇଛନ୍ତି

ଯାଜପୁର: ନଗଡାରେ ଯାହା ବି ସମସ୍ୟା ଥିଲା ତାହା ଉପରେ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ନେଇଛନ୍ତି। ନଗଡା ପରି ପରିସ୍ଥିତି ଆମ ଦେଶର ସବୁ ରାଜ୍ୟରେ ପ୍ରାୟଃତ ରହିଛି। ସେଠାରେ ବିକାଶ ହେବା ଜରୁରୀ ବୋଲି ଆଜି ଯାଜପୁର ଜିଲ୍ଲା ନଗଡାକୁ ଆସିଥିବା କେନ୍ଦ୍ରୀୟ ଟିମ୍‌ର ସଦସ୍ୟ ଡାକ୍ତର ଅରୁଣ କୁମାର କହିଛନ୍ତି। ସେ କହିଛନ୍ତି, “ନଗଡାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ପଦକ୍ଷେପ ନିଆଯାଇଛି ତାହା ସନ୍ତୋଷଜନକ। ଏହିଠାରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉ।” […]

nagada

Rakesh Mallick
  • Published: Tuesday, 02 August 2016
  • , Updated: 02 August 2016, 11:24 PM IST

ଯାଜପୁର: ନଗଡାରେ ଯାହା ବି ସମସ୍ୟା ଥିଲା ତାହା ଉପରେ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ନେଇଛନ୍ତି। ନଗଡା ପରି ପରିସ୍ଥିତି ଆମ ଦେଶର ସବୁ ରାଜ୍ୟରେ ପ୍ରାୟଃତ ରହିଛି। ସେଠାରେ ବିକାଶ ହେବା ଜରୁରୀ ବୋଲି ଆଜି ଯାଜପୁର ଜିଲ୍ଲା ନଗଡାକୁ ଆସିଥିବା କେନ୍ଦ୍ରୀୟ ଟିମ୍‌ର ସଦସ୍ୟ ଡାକ୍ତର ଅରୁଣ କୁମାର କହିଛନ୍ତି।

ସେ କହିଛନ୍ତି, “ନଗଡାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ପଦକ୍ଷେପ ନିଆଯାଇଛି ତାହା ସନ୍ତୋଷଜନକ। ଏହିଠାରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉ।”

ଶିଶୁ ଓ ମହିଳା କଲ୍ୟାଣ ବିଭାଗ ସଚିବ ବିଶାଳ ଦେବ କହିଛନ୍ତି, “ଏଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୀର୍ଘ ମିଆଦି ସୂଚୀରେ ବିକାଶ କାର୍ଯ୍ୟ କରାଯିବ। ଡାକ୍ତରୀ କ୍ୟାମ୍ପ ଏଠାରେ ସ୍ଥାୟୀ ଭାବେ ରହିବ। ଅଙ୍ଗନୱାଡି ଚାଲୁ ହୋଇଗଲାଣି। ଏହାସହ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଅତ୍ୟାବଶ୍ୟକ ସୁବିଧା ସବୁ ରହିବ।”

ଶିଶୁ ମୃତ୍ୟୁ ଘଟଣାର ଅନୁସନ୍ଧାନ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୫ ଜଣିଆ ଟିମ୍ ଆଜି ଯାଜପୁର ଜିଲ୍ଲା ନଗଡ଼ା ଗସ୍ତରେ ଯାଇଥିଲେ। ଟିମର ସଦସ୍ୟମାନେ ଦୁର୍ଗମ ପାହାଡ ଚଢ଼ି ଗାଁରେ ପହଞ୍ଚି ସ୍ଥିତି ପରଖିଛନ୍ତି। ଗାଁ ଲୋକେ କେମିତି ଅଛନ୍ତି, କ’ଣ ଖାଉଛନ୍ତି ଓ ଅପପୁଷ୍ଟି ରୋକିବା ପାଇଁ ସରକାରୀ ସୁବିଧା ସୁଯୋଗ ପାଉଛନ୍ତି କି ନାହିଁ ସିଧାସଳଖ ପଚାରି ବୁଝୁଛନ୍ତି।

ନଗଡ଼ା ଶିଶୁ ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ଏକ ଫ୍ୟାକ୍ଟ ଫାଇଣ୍ଡି ଟିମ୍‌ ପଠାଇବାକୁ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କୁ ଚିଠି ଲେଖିଥିଲେ।

ନଗଡାକୁ ନେଇ ଚିନ୍ତାପ୍ରକଟ କରିଛି ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ। ନଗଡାରେ କାହିଁକି ଶିଶୁ ମଡକ ହେଲା ଓ ଏହା ପରେ ସରକାର କ’ଣ କରିଛନ୍ତି ତା’ର ତଥ୍ୟ ମାଗିଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ। ୧୦ ଦିନ ମଧ୍ୟରେ ଏହି ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି। ଏନେଇ କମିଶନ ସଦସ୍ୟା ପ୍ରିୟଙ୍କା କାନୁନ୍‌ଗୋ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠି ପାଇବା ପରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଯାଜପୁର ଜିଲ୍ଲାପାଳଙ୍କୁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଜଣାଇବାକୁ କହିଛନ୍ତି।

Related story