ନୂଆ ଡିଜିଙ୍କ ଆଗରେ କ’ଣ ରହିବ ଚ୍ୟାଲେଞ୍ଜ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି ନୂଆ ଡିଜି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା। ସନ୍ଧ୍ୟା ବେଳେ ସେ ସଚିବାଳୟ ଯାଇ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରଦାସ ପାଢ଼ୀଙ୍କୁ ଭେଟିଛନ୍ତି। ତାଙ୍କ କାର୍ଯ୍ୟକାଳ ୨୦୨୦ ପର୍ଯ୍ୟନ୍ତ ଥିବାରୁ ବଡ଼ ଚ୍ୟାଲେଞ୍ଜ ହେବ ସାଧାରଣ ନିର୍ବାଚନ ବେଳେ ଆଇନଶୃଙ୍ଖଳା ରକ୍ଷା, ମାଓ ସମସ୍ୟାର ମୁକାବିଲା, ଦଣ୍ଡବିଧାନ ହାର ବୃଦ୍ଧି ଓ ପୋଲିସ୍ ଭିତ୍ତିଭୂମିର ବିକାଶ। ଅଧିକ ପଢ଼ନ୍ତୁ: ଓଡ଼ିଶା ପୋଲିସ ବିଭାଗରେ ଟ୍ୟାଲେଣ୍ଟର ଅଭାବ ନାହିଁ: ଡିଜିପି ଡ. […]

CPRPSHARMA

Rakesh Mallick
  • Published: Thursday, 31 August 2017
  • , Updated: 31 August 2017, 08:59 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି ନୂଆ ଡିଜି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା। ସନ୍ଧ୍ୟା ବେଳେ ସେ ସଚିବାଳୟ ଯାଇ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରଦାସ ପାଢ଼ୀଙ୍କୁ ଭେଟିଛନ୍ତି। ତାଙ୍କ କାର୍ଯ୍ୟକାଳ ୨୦୨୦ ପର୍ଯ୍ୟନ୍ତ ଥିବାରୁ ବଡ଼ ଚ୍ୟାଲେଞ୍ଜ ହେବ ସାଧାରଣ ନିର୍ବାଚନ ବେଳେ ଆଇନଶୃଙ୍ଖଳା ରକ୍ଷା, ମାଓ ସମସ୍ୟାର ମୁକାବିଲା, ଦଣ୍ଡବିଧାନ ହାର ବୃଦ୍ଧି ଓ ପୋଲିସ୍ ଭିତ୍ତିଭୂମିର ବିକାଶ।

ଅଧିକ ପଢ଼ନ୍ତୁ: ଓଡ଼ିଶା ପୋଲିସ ବିଭାଗରେ ଟ୍ୟାଲେଣ୍ଟର ଅଭାବ ନାହିଁ: ଡିଜିପି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା

ସାଧାରଣ ନିର୍ବାଚନ
ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ବହୁ ରାଜନୈତିକ ହିଂସାକାଣ୍ଡ ଘଟିଥିଲା। ଏଥିରେ ବହୁ ଅନେକ ଆହତ ହୋଇଥିବା ବେଳେ ବହୁ ସମ୍ପତ୍ତି ନଷ୍ଟ ହୋଇଥିଲା। ଏଥିପାଇଁ ପୋଲିସ ପ୍ରଶାସନ ବିଫଳତାକୁ ଦାୟୀ କରାଯାଇଥିଲା। ଏହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ବେଶ୍‌ ଉଷ୍ମ ହୋଇଥିଲା। ରାଜନୈତିକ ଦଳ ଗୁଡ଼ିକ ପରସ୍ପର ବିରୋଧରେ ଆରୋପ ଲଗାଇବାକୁ ପଛାଇ ନଥିଲେ। ତେବେ ୨୦୧୯ରେ ସାଧାରଣ ନିର୍ବାଚନ ଥିବାରୁ ସୁରକ୍ଷା ବ୍ୟବସ୍ଥା ବଡ଼ ଚ୍ୟାଲେଞ୍ଜ ହେବ।

