କୁଆଡେ ଗଲା ମେଣ୍ଢା କଲିଜା ଖାଉଥିବା ଭୟଙ୍କର ଜୀବ: ଧରିବାକୁ ଅଣ୍ଟା ଭିଡ଼ିଲା ପ୍ରଶାସନ

କଟକ: ନିଆଳିରେ ମେଣ୍ଢା ମାରି କଲିଜା ଖାଇ ଯାଉଥିବା ଭୟଙ୍କର ଜୀବକୁ ଧରିବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ। ଏଣିକି ଆଉ ଏହି ଜୀବକୁ ନିସ୍ତାର ନାହିଁ। ଆବ ତ ଫସିବ। କାରଣ ତାକୁ ଧରିବାକୁ ଏବେ ଗାଁ ଜଗିବେ ଭିଲେଜ ଡିଫେନ୍ସ ଗାର୍ଡ। ଏଥିପାଇଁ ପ୍ରଶଶସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏନେଇ କଟକ ଗ୍ରାମାଞ୍ଚଳ ଏସ୍‌ପି ମାଧବଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଏହି ମେଣ୍ଢା ମୃତ୍ୟୁ ପଛରେ ଜଙ୍ଗଲୀ ଜନ୍ତୁଙ୍କ ସମ୍ପୃକ୍ତି ଜଣାପଡୁଛି। ଯେଉଁ […]

sheep

Rakesh Mallick
  • Published: Monday, 26 June 2017
  • , Updated: 26 June 2017, 06:09 PM IST

କଟକ: ନିଆଳିରେ ମେଣ୍ଢା ମାରି କଲିଜା ଖାଇ ଯାଉଥିବା ଭୟଙ୍କର ଜୀବକୁ ଧରିବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ। ଏଣିକି ଆଉ ଏହି ଜୀବକୁ ନିସ୍ତାର ନାହିଁ। ଆବ ତ ଫସିବ। କାରଣ ତାକୁ ଧରିବାକୁ ଏବେ ଗାଁ ଜଗିବେ ଭିଲେଜ ଡିଫେନ୍ସ ଗାର୍ଡ। ଏଥିପାଇଁ ପ୍ରଶଶସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏନେଇ କଟକ ଗ୍ରାମାଞ୍ଚଳ ଏସ୍‌ପି ମାଧବଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ଏହି ମେଣ୍ଢା ମୃତ୍ୟୁ ପଛରେ ଜଙ୍ଗଲୀ ଜନ୍ତୁଙ୍କ ସମ୍ପୃକ୍ତି ଜଣାପଡୁଛି। ଯେଉଁ ଅଞ୍ଚଳରେ ଏପରି ଘଟଣା ଘଟୁଛି ସେଠିକାର ଯୁବକଙ୍କୁ ନେଇ ଭିଲେଜ ଡିଫେନ୍ସ ଗାର୍ଡ ଗଠନ ପାଇଁ ବ୍ୟବସ୍ଥା କରାଯାଉଥିବା। ଏମାନେ ସମ୍ପୃକ୍ତ ଜୀବ ଉପରେ ନଜର ରଖିବେ।

ନ୍ୟପ’ରେ ହେଟା ବାଘ ଆକ୍ରମଣରେ ମେଣ୍ଢାଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ।

ଏପର୍ଯ୍ୟନ୍ତ ୧୫୦ ମେଣ୍ଢାଙ୍କ ମୃତ୍ୟୁ ଘଟିଥିବା ସେ ସୂଚନା ଦେଇଛନ୍ତି। ଏହାସହ ସୋସିଆଲ ମିଡିଆରେ ବୁଲୁଥିବା ଫଟୋ ଗୁଜବ ବୋଲି ସ୍ପଷ୍ଟ କରିଛନ୍ତି। ମେଣ୍ଢା ମୃତ୍ୟୁ ନେଇ ସିଡିଭିଓଙ୍କୁ ରିପୋର୍ଟ ମଗାଯାଇଥିବା କହିଛନ୍ତି ସେ।

ଗତକାଲି ରାତିରେ ମଧ୍ୟ ନିଆଳି ଅଞ୍ଚଳରେ ୩ଟି ମେଣ୍ଢାର ମୃତ୍ୟୁ ଘଟିଛି ଓ ୨ଟି ଆହତ ହୋଇଛନ୍ତି। ଘଟଣାର ଅନୁଧ୍ୟାନ ପାଇଁ ଜଙ୍ଗଲ ବିଭାଗ, ନିଆଳି ତହସିଲଦାର, ଆଇଆଇସି ଓ ସ୍ଥାନୀୟ ଲୋକଙ୍କୁ ନେଇ ଏକ ଟିମ୍ ଗଠନ ଲାଗି କଟକ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି।

Related story