ଘର ସଜଡ଼ା ନା ପିସିସି ପରିବର୍ତ୍ତନ: ସସ୍‌ପେନ୍‌ସରେ ରାହୁଲଙ୍କୁ ସାକ୍ଷାତ

ନୂଆଦିଲ୍ଲୀ: କଂଗ୍ରେସର ଘର ସଜଡ଼ା ଅଭିଯାନ ନା ପିସିସି ପରିବର୍ତ୍ତନ। ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କ ସହ ଓଡ଼ିଶାର ବରିଷ୍ଠ ଓ କନିଷ୍ଠ କଂଗ୍ରେସ ନେତାଙ୍କ ତୁହାକୁ ତୁହା ଆଲୋଚନା ପରେ ଜୋର ଧରିଛି ଏହି ଚର୍ଚ୍ଚା। ତେବେ ପିସିସି ବଦଳ ପ୍ରସଙ୍ଗରେ କେହି ମୁହଁ ଖୋଲୁନଥିବା ବେଳେ ସମସ୍ତେ କେବଳ ସଙ୍ଗଠନ ସୁଦୃଢ଼ କଥା କହୁଛନ୍ତି। ଏପଟେ କିନ୍ତୁ କଂଗ୍ରେସ ବୈଠକକୁ ନେଇ ଓଡ଼ିଶାରେ ସରଗରମ ହୋଇଛି ରାଜନୀତି। ବିଜେପି ଅଭିଯୋଗ କରିଛି, ପିସିସି ସଭାପତି କିଏ […]

rahul-gandhi

Rakesh Mallick
  • Published: Monday, 08 May 2017
  • , Updated: 08 May 2017, 06:04 PM IST

ନୂଆଦିଲ୍ଲୀ: କଂଗ୍ରେସର ଘର ସଜଡ଼ା ଅଭିଯାନ ନା ପିସିସି ପରିବର୍ତ୍ତନ। ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କ ସହ ଓଡ଼ିଶାର ବରିଷ୍ଠ ଓ କନିଷ୍ଠ କଂଗ୍ରେସ ନେତାଙ୍କ ତୁହାକୁ ତୁହା ଆଲୋଚନା ପରେ ଜୋର ଧରିଛି ଏହି ଚର୍ଚ୍ଚା। ତେବେ ପିସିସି ବଦଳ ପ୍ରସଙ୍ଗରେ କେହି ମୁହଁ ଖୋଲୁନଥିବା ବେଳେ ସମସ୍ତେ କେବଳ ସଙ୍ଗଠନ ସୁଦୃଢ଼ କଥା କହୁଛନ୍ତି। ଏପଟେ କିନ୍ତୁ କଂଗ୍ରେସ ବୈଠକକୁ ନେଇ ଓଡ଼ିଶାରେ ସରଗରମ ହୋଇଛି ରାଜନୀତି। ବିଜେପି ଅଭିଯୋଗ କରିଛି, ପିସିସି ସଭାପତି କିଏ ହେବେ, ସେହି ନିଷ୍ପତ୍ତି ବି ନବୀନ ନେବେ। ବିଜେଡି ଜବାବ ଦେଇଛି, କଂଗ୍ରେସ ସହ ଆମର ନେଣଦେଣ ନାହିଁ।

ନୂଆଦିଲ୍ଲୀରେ ପ୍ରଥମେ ବରିଷ୍ଠ କଂଗ୍ରେସ ନେତାଙ୍କ ବୈଠକ। ପରେ ବିଧାୟକ, ତାପରେ ଛାତ୍ର ଓ ମହିଳା କଂଗ୍ରେସର ବୈଠକ। ଆଜି ତିନିଟି ପର୍ଯ୍ୟାୟରେ ଦଳର ଉପସଭାପତି ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରିଛନ୍ତି ଓଡ଼ିଶା କଂଗ୍ରେସ ନେତା। ପଞ୍ଚାୟତ ନିର୍ବାଚନରେ ଦଳର ବିଫଳତା ନେଇ ରାହୁଲଙ୍କ ନିକଟରେ ସମସ୍ତେ ପକ୍ଷ ରଖିଛନ୍ତି। ତେବେ ଏହି ଆଲୋଚନାରେ ପିସିସି ସଭାପତି ବଦଳ ହିଁ ମୁଖ୍ୟ ଏଜେଣ୍ଡା ଥିବା କୁହାଯାଉଥିଲେ ମଧ୍ୟ ରାହୁଲଙ୍କୁ ସାକ୍ଷାତ କରି ଫେରିଥିବା ନେତାମାନେ କିନ୍ତୁ ଏ ପ୍ରସଙ୍ଗରେ ସିଧାସଳଖ କିଛି କହୁନାହାନ୍ତି। ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା, ଆଗାମୀ ଦିନରେ ଦଳ କିଭଳି ସୁଦୃଢ଼ ହେବ ଓ ବିଜେପି ବିଜେଡିକୁ କେମିତି ଚ୍ୟାଲେଞ୍ଜ୍ ଦେବ ସେ ନେଇ ରୋଡମ୍ୟାପ୍ ପ୍ରସ୍ତୁତ ଚାