ଦୁର୍ଘଟଣା ହେଲେ ଘର ଲୋକଙ୍କୁ ଖବର ଦେବ ହେଲ୍‌ମେଟ୍‌

ବାଇକ୍‌ ଚଳାଇବା ବେଳେ ଦୁର୍ଘଟଣା ହେଲେ  ସଙ୍ଗେ ସଙ୍ଗେ ସାହାଯ୍ୟ ଦରକାର ହୁଏ। କିନ୍ତୁ ତୁରନ୍ତ ସାହାଯ୍ୟ ମିଳିପାରେ ନାହିଁ।ଯେଉଁ କାରଣରୁ ସଠିକ ସମୟରେ ଚିକିତ୍ସା ଅଭାବରୁ ଶହ ଶହ ଲୋକଙ୍କ ଜୀବନ ଚାଲିଯାଏ।  କିନ୍ତୁ ଏବେ ଆଉ ସେମିତି ହେବନି। ଏଣିକି ଆପଣଙ୍କ ହେଲ୍‌ମେଟ୍‌ ହିଁ ଆପଣଙ୍କୁ ଏହି ବିପତ୍ତିରୁ ରକ୍ଷା କରିବ। କାରଣ ବର୍ତ୍ତମାନ ବଜାରକୁ ଏମିତି ଏକ ସ୍ମାର୍ଟ ହେଲ୍‌ମେଟ୍‌ ଆସିଛି ଯାହା ଦୁର୍ଘଟଣା ହେବା ମାତ୍ରେ ଦୁର୍ଘଟଣା ସହ ଜଡିତ ସମସ୍ତ […]

Always-wear-a-helmet

Rakesh Mallick
  • Published: Friday, 25 May 2018
  • , Updated: 25 May 2018, 01:01 PM IST

ବାଇକ୍‌ ଚଳାଇବା ବେଳେ ଦୁର୍ଘଟଣା ହେଲେ  ସଙ୍ଗେ ସଙ୍ଗେ ସାହାଯ୍ୟ ଦରକାର ହୁଏ। କିନ୍ତୁ ତୁରନ୍ତ ସାହାଯ୍ୟ ମିଳିପାରେ ନାହିଁ।ଯେଉଁ କାରଣରୁ ସଠିକ ସମୟରେ ଚିକିତ୍ସା ଅଭାବରୁ ଶହ ଶହ ଲୋକଙ୍କ ଜୀବନ ଚାଲିଯାଏ।  କିନ୍ତୁ ଏବେ ଆଉ ସେମିତି ହେବନି। ଏଣିକି ଆପଣଙ୍କ ହେଲ୍‌ମେଟ୍‌ ହିଁ ଆପଣଙ୍କୁ ଏହି ବିପତ୍ତିରୁ ରକ୍ଷା କରିବ।

କାରଣ ବର୍ତ୍ତମାନ ବଜାରକୁ ଏମିତି ଏକ ସ୍ମାର୍ଟ ହେଲ୍‌ମେଟ୍‌ ଆସିଛି ଯାହା ଦୁର୍ଘଟଣା ହେବା ମାତ୍ରେ ଦୁର୍ଘଟଣା ସହ ଜଡିତ ସମସ୍ତ ଖବର ଆପଣଙ୍କ ଘରକୁ ପଠାଇବ। ଏହି ହେଲ୍‌ମେଟ୍‌ର ନାମ ହେଉଛି- କୁଇନ୍‌ ସ୍ମାର୍ଟ୍‌ ହେଲ୍‌ମେଟ୍‌।

ଏହା ମାଧ୍ୟମରେ ଦୁର୍ଘଟଣା ସ୍ଥାନ, କେତେ ଜୋର୍‌ରେ ଦୁର୍ଘଟଣା ଘଟିଛି, ଖବର ଘରକୁ ପହଞ୍ଚି ପାରିବ। ଏହି ହେଲ୍‌ମେଟ୍‌ ଏମରଜେନ୍ସି ହେଲ୍ପ ଲାଇନ୍‌ (ଜରୁରୀ କାଳୀନ ସେବା) ନମ୍ୱରକୁ ମଧ୍ୟ ଖବର ପଠାଇବ।

ଏହି ହେଲ୍‌ମେଟ୍‌କୁ ସହଜରେ ଆପଣଙ୍କ ପରିବାର ସଦସ୍ୟଙ୍କ ମୋବାଇଲ୍‌କୁ କନେକ୍ଟ କରାଯାଇପାରିବ ।ଏଥିରେ ଭଏସ୍‌ କଲ୍‌ ଓ ଗୀତ ଶୁଣିବା ପରି ଫିଚର୍ସ ଉପଲବ୍ଧ ରହିବ।

 

 

Related story