ନୀଳାଦ୍ରିବିଜେ ବିଶୃଙ୍ଖଳା: ସେବାୟତଙ୍କ ଜାମିନ୍‌ ଆବେଦନ ଶୁଣାଣି ୬କୁ ଘୁଞ୍ଚିଲା

ପୁରୀ: ନୀଳାଦ୍ରିବିଜେ ବିଶୃଙ୍ଖଳା ଘଟଣାରେ ଗିରଫ ୯ ଜଣ ସେବାୟତଙ୍କ ଜାମିନ୍‌ ଆବେଦନର ଶୁଣାଣି ୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଆଜି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ଏହି ଶୁଣାଣି ହେବାର ଥିଲା। ନୀଳାଦ୍ରୀବିଜେ ବିଶୃଙ୍ଖଳା ଘଟଣାରେ ମୋଟ ୧୨ ଜଣ ସେବାୟତ ଗିରଫ ହୋଇଛନ୍ତି। ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ଘଟଣାରେ ଗିରଫ ଅନ୍ୟ ୬ ଜଣ ସେବକଙ୍କ ମଧ୍ୟରୁ ୩ ଜଣ ଜାମିନ୍‌ ଆବେଦନ କରିଛନ୍ତି। ଏ ନେଇ ଗତ ୧ ତାରିଖରେ ଶୁଣାଣି ହେବାର ଥିଲା। […]

sebayata

Rakesh Mallick
  • Published: Thursday, 04 August 2016
  • , Updated: 04 August 2016, 02:55 PM IST

ପୁରୀ: ନୀଳାଦ୍ରିବିଜେ ବିଶୃଙ୍ଖଳା ଘଟଣାରେ ଗିରଫ ୯ ଜଣ ସେବାୟତଙ୍କ ଜାମିନ୍‌ ଆବେଦନର ଶୁଣାଣି ୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଆଜି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ଏହି ଶୁଣାଣି ହେବାର ଥିଲା।

ନୀଳାଦ୍ରୀବିଜେ ବିଶୃଙ୍ଖଳା ଘଟଣାରେ ମୋଟ ୧୨ ଜଣ ସେବାୟତ ଗିରଫ ହୋଇଛନ୍ତି। ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ଘଟଣାରେ ଗିରଫ ଅନ୍ୟ ୬ ଜଣ ସେବକଙ୍କ ମଧ୍ୟରୁ ୩ ଜଣ ଜାମିନ୍‌ ଆବେଦନ କରିଛନ୍ତି। ଏ ନେଇ ଗତ ୧ ତାରିଖରେ ଶୁଣାଣି ହେବାର ଥିଲା। ସିଂହଦ୍ୱାର ପୋଲିସ୍ ସିଡି ଦେବା ପାଇଁ କିଛି ସମୟ ମାଗିବାରୁ ଶୁଣାଣି ତାରିଖ ଘୁଞ୍ଚାଇ ଦିଆଯାଇଥିଲା।

ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ଘଟଣାରେ ଜାମିନ୍‌ ବିହୀନ ଗିରଫ ପରୱାନା ଜାରି ହୋଇଥିବା ସେବକ ଦାମୋଦର ମହାସୁଆର, ଜୟକୃଷ୍ଣ ମହାସୁଆର, ସାଇନା ଖୁଣ୍ଟିଆ, ଭୀମସେନ ପଲଙ୍କ ଧାରୀ, ଇପସିତ ପ୍ରତିହାରୀ ରବି ଦାଶ ଓ ଦୁଇ ଜଣ ନିଲମ୍ୱିତ ସେବକ କାଶୀନାଥ ଖୁଣ୍ଟିଆ ଫେରାର ଅଛନ୍ତି। ସେମାନଙ୍କୁ ଧରିବାକୁ ପୋଲିସ୍‌ ସକ୍ଷମ ହୋଇପାରିନାହିଁ।

Related story