ଏନ୍‌ଜିଟିରେ ପୋଲାଭରମ୍ ପ୍ରକଳ୍ପ ମାମଲ: ପକ୍ଷ ରଖିଲେ ଓଡ଼ିଶା ଓ ଛତିଶଗଡ଼, ଆନ୍ଧ୍ର ମାଗିଲା ସମୟ

ନୂଆଦିଲ୍ଲୀ: ନ୍ୟାସ୍‌ନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍‌(ଏନ୍‌ଜିଟି)ରେ ଆଜି ପୋଲାଭରମ୍ ପ୍ରକଳ୍ପ ମାମଲାର ଶୁଣାଣି ହୋଇଛି। ଏଥିରେ ଓଡ଼ିଶା ଓ ଛତିଶଗଡ଼ ସରକାର ନିଜ ନିଜ ପକ୍ଷ ରଖିଛନ୍ତି। ତେବେ ନିଜ ପକ୍ଷ ରଖିବା ଲାଗି ଆନ୍ଧ୍ର ପ୍ରଦେଶ ସରକାର ଅଧିକ ସମୟ ମାଗିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୦ ତାରିଖରେ ହେବ। ପୋଲାଭରମ୍ ପ୍ରକଳ୍ପକୁ ଓଡ଼ିଶା ଓ ଛତିଶଗଡ଼ ସରକାର ବିରୋଧ କରୁଛନ୍ତି। ଅନ୍ୟପକ୍ଷରେ ଆନ୍ଧ୍ର ପ୍ରଦେଶ ସରକାର ଜୋରସୋରରେ ପ୍ରକଳ୍ପ କାମ ଚଳାଇଛନ୍ତି। କେନ୍ଦ୍ର […]

polavaram

Rakesh Mallick
  • Published: Thursday, 28 April 2016
  • , Updated: 28 April 2016, 10:27 AM IST

ନୂଆଦିଲ୍ଲୀ: ନ୍ୟାସ୍‌ନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍‌(ଏନ୍‌ଜିଟି)ରେ ଆଜି ପୋଲାଭରମ୍ ପ୍ରକଳ୍ପ ମାମଲାର ଶୁଣାଣି ହୋଇଛି। ଏଥିରେ ଓଡ଼ିଶା ଓ ଛତିଶଗଡ଼ ସରକାର ନିଜ ନିଜ ପକ୍ଷ ରଖିଛନ୍ତି। ତେବେ ନିଜ ପକ୍ଷ ରଖିବା ଲାଗି ଆନ୍ଧ୍ର ପ୍ରଦେଶ ସରକାର ଅଧିକ ସମୟ ମାଗିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୦ ତାରିଖରେ ହେବ।

ପୋଲାଭରମ୍ ପ୍ରକଳ୍ପକୁ ଓଡ଼ିଶା ଓ ଛତିଶଗଡ଼ ସରକାର ବିରୋଧ କରୁଛନ୍ତି। ଅନ୍ୟପକ୍ଷରେ ଆନ୍ଧ୍ର ପ୍ରଦେଶ ସରକାର ଜୋରସୋରରେ ପ୍ରକଳ୍ପ କାମ ଚଳାଇଛନ୍ତି। କେନ୍ଦ୍ର ସରକାର ମଧ୍ୟ ଏହାକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇଛନ୍ତି।

Related story