ମାଓ ସମସ୍ୟାର ମୁକାବିଲା
ରାଜ୍ୟରେ ମାଓ ହିଂସା କମିଛି। ହେଲେ ପଡୋଶୀ ରାଜ୍ୟରୁ ମାଓବାଦୀମାନେ ଚାଲି ଆସୁଥିବାରୁ ସୀମାବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ହିଂସାକାଣ୍ଡ ବୃଦ୍ଧି ପାଇଛି। କେତେବେଳେ ପୋଲିସ୍‌ ଇନ୍‌ଫର୍ମର ସନ୍ଦେହର ନିରିହ ଗାଁ ଲୋକଙ୍କୁ ହତ୍ୟା କରାଯାଉଛି ତ ଆଉ କେତେବେଳେ ରାସ୍ତା କାମରେ ନିୟୋଜିତ ଯନ୍ତ୍ରଂଶରେ ନିଆଁ ଲଗାଇ ଦିଆଯାଉଛି। ଫଳରେ ସୀମାବର୍ତ୍ତୀ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳକୁ ଯୋଗାଯୋଗ କରାଯାଉଥିବା ଗୁରୁପ୍ରିୟା ସେତୁ କାମ ଆଜି ପର୍ଯ୍ୟନ୍ତ ସରି ପାରୁନାହିଁ। ଯାହାକୁ ନେଇ ରାଜ୍ୟ ସରକାର ଚିନ୍ତାରେ। ଏହାଛଡ଼ା ସାଇବର କ୍ରାଇମ୍‌ ଏବେ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି। ଯାହାକୁ ମୁକାବିଲା କରିବା ପାଇଁ ପୋଲିସ ପାଇ ବଡ଼ କାଠି କର ପାଠ ହୋଇଛି।
ଦଣ୍ଡବିଧାନ ହାର ବୃଦ୍ଧି
ରାଜ୍ୟରେ ବିଭିନ୍ନ ଅପରାଧୀକ ମାମଲାରେ ବହୁ ଅପରାଧୀ ଗିରଫ ହୋଇଛନ୍ତି। ମାତ୍ର ଶିଥିଳ ତଦନ୍ତ ପ୍ରକ୍ରିୟା ଯୋଗୁଁ ବିନା କାରଣରେ ମାମଲା ଗଡ଼ି ଚାଲିଛି। ତଦନ୍ତ ପକ୍ରିୟାକୁ ଗତିଶୀଳ କରି ମାମଲା ଫଇସଲା କରିବା ପାଇଁ ନୂଆ ଡିଜିଙ୍କ ବଡ଼ ଚ୍ୟାଲେଞ୍ଜ ହେବ।
ପୋଲିସ୍ ଭିତ୍ତିଭୂମିର ବିକାଶ
ଏବେ ଅପରାଧୀଙ୍କ ଅପରାଧ ଶୈଳୀ ବଦଳି ଗଲାଣି। ସମୟ ସହିତ ତାଳ ଦେଇ ନୂଆ ନୂଆ ଅସ୍ତ୍ର ବ୍ୟବହାର କରୁଛନ୍ତି। ଅନ୍ୟପକ୍ଷରେ ମାଓବାଦୀମାନେ ଆଧୁନିକ ଟକ୍ନୋଲୋଜି ବ୍ୟବହାର କରୁଛନ୍ତି। ଯାହାକୁ ମୁକାବିଲା କରିବା ପାଇଁ ଓଡ଼ିଶା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ।

ଅଧିକ ପଢ଼ନ୍ତୁ: ବଦଳିଲେ ଡିଜି : କେବି ସିଂ ଆଉଟ୍‌, ଆର.ପି.ଶର୍ମା ଇନ୍‌

 

Related story