ନୀଳାଦ୍ରିବିଜେ ବିଭ୍ରାଟରେ ନିଲମ୍ବିତ ୬ ସେବାୟତ ଫେରାର

ପୁରୀ: ନୀଳାଦ୍ରିବିଜେ ବେଳେ ବିଶୃଙ୍ଖଳା ସୃଷ୍ଟି କରି ନିଲମ୍ବିତ ହୋଇଥିବା ୬ ସେବାୟତ ଫେରାର ହୋଇଯାଇଛନ୍ତି। ପୋଲିସ ଖୋଜୁଥିଲେ ମଧ୍ୟ ସେମାନଙ୍କ ଖୋଜଖବର ପାଉନି। ନୀଳାଦ୍ରିବିଜେ ବେଳେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଜଣେ ଯୁବତୀ ଚଢିବାକୁ ନେଇ ଜିଲ୍ଲାପାଳ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଏହି ସେବାୟତମାନେ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏ ନେଇ ଜିଲ୍ଲାପାଳ ଦାମୋଦର ମହାସୁଆର, ସାଇନା ଖୁଣ୍ଟିଆ, ଜୟକୃଷ୍ଣ ମହାସୁଆର, ଇପସିତ୍‌ ପ୍ରତିହାରୀ, ରବି ଦାସ ଓ ଭୀମସେନ ପଲଙ୍କଧାରୀଙ୍କ ନାଁରେ […]

puri2

Rakesh Mallick
  • Published: Wednesday, 20 July 2016
  • , Updated: 20 July 2016, 09:11 PM IST

ପୁରୀ: ନୀଳାଦ୍ରିବିଜେ ବେଳେ ବିଶୃଙ୍ଖଳା ସୃଷ୍ଟି କରି ନିଲମ୍ବିତ ହୋଇଥିବା ୬ ସେବାୟତ ଫେରାର ହୋଇଯାଇଛନ୍ତି। ପୋଲିସ ଖୋଜୁଥିଲେ ମଧ୍ୟ ସେମାନଙ୍କ ଖୋଜଖବର ପାଉନି।

ନୀଳାଦ୍ରିବିଜେ ବେଳେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଜଣେ ଯୁବତୀ ଚଢିବାକୁ ନେଇ ଜିଲ୍ଲାପାଳ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଏହି ସେବାୟତମାନେ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏ ନେଇ ଜିଲ୍ଲାପାଳ ଦାମୋଦର ମହାସୁଆର, ସାଇନା ଖୁଣ୍ଟିଆ, ଜୟକୃଷ୍ଣ ମହାସୁଆର, ଇପସିତ୍‌ ପ୍ରତିହାରୀ, ରବି ଦାସ ଓ ଭୀମସେନ ପଲଙ୍କଧାରୀଙ୍କ ନାଁରେ ଏତଲା ଦେଇଥିଲେ। ପୋଲିସ ସେମାନଙ୍କୁ ଖୋଜୁଥିଲେ ମଧ୍ୟ ପତ୍ତା ପାଉନି। ସେମାନଙ୍କୁ ଧରିବାକୁ ପୋଲିସ ୨ଟି ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରୁଛି।

ପୁରୀ ଜିଲ୍ଲାପାଳଙ୍କୁ ସେବାୟତମାନେ ଦୁର୍ବ୍ୟବହାର ପ୍ରଦର୍ଶନ କରିବାକୁ ନେଇ ବିଭିନ୍ନ ମହଲରୁ ପ୍ରତିବାଦ ସ୍ୱର ଉଠିବାରେ ଲାଗିଛି। ଓଡ଼ିଶା ଆଇଏଏସ୍‌ ଅଫିସର ସଂଘ ଏହି ଘଟଣାକୁ ନେଇ ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ସଂଘ ପକ୍ଷରୁ ଘଟଣାର କଡ଼ା ଭାଷାରେ ନିନ୍ଦା କରାଯିବା ସହ ଏ ନେଇ ଏକ ଜରୁରୀ ବୈଠକ ଡକାଯାଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯିବ ବୋଲି କୁହାଯାଇଛି।

ଆଇଏଏସ୍‌ ଅଫିସର ସଂଘ ସମ୍ପାଦକ ବିଶାଳ ଦେବ କହିଛନ୍ତି, “ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା, ଆମେ ଏହାର ବିରୋଧ କରୁଛୁ। ଜିଲ୍ଲାପାଳ ତାଙ୍କ କାମ କରୁଥିଲେ। ମାତ୍ର ତାଙ୍କୁ ଦୁର୍ବ୍ୟବହାର କରାଗଲା। ଏପରି ବ୍ୟବହାର କରାଯିବାର ନ ଥିଲା। ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ।”

ଅନ୍ୟପକ୍ଷରେ ନୀଳାଦ୍ରିବିଜେ ଘଟଣାର ଆରଡିସି ସ୍ତରୀୟ ତଦନ୍ତ କରାଯିବାକୁ ନିଲମ୍ବିତ ସେବାୟତ ଇପସିତ୍‌ ପ୍ରତିହାରୀଙ୍କ ଭାଇ ତଥା ଗରାବଡୁ ନିଯୋଗ ସମ୍ପାଦକ ରଜତ ପ୍ରତିହାରୀ ଦାବି କରିଛନ୍ତି। ସେ କହିଛନ୍ତି, “କିଛି ନିର୍ଦ୍ଦୋଷ ଲୋକଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ଯିଏ ପ୍ରକୃତ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।”

ସେ କହିଛନ୍ତି, “ଶଙ୍କରାଚାର୍ଯ୍ୟ ଏବଂ ଗଜପତିଙ୍କ ମତକୁ ସବୁ ବେଳେ ସମ୍ମାନ ଦିଆଯିବା ଉଚିତ।”

ମହାନାୟକ ସେବକ ରାମଚନ୍ଦ୍ର ବଡ଼ପଣ୍ଡା ଶ୍ରୀମନ୍ଦିର ବିଶୃଙ୍ଖଳାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଶ୍ରୀମନ୍ଦିରରେ ବିଶୃଙ୍ଖଳା ଚରମସୀମାରେ ପହଞ୍ଚି ଗଲାଣି। ପୂର୍ବରୁ କୌଣସି ରଥରେ ମହିଳାମାନେ ଚଢୁ ନ ଥିଲେ।”

ସେ ଆହୁରି କହିଛନ୍ତି, “ମୁଁ ମୋ ଅନୁଭୂତିରୁ କହୁଛି, ଶ୍ରୀମନ୍ଦିରର ସ୍ଥିତି ଭଲ ନାହିଁ। ଏହାର ମୁକାବିଲା ପାଇଁ ଜନଜାଗରଣର ଆବଶ୍ୟକତା ରହିଛି।”

ସାମ୍ବାଦିକଙ୍କ ସୁରକ୍ଷା ଏବଂ ବିଶୃଙ୍ଖଳିତ ସେବାୟତଙ୍କୁ ବହିଷ୍କାର ସହ ୩ ଦଫା ଦାବିରେ ଆଜି ପୁରୀ ସାମ୍ବାଦିକ ସଂଘ ପକ୍ଷରୁ ଏସ୍‌ପିଙ୍କ ଅଫିସ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ସ୍ନାନଯାତ୍ରାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ହୋଇଥିବା ବିଭ୍ରାଟ ପାଇଁ ଆଧ୍ୟାତ୍ମିକ ଚେତନା ଓ ଜ୍ଞାନର ଅଭାବକୁ ଦାୟୀ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ସେ କହିଛନ୍ତି, “ଆଦର୍ଶ ସେବକ ନିର୍ମାଣ ଦ୍ୱାରା ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ, ଯେଉଁମାନେ ବାସ୍ତବରେ ମହାପ୍ରଭୁଙ୍କୁ ସେବା କରିବାକୁ ଯୋଗ୍ୟତା ଲାଭ କରିପାରିବେ।”

Related story