୩ ସିମି ଆତଙ୍କୀଙ୍କୁ ଭୋପାଳ ନେଲା ଏନ୍‌ଆଇଏ

ରାଉରକେଲା: ରାଉରକେଲାରୁ ଗିରଫ ୫ ସିମି ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜଣଙ୍କୁ ଆଜି ଏନ୍‌ଆଇଏ ଭୋପାଳ ନେଇଛି। ଏହି ତିନି ଆତଙ୍କୀ ହେଲେ ଅମଜାଦ୍ ଖାନ, ଜାକିର ହୁସେନ ଓ ଶେଖ୍ ମେହବୁବ୍। ଗତକାଲି ଏହି ଆତଙ୍କବାଦୀଙ୍କୁ ରିମାଣ୍ଡରେ ନେବାକୁ ଏନ୍‌ଆଇଏକୁ ଅନୁମତି ମିଳିଥିଲା। ୧୫ ଦିନ ପାଇଁ ଏନଆଇଏ ସେମାନଙ୍କୁ ରିମାଣ୍ଡରେ ନେଇଛି।  ଏହି ସମୟ ମଧ୍ୟରେ ସେମାନଙ୍କର ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟାକଳାପରେ ସମ୍ପୃକ୍ତି ପ୍ରସଙ୍ଗରେ ଏନଆଇଏ ଖୋଳତାଡ଼ କରିବ। ଗତ ୧୬ ତାରିଖରେ ରାଉରକେଲାରୁ ଗିରଫ […]

simi ATANKI -5

Rakesh Mallick
  • Published: Thursday, 03 March 2016
  • , Updated: 03 March 2016, 05:01 PM IST

ରାଉରକେଲା: ରାଉରକେଲାରୁ ଗିରଫ ୫ ସିମି ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜଣଙ୍କୁ ଆଜି ଏନ୍‌ଆଇଏ ଭୋପାଳ ନେଇଛି। ଏହି ତିନି ଆତଙ୍କୀ ହେଲେ ଅମଜାଦ୍ ଖାନ, ଜାକିର ହୁସେନ ଓ ଶେଖ୍ ମେହବୁବ୍। ଗତକାଲି ଏହି ଆତଙ୍କବାଦୀଙ୍କୁ ରିମାଣ୍ଡରେ ନେବାକୁ ଏନ୍‌ଆଇଏକୁ ଅନୁମତି ମିଳିଥିଲା। ୧୫ ଦିନ ପାଇଁ ଏନଆଇଏ ସେମାନଙ୍କୁ ରିମାଣ୍ଡରେ ନେଇଛି।  ଏହି ସମୟ ମଧ୍ୟରେ ସେମାନଙ୍କର ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟାକଳାପରେ ସମ୍ପୃକ୍ତି ପ୍ରସଙ୍ଗରେ ଏନଆଇଏ ଖୋଳତାଡ଼ କରିବ।

ଗତ ୧୬ ତାରିଖରେ ରାଉରକେଲାରୁ ଗିରଫ ହେବା ପରେ ଏହି ୫ ଆତଙ୍କବାଦୀଙ୍କୁ ଓଡ଼ିଶା କ୍ରାଇମବ୍ରାଞ୍ଚର ଏସଟିଏଫ୍ ଟିମ୍‌ ପକ୍ଷରୁ ଜେରା କରାଯାଇଥିଲା। ଜେରା ସମୟରେ ଓଡ଼ିଶାରେ ଏମାନଙ୍କ ରହଣି, ଗତିବିଧି ଓ କାର୍ଯ୍ୟକଳାପ ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏସଟିଏଫ୍ ହାସଲ କରିଛି।

ରାଉରକେଲା ସମେତ ଭଦ୍ରକରେ ମଧ୍ୟ ଏହି ଆତଙ୍କବାଦୀମାନେ ଘର ଭଡା ନେଇ ନେଇଥିଲେ। ଏସ୍‌ଟିଏଫ୍‌ ଟିମ୍‌ ଉଭୟ ରାଉରକେଲା ଓ ଭଦ୍ରକରେ ଏମାନଙ୍କୁ ଭଡା ଦେଇଥିବା ଘର ମାଲିକଙ୍କୁ ଆଣି ପଚରାଉଚରା କରିଥିଲା।

Related story