ପ୍ରତାପ ଯିବେ ରାଜ୍ୟସଭା, ପ୍ରଦୀପଙ୍କୁ ବାଚସ୍ପତି ଚୌକି

ଭୁବନେଶ୍ୱର: ରାଜ୍ୟସଭାର ଗୋଟିଏ ଆସନ ଓ ବାଚସ୍ପତି ପଦ ପାଇଁ ଲାଗି ରହିଥିବା କଳ୍ପନାଜଳ୍ପନ ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ପଦବୀ ପାଇଁ ନାମ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ପ୍ରତାପ ଦେବ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ହେବେ। ସେହିପରି ପ୍ରଦୀପ ଅମାତ ବାଚସ୍ପତି ହେବେ ବୋଲି  ନବୀନ ଘୋଷଣା କରିଛନ୍ତି। ପ୍ରତାପ ଦେବ ଅବିଭିକ୍ତ କଟକ ଜିଲ୍ଲାର ଜଣେ ଟାଣୁଆ ନେତା। ୪୬ ବର୍ଷୀୟ ପ୍ରତାପ ୩ ଥର ବିଧାୟକ […]

pratap

Rakesh Mallick
  • Published: Thursday, 11 May 2017
  • , Updated: 11 May 2017, 04:42 PM IST

ଭୁବନେଶ୍ୱର: ରାଜ୍ୟସଭାର ଗୋଟିଏ ଆସନ ଓ ବାଚସ୍ପତି ପଦ ପାଇଁ ଲାଗି ରହିଥିବା କଳ୍ପନାଜଳ୍ପନ ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ପଦବୀ ପାଇଁ ନାମ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ପ୍ରତାପ ଦେବ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ହେବେ। ସେହିପରି ପ୍ରଦୀପ ଅମାତ ବାଚସ୍ପତି ହେବେ ବୋଲି  ନବୀନ ଘୋଷଣା କରିଛନ୍ତି।

ପ୍ରତାପ ଦେବ ଅବିଭିକ୍ତ କଟକ ଜିଲ୍ଲାର ଜଣେ ଟାଣୁଆ ନେତା। ୪୬ ବର୍ଷୀୟ ପ୍ରତାପ ୩ ଥର ବିଧାୟକ ହୋଇଛନ୍ତି। ୨୦୦୦ ମସିହାରେ ସେ ବିଜେଡି ଟିକେଟରେ କେନ୍ଦ୍ରାପଡା ଜିଲ୍ଲା ଆଳି ନିର୍ବାଚନମଣ୍ଡଳୀରୁ  ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୦୪ ଓ ୨୦୦୯ରେ ମଧ୍ୟରେ ସେ ଲଗାତର ଭାବେ ବିଜୟୀ ହୋଇଥିଲେ। ତେବେ ୨୦୧୪ ସାଧାରଣ ନିର୍ବାଚନରେ ସେ ପରାଜୟ ବରଣ କରିଥିଲେ।

ନବୀନଙ୍କ ତୃତୀୟ ପାଳିରେ ପ୍ରତାପ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ଯୋଗାଣ ଓ ଖାଉଟି ବ୍ୟାପାର ବିଭାଗର ଦାୟିତ୍ୱ ସମ୍ଭାଳିଥିଲେ। ୨୦୧୪ ନିର୍ବାଚରେ ପରାଜୟ ପରେ ପ୍ରତାପ ଦେବଙ୍କୁ ରାଜ୍ୟ ହାଉସିଂ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା। ଏଥିସହ ସେ ବିଜେଡିର ମୁଖପାତ୍ର ମଧ୍ୟ ହୋଇଥିଲେ। ଆଳି ରାଜପରିବାରର ସଦସ୍ୟ ପ୍ରତାପ ରାଜନୈତିକ ପରିବାରରୁ ଆସିଛନ୍ତି। ତାଙ୍କ ବାପା ସ୍ୱର୍ଗତ ଶରତ କୁମାର ଦେବ ଓ ମା’ ସୁଶ୍ରୀ ଦେବୀ ମଧ୍ୟ ରାଜନୈତିକ କ୍ଷେତ୍ରରେ ସକ୍ରୀୟ ଥିଲେ।

ପ୍ରତାପ ଦେବ କହିଛନ୍ତି,“ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମୁଁ କୃତଜ୍ଞ। ତାଙ୍କ ପରାମର୍ଶରେ କାର୍ଯ୍ୟ ସମ୍ପାଦନ କରିବାକୁ ଚେଷ୍ଟା କରିବି। ଦିଲ୍ଲୀରେ ରାଜ୍ୟର ସମସ୍ୟା ଉପସ୍ଥାପନ କରିବି।”

Related story