ନକଲି ବିଜ୍ଞପ୍ତି ମାମଲା: ପତ୍ନୀଙ୍କୁ ଭାଗିଦାର କରିଥିଲେ ମୋତିଲାଲ

ଭୁବନେଶ୍ୱର: ନକଲି ବିଜ୍ଞପ୍ତି କେଳେଙ୍କାରୀରେ ମୋତିଲାଲ ଏକା ସାମିଲ ନ ଥିଲେ। ଏଥିରେ ସେ ନିଜ ପତ୍ନୀଙ୍କୁ ମଧ୍ୟ ସାମିଲ କରିଥିଲେ। ନିଜ ପତ୍ନୀଙ୍କ ନାଁରେ ଥିବା ନର୍ସିଂହୋମ ସହ କିଛି ବେନାମୀ ନର୍ସିଂହୋମରେ ମୋତିଲାଲ ବିଭିନ୍ନ ସମୟରେ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିବାର ପ୍ରମାଣ ଓଟିଭି ପାଇଛି। କାଗଜପତ୍ରରେ ଏପରି ଜାଲିଆତି କରି ସେ ବଡ଼ ବଡ଼ ଶିଳ୍ପ ସଂସ୍ଥାଙ୍କ ପାଖରୁ କୋଟି କୋଟି ଟଙ୍କା ହରିଲୁଟ୍‌ କରିଛନ୍ତି। ୫ ନୁହେଁ ଅଧିକ ନର୍ସିଂହୋମ ସହ […]

motilala

Rakesh Mallick
  • Published: Thursday, 14 July 2016
  • , Updated: 14 July 2016, 10:55 PM IST

ଭୁବନେଶ୍ୱର: ନକଲି ବିଜ୍ଞପ୍ତି କେଳେଙ୍କାରୀରେ ମୋତିଲାଲ ଏକା ସାମିଲ ନ ଥିଲେ। ଏଥିରେ ସେ ନିଜ ପତ୍ନୀଙ୍କୁ ମଧ୍ୟ ସାମିଲ କରିଥିଲେ। ନିଜ ପତ୍ନୀଙ୍କ ନାଁରେ ଥିବା ନର୍ସିଂହୋମ ସହ କିଛି ବେନାମୀ ନର୍ସିଂହୋମରେ ମୋତିଲାଲ ବିଭିନ୍ନ ସମୟରେ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିବାର ପ୍ରମାଣ ଓଟିଭି ପାଇଛି। କାଗଜପତ୍ରରେ ଏପରି ଜାଲିଆତି କରି ସେ ବଡ଼ ବଡ଼ ଶିଳ୍ପ ସଂସ୍ଥାଙ୍କ ପାଖରୁ କୋଟି କୋଟି ଟଙ୍କା ହରିଲୁଟ୍‌ କରିଛନ୍ତି। ୫ ନୁହେଁ ଅଧିକ ନର୍ସିଂହୋମ ସହ ମୋତିଲାଲ ବେଆଇନ ଚୁକ୍ତି କରିଥିଲେ। ଶ୍ରମ ବିଭାଗର ଖୋଳତାଡ଼ ପରେ ଏହି ତଥ୍ୟ ପଦାକୁ ଆସିଛି।

ଓଟିଭିକୁ ମିଳିଥିବା ତଥ୍ୟ ଅନୁସାରେ ମୋତିଲାଲ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ୩ଟି ପର୍ଯ୍ୟାୟରେ ସୁପାରିଶ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୫ଟି ନର୍ସିଂହୋମ ପାଇଁ ସେ ସୁପାରିଶ କରିଥିଲେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୪ଟି ଓ ତୃତୀୟ ପର୍ଯ୍ୟାୟରେ ୫ଟି ପାଇଁ ସୁପାରିଶ କରିଥିଲେ। କିଛି ନର୍ସିଂହୋମର ନାଁ ୩ଟି ଯାକ ପର୍ଯ୍ୟାୟ ସୁପାରିଶରେ ଥିଲା। ନିଜ ପତ୍ନୀ ରେଶମା ମଞ୍ଜରୀ ଗୌଡ଼ଙ୍କ ନାଁରେ ଥିବା ଖଣ୍ଡଗିରି କୋଳଥିଆର ମାଉଣ୍ଟ ଇଣ୍ଡିଆ ଅକୁପେସନାଲ ହେଲ୍‌ଥ ସେଣ୍ଟରର ନାଁ ସମସ୍ତ ୩ଟି ଲିଷ୍ଟରେ ଥିଲା। ତଦନ୍ତରୁ ଜଣାପଡିଛି ୨୦୧୫ ବର୍ଷ ପାଇଁ ଏଠାରେ ବଡ଼ବିଲ୍‌ର ଆରିୟ ଆଇରନ ଓ ଷ୍ଟିଲ୍‌ କମ୍ପାନୀର ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା। ତେବେ ଏହି ନର୍ସିଂହୋମରେ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କାଗଜକଲମରେ କରାଯାଇ କୋଟି କୋଟି ଟଙ୍କା ହଡ଼ପ କରାଯାଇଥିଲା ବୋଲି ଜଣାପଡିଛି।

ମୋତିଲାଲଙ୍କ ସୁପାରିଶ ତାଲିକାରେ କିଛି ବେନାମୀ ନର୍ସିଂହୋମ ମଧ୍ୟ ଥିଲା। ଜୟଦେବ ବିହାର ଠିକଣାରେ ଥିବା କୋଣାର୍କ ହେଲ୍‌ଥ କେୟାର ହେଉଛି ବେନାମୀ।

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର, ଏସାର ଷ୍ଟିଲ, ଫେରୋ ଆଲଏଜ୍‌ ଓ ବିଆରପିଏଲ୍‌ ପରି ସଂସ୍ଥାର ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିବା ଉତ୍କଳ ପଲିକ୍ଲିନିକ ବି ମୋତିଲାଲଙ୍କ ତାଲିକାରେ ରହିଛି। ତେବେ ଉତ୍କଳ ପଲିକ୍ଲିନିକ ମାଲିକ ଡାକ୍ତର ବି.ଏନ୍‌. ମହାପାତ୍ର ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ଆମେ ତାଙ୍କ ସୁପାରିଶରେ ସ୍ୱାସ୍ଥ୍ୟ ପରୀକ୍ଷା କରିନାହୁଁ। ଆମର ସ୍ୱାଧୀନ ଏଜେନ୍ସି। ବହୁ ଦିନରୁ ଆମେ ବିଭିନ୍ନ କମ୍ପାନୀର ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛୁ। ମୋତିଲାଲ ଆସିବା ଆଗରୁ ଆମେ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛୁ।”

Related story