ମହାନଦୀର ଉପରମୁଣ୍ଡରେ କୌଣସି ନିର୍ମାଣକୁ ବରଦାସ୍ତ କରାଯିବ ନାହିଁ: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମହାନଦୀ ଓଡ଼ିଶାର ଜୀବନଧାରା। ଏହାର ଉପର ମୁଣ୍ଡରେ କୌଣସି ପ୍ରକାର ନିର୍ମାଣକୁ ବରଦାସ୍ତ କରାଯିବ ନାହିଁ। ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଆନ୍ତଃରାଜ୍ୟ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଏହି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,“ମହାନଦୀର ଉପର ମୁଣ୍ଡରେ କେନ୍ଦ୍ର ସରକାର କୌଣସି ବ୍ୟାରେଜ ନିର୍ମାଣ ପାଇଁ ଅନୁମତି ଦେବା ଉଚିତ ନୁହେଁ। ମହାନଦୀ ଓଡ଼ିଶାର ଜୀବନଧାରା ହୋଇଥିବାରୁ ଏହା ଉପରେ ନିର୍ଭର ଲକ୍ଷ ଲକ୍ଷ ଚାଷୀ […]

cm

Rakesh Mallick
  • Published: Saturday, 16 July 2016
  • , Updated: 16 July 2016, 08:40 PM IST

ନୂଆଦିଲ୍ଲୀ: ମହାନଦୀ ଓଡ଼ିଶାର ଜୀବନଧାରା। ଏହାର ଉପର ମୁଣ୍ଡରେ କୌଣସି ପ୍ରକାର ନିର୍ମାଣକୁ ବରଦାସ୍ତ କରାଯିବ ନାହିଁ। ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଆନ୍ତଃରାଜ୍ୟ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଏହି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,“ମହାନଦୀର ଉପର ମୁଣ୍ଡରେ କେନ୍ଦ୍ର ସରକାର କୌଣସି ବ୍ୟାରେଜ ନିର୍ମାଣ ପାଇଁ ଅନୁମତି ଦେବା ଉଚିତ ନୁହେଁ। ମହାନଦୀ ଓଡ଼ିଶାର ଜୀବନଧାରା ହୋଇଥିବାରୁ ଏହା ଉପରେ ନିର୍ଭର ଲକ୍ଷ ଲକ୍ଷ ଚାଷୀ ଭବିଷ୍ୟତ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ କନ୍ଦ୍ର ସରକାର ଏହା ଉପରେ ରୋକ ଲଗାନ୍ତୁ। କେନ୍ଦ୍ର ସରକାର ରାଜ୍ୟକୁ ବିଭିନ୍ନ ଯୋଜନାରେ ଦେଉଥିବା କେନ୍ଦ୍ରୀୟ ଅନୁଦାନକୁ ପୁଣି ଥରେ ଚାଲୁ କରନ୍ତୁ।”

ଏହାସହ ପୋଲାଭରମକୁ ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କରାଯିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ। ବୈଠକରେ ଧାନର ସହାୟକ ମୂଲ୍ୟ ୧୪୭୦ ଟଙ୍କାରୁ ୨୫୦୦ଟଙ୍କାକୁ ବୃଦ୍ଧି, କେବିକେ, ବିଆରଜିଏଫ୍‌ ଏବଂ ଆଏଏଫ୍ ଯୋଜନା ଲାଗି କେନ୍ଦ୍ରୀୟ ଅନୁଦାନ ରାଶିକୁ ପୁଣି ଚାଲୁ କରିବାକୁ ତଥା କୋଇଲା ଉତ୍ତୋଳନ କ୍ଷେତ୍ରରେ ରାଜ୍ୟକୁ ୬୦ ପ୍ରତିଶତ ସେସ୍‌ ପ୍ରଦାନ ଲାଗି ମଧ୍ୟ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୧୦ ବର୍ଷ ପରେ ବସିଥିବା ଆନ୍ତଃରାଜ୍ୟ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହଛନ୍ତି,“ଆର୍ଥିକ, ଶିକ୍ଷା ଏବଂ ଆଭ୍ୟନ୍ତରୀଣ ନିରାପତ୍ତା ଭଳି ପ୍ରସଙ୍ଗରେ ରାଜ୍ୟ-କେନ୍ଦ୍ର ସରକାର ମିଳି ମିଶି କାର୍ଯ୍ୟ କରିବା ଦରକାର। ରାଜ୍ୟଗୁଡିକଙ୍କ ସହ ଖୋଲା ଆଲୋଚନା ଓ ବିତର୍କ ପାଇଁ ଆମ ସରକାର ସବୁବେଳେ ପ୍ରସ୍ତୁତ ରହିଛି।”

Related story