ନର୍ଲାରୁ ୱାଗନ କାରଖାନା ସ୍ଥାନାନ୍ତର ପ୍ରସଙ୍ଗ: ଏପ୍ରିଲ ୬ରେ କଂଗ୍ରେସର କଳାହାଣ୍ଡି ବନ୍ଦ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ନର୍ଲାରୁ ପ୍ରସ୍ତାବିତ ରେଳ ୱାଗନ କାରଖାନା ସ୍ଥାନାନ୍ତରକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହାକୁ ନେଇ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି। କାରଖାନା ସ୍ଥାନାନ୍ତର ପ୍ରତିବାଦରେ କଂଗ୍ରେସ ଏପ୍ରିଲ ୬ରେ କାଳାହାଣ୍ଡି ବନ୍ଦ ଡାକରା ଦେଇଛି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବିଜେଡିକୁ ଟାର୍ଗେଟ କରି ଏହା ମୁଖ୍ୟମନ୍ତ୍ରୀଙ୍କ ଚକ୍ରାନ୍ତ ବୋଲି କହିଛନ୍ତି। ସେହିପରି କାରଖାନା ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ କରୁଥିଲେ […]

prasad-juel-dibya

Rakesh Mallick
  • Published: Thursday, 24 March 2016
  • , Updated: 24 March 2016, 02:58 PM IST

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ନର୍ଲାରୁ ପ୍ରସ୍ତାବିତ ରେଳ ୱାଗନ କାରଖାନା ସ୍ଥାନାନ୍ତରକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହାକୁ ନେଇ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି। କାରଖାନା ସ୍ଥାନାନ୍ତର ପ୍ରତିବାଦରେ କଂଗ୍ରେସ ଏପ୍ରିଲ ୬ରେ କାଳାହାଣ୍ଡି ବନ୍ଦ ଡାକରା ଦେଇଛି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବିଜେଡିକୁ ଟାର୍ଗେଟ କରି ଏହା ମୁଖ୍ୟମନ୍ତ୍ରୀଙ୍କ ଚକ୍ରାନ୍ତ ବୋଲି କହିଛନ୍ତି। ସେହିପରି କାରଖାନା ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ କରୁଥିଲେ ବୋଲି ବିଜେଡି କହିଛି। ବିଜେଡି ଜିଲ୍ଲାରେ ଏକ ପ୍ରତିବାଦ ସଭା କରିବାକୁ ଯୋଜନା କରୁଛି। ଏହାକୁ ନେଇ ୩ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ତୁ ତୁ ମେଁ ମେଁ ଚାଲିଥିବା ବେଳେ କେନ୍ଦ୍ର ସରକାରଙ୍କ ଆଗାମୀ ପଦକ୍ଷେପ କ’ଣ ହେବ ତାକୁ ଉପରେ ସମସ୍ତଙ୍କ ନଜର ରହିଛି।

ବିଜେଡି, କଂଗ୍ରେସ ଓ ବିଜେପି ନଜର ଏବେ କଳାହାଣ୍ଡି ଜିଲ୍ଲା ଉପରେ। ସବୁ ଦଳ ପରସ୍ପରକୁ କାଦୁଅ ଫିଙ୍ଗିବାରେ ଲାଗି ପଡିଛନ୍ତି। ୟୁପିଏ ସରକାର ନର୍ଲାରେ ୱାଗନ କାରଖାନା ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦେଇଥିଲେ, ଏନ୍‌ଡିଏ ସରକାର ଅଣଦେଖା କରୁଛି ବୋଲି କଂଗ୍ରେସ କହୁଛି।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, “ଏହା ଓଡ଼ିଶା ବିରୋଧୀ। ନର୍ଲା ପାଇଁ କି ସୀତାପାଲ୍ଲୀ ପାଇଁ କେନ୍ଦ୍ର ସରକାରଙ୍କ ସାମାନ୍ୟତମ ଆନ୍ତରିକତା ନାହିଁ। ରାଜ୍ୟ ସରକାର ପାଟି ଖୋଲୁ ନାହାନ୍ତି। ୬ ତାରିଖରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।”

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, “ଏଥିପାଇଁ ରାଜ୍ୟ ସରକାର ଦାୟୀ। କଳାହାଣ୍ଡିରେ ୱାଗନ ଫାକ୍ଟ୍ରି ହେବାକୁ ସ୍ଥିର ହୋଇଥିଲା। ହେଲେ ମୁଖ୍ୟମନ୍ତ୍ରୀ ଏହାକୁ ତାଙ୍କ ଅଞ୍ଚଳକୁ ସ୍ଥାନାନ୍ତର କରିବାକୁ ଚକ୍ରାନ୍ତ କଲେ। ରାଜ୍ୟ ସରକାର ଏବେ ନିଜ ଦୋଷ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ବିଧାନସଭାରେ ତାଙ୍କ ଦଳର ବହୁମତ ଥିବାରୁ ଜୋରଜବରଦସ୍ତ ରିଜୋଲ୍ୟୁସନ ଆଣୁଛନ୍ତି।”

ବିଜେଡି ମୁଖପାତ୍ର ଦିବ୍ୟଶଙ୍କର ମିଶ୍ର କହିଛନ୍ତି, “ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡା କରିବା ଦୁର୍ଭାଗ୍ୟଜନକ। ଆଜି ଏକ ବୈଠକ ବସି ୱାଗନ କାରଖାନା ସ୍ଥାନାନ୍ତର ସମ୍ପର୍କରେ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ଦଳ ବିରୋଧର ସ୍ୱର ନିଶ୍ଚିତ ଉଠାଇବ।”

Related story