ଆଜିଠୁ ଏଟିଏମ୍‌ରେ ଉପଲବ୍ଧ ହେବ ୫୦୦ ଓ ୨୦୦୦ଟଙ୍କିଆ ନୋଟ୍‌ 

ଭୁବନେଶ୍ୱର: ଆଜିଠୁ ଏଟିଏମରେ  ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌  ଉପଲବ୍ଧ ହେବ। ଏହା ସହ ବନ୍ଦ ରହିଥିବା ଏଟିଏମ୍‌ ଗୁଡ଼ିକୁ ଆଜିଠୁ ପୁନଃ କାର୍ଯ୍ୟକ୍ଷମ କରାଯିବ। ଫଳରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ ହେବା ଯୋଗୁଁ ବଜାରରେ ଲାଗି ରହିଥିବା ଟଙ୍କା ସଙ୍କଟରେ କିଛି ସୁଧାର ଆସିବ ବୋଲି ଆଶା କରାଯାଇଛି। ଟଙ୍କା ସମସ୍ୟାକୁ ହାଲକା କରିବା ପାଇଁ ସରକାରଙ୍କ ତରଫରୁ ୧ ଲକ୍ଷ ୩୦ ହଜାର ପୋଷ୍ଟ ଅଫିସ୍‌କୁ ଟଙ୍କା ଯୋଗାଇ ଦିଆଯାଇଛି। […]

note

Rakesh Mallick
  • Published: Tuesday, 15 November 2016
  • , Updated: 15 November 2016, 01:25 PM IST

ଭୁବନେଶ୍ୱର: ଆଜିଠୁ ଏଟିଏମରେ  ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌  ଉପଲବ୍ଧ ହେବ। ଏହା ସହ ବନ୍ଦ ରହିଥିବା ଏଟିଏମ୍‌ ଗୁଡ଼ିକୁ ଆଜିଠୁ ପୁନଃ କାର୍ଯ୍ୟକ୍ଷମ କରାଯିବ। ଫଳରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ ହେବା ଯୋଗୁଁ ବଜାରରେ ଲାଗି ରହିଥିବା ଟଙ୍କା ସଙ୍କଟରେ କିଛି ସୁଧାର ଆସିବ ବୋଲି ଆଶା କରାଯାଇଛି। ଟଙ୍କା ସମସ୍ୟାକୁ ହାଲକା କରିବା ପାଇଁ ସରକାରଙ୍କ ତରଫରୁ ୧ ଲକ୍ଷ ୩୦ ହଜାର ପୋଷ୍ଟ ଅଫିସ୍‌କୁ ଟଙ୍କା ଯୋଗାଇ ଦିଆଯାଇଛି। ମାଇକ୍ରୋ ଏଟିଏମ୍‌ ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଇଛି। ଜରୁରୀ ସେବା ପାଇଁ ପୁରୁଣା ନୋଟ୍‌ର ବ୍ୟବହାର ଅବଧିକୁ ୨୪ ତାରିଖ ଯାଏଁ ବଢ଼ାଇ ଦିଆଯାଇଛି। ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଲାଇନ୍‌ର ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ ହେବ। ଦିନଠାରୁ ଦେଶବ୍ୟାପୀ ବ୍ୟାଙ୍କ ଓ ଏଟିଏମ୍‌ ଆଗରେ ଲମ୍ବା ଲାଇନ ଦେଖିବାକୁ ମିଳୁଛି। ଟଙ୍କା ଉଠାଇବା ଓ ପୁରୁଣା ନୋଟ୍‌ ବଦଳାଇବା ପାଇଁ ଲୋକଙ୍କୁ ଘଣ୍ଟାଘଣ୍ଟା ଧରି ଲାଇନରେ ଛିଡ଼ା ହେବାକୁ ପଡୁଛି।

Related story