ନିୟମଗିରି ଖଣି ଖନନ ମାମଲା: ଶୁଣାଣି ପାଇଁ ୩ ଜଣିଆ ଖଣ୍ଡପୀଠ ଗଠନ କରିବାକୁ ସୁପାରିଶ

ଭୁବନେଶ୍ୱର: ନିୟମଗିରି ଖଣି ଖନନ ମାମଲାର ଶୁଣାଣି ଏକ ୩ ଜଣିଆ ଖଣ୍ଡପୀଠ କରିବେ। ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଦୁଇଜଣିଆ ଖଣ୍ଡପୀଠ ଆଜି ଏ ନେଇ ଓଡ଼ିଶା ସରକାରଙ୍କ ପିଟିସନ୍‌ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ମୁଖ୍ୟ ବିଜାରପତିଙ୍କୁ ୩ ଜଣିଆ ଖଣ୍ଡପୀଠ ଗଠନ କରାଯାଇ ଏହାର ଶୁଣାଣି କରାଯିବାକୁ ସୁପାରିଶ କରିଛନ୍ତି। ଗତ ଫେବୃୟାରୀରେ ଆଉ ଥରେ ଗ୍ରାମସଭା କରିବାକୁ ରାଜ୍ୟ ସରକାର ଆବେଦନ କରିଥିଲେ। ସେହିପରି ମାର୍ଚ୍ଚ ୧ରେ ରାଜ୍ୟ ସରକାର […]

Niyamgiri-hills-Rayagada

Rakesh Mallick
  • Published: Friday, 04 March 2016
  • , Updated: 04 March 2016, 09:07 AM IST

ଭୁବନେଶ୍ୱର: ନିୟମଗିରି ଖଣି ଖନନ ମାମଲାର ଶୁଣାଣି ଏକ ୩ ଜଣିଆ ଖଣ୍ଡପୀଠ କରିବେ। ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଦୁଇଜଣିଆ ଖଣ୍ଡପୀଠ ଆଜି ଏ ନେଇ ଓଡ଼ିଶା ସରକାରଙ୍କ ପିଟିସନ୍‌ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ମୁଖ୍ୟ ବିଜାରପତିଙ୍କୁ ୩ ଜଣିଆ ଖଣ୍ଡପୀଠ ଗଠନ କରାଯାଇ ଏହାର ଶୁଣାଣି କରାଯିବାକୁ ସୁପାରିଶ କରିଛନ୍ତି।

ଗତ ଫେବୃୟାରୀରେ ଆଉ ଥରେ ଗ୍ରାମସଭା କରିବାକୁ ରାଜ୍ୟ ସରକାର ଆବେଦନ କରିଥିଲେ। ସେହିପରି ମାର୍ଚ୍ଚ ୧ରେ ରାଜ୍ୟ ସରକାର ପୁଣି ଥରେ ଶୁଣାଣି କରିବାକୁ ଆବେଦନ କରିଥିଲେ। ଏଥିରେ ରାଜ୍ୟ ସରକାର ଯୁକ୍ତି ଦର୍ଶାଇ ଥିଲେ ଯେ, ଜଙ୍ଗଲ ଅଧିକାର ଆଇନ ଓ ତା’ର ନିୟମ ଅନୁସାରେ ଜଙ୍ଗଲ ଜମି ବ୍ୟବହାର ପାଇଁ ଗ୍ରାମସଭାର ସହମତିର ଆବଶ୍ୟକତା ନାହିଁ। ପୂର୍ବରୁ ହୋଇଥିବା ୧୨ଟି ଗ୍ରାମସଭାରେ ତ୍ରୁଟି ଥିବା ରାଜ୍ୟ ସରକାର କହିଥିଲେ।

୨୦୧୩ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିୟମଗିରି ଅଞ୍ଚଳରେ ୧୨ ଗ୍ରାମସଭା ହୋଇଥିଲା। ତେବେ ନିୟମଗିରିରୁ ଖଣି ଖନନ ହେଲେ ସେମାନଙ୍କ ଧାର୍ମିକ ଅଧିକାର କ୍ଷୁର୍ଣ୍ଣ ହେବ ବୋଲି ସମସ୍ତ ୧୨ଟି ଯାକ ଗ୍ରାମସଭାରେ ମତ ପ୍ରକାଶ ପାଇଥିଲା। ଏହା ଆଧାରରେ ନିୟମଗିରିରୁ ବକ୍ସାଇଟ୍‌ ଖଣି ଖନନ ପାଇଁ ଅନୁମତି ଦେବାକୁ ବେଦାନ୍ତକୁ ମନା କରିଦେଇଥିଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ।

Related story