ବନ୍ଧୁକ ଛଡାଇ କଲମ ଧରାଇଲା ପୋଲିସ୍‌: ଏବେ ଚାକିରି କରିବେ ମାଓବାଦୀ, ପଢନ୍ତୁ ଚମ୍ପା ଓ ସିନ୍ଦୁଙ୍କ କାହାଣୀ

ଭୁବନେଶ୍ୱର: ନିଖୋଜ ମହିଳା ମାଓବାଦୀ ଚମ୍ପା ଓ ତାଙ୍କ ସହଯୋଗୀ ସିନ୍ଦୁଙ୍କ ସମ୍ପର୍କରେ ମିଳିଲା। ସେମାନେ ଭୁବନେଶ୍ୱର SOSରେ ଅଛନ୍ତି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପୋଲିସ ଆଇଜି ସଂଜୀବ ପଣ୍ଡା। ସେ କହିଛନ୍ତି,“ଚମ୍ପା ଓ ସିନ୍ଦୁ ଧରାପଡ଼ିବା ପରେ ଉଭୟଙ୍କୁ SOSରେ ରଖାଯିବାର ବ୍ୟବସ୍ଥା କରାଯାଇଥିଲା। କାରଣ ଉଭୟଙ୍କର ବାପା-ମା ନଥିବା କହିଥିଲେ। SOSରେ ରହିବା ପରେ ଉଭୟେ ଓପନ୍ ସ୍କୁଲରେ ମାଟ୍ରିକ୍ ପାସ୍ କରିବା ସହ କଟକରେ ଡିପ୍ଲୋମା କରିଛନ୍ତି। ଦୁଇଜଣ ଯାକ ଏବେ […]

raigada naxal

Rakesh Mallick
  • Published: Friday, 02 June 2017
  • , Updated: 02 June 2017, 07:24 PM IST

ଭୁବନେଶ୍ୱର: ନିଖୋଜ ମହିଳା ମାଓବାଦୀ ଚମ୍ପା ଓ ତାଙ୍କ ସହଯୋଗୀ ସିନ୍ଦୁଙ୍କ ସମ୍ପର୍କରେ ମିଳିଲା। ସେମାନେ ଭୁବନେଶ୍ୱର SOSରେ ଅଛନ୍ତି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପୋଲିସ ଆଇଜି ସଂଜୀବ ପଣ୍ଡା। ସେ କହିଛନ୍ତି,“ଚମ୍ପା ଓ ସିନ୍ଦୁ ଧରାପଡ଼ିବା ପରେ ଉଭୟଙ୍କୁ SOSରେ ରଖାଯିବାର ବ୍ୟବସ୍ଥା କରାଯାଇଥିଲା। କାରଣ ଉଭୟଙ୍କର ବାପା-ମା ନଥିବା କହିଥିଲେ। SOSରେ ରହିବା ପରେ ଉଭୟେ ଓପନ୍ ସ୍କୁଲରେ ମାଟ୍ରିକ୍ ପାସ୍ କରିବା ସହ କଟକରେ ଡିପ୍ଲୋମା କରିଛନ୍ତି। ଦୁଇଜଣ ଯାକ ଏବେ ରୋଜଗାର କରିବାକୁ ସକ୍ଷମ।”

୨୦୧୧ ଫେବ୍ରୁଆରୀରେ ରାୟଗଡ଼ା ବାସଙ୍ଗମାଳିରେ ହୋଇଥିବା ମାଓ ଏନ୍‌କାଉଣ୍ଟରରେ ଉଭୟ ଆହତ ହୋଇଥିଲେ। ମାଓବାଦୀମାନେ ଚମ୍ପାଙ୍କୁ ଚିକିତ୍ସା ଲାଗି ଅନ୍ୟ ଜଣେ ଝିଅ ସିନ୍ଦୁ ମାଣ୍ଡିଙ୍ଗା ସହ ବ୍ରହ୍ମପୁର ନେବାକୁ ବ୍ୟବସ୍ଥା କରିଥିଲେ। କିନ୍ତୁ ହସ୍ପିଟାଲ୍ ଯିବା ବାଟରେ ଗଞ୍ଜାମ ପୋଲିସ୍  ହାତରେ ଧରାପଡ଼ିଥିଲେ। ତେବେ ଏମାନେ ଆତ୍ମସମର୍ପଣ କରିଥିବା ପୋଲିସ୍ ଦର୍ଶାଇଥିଲା। ଏହା ପରଠାରୁ ଉଭୟଙ୍କର କୌଣସି ଖୋଜ୍ ଖବର ନଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏସଂପର୍କରେ ଗତକାଲି ଓଟିଭିରେ ଖବର ପ୍ରସାରଣ ପରେ ଉଭୟେ SOSରେ ଥିବା ନେଇ ଆଇଜି ସୂଚନା ଦେଇଛନ୍ତି। ସେପଟେ ରାୟଗଡ଼ା ଏସ୍‌ପି କହିଛନ୍ତି ୨୦୧୧ରେ ଉଭୟେ ନାବାଳିକା ଥିବା ଏବଂ ପାଠ ପଢ଼ିବାକୁ ଇଚ୍ଛା କରିବାରୁ ସେମାନଙ୍କୁ ଭୁବନେଶ୍ୱରକୁ ପଠାଯାଇଥିଲା।

Related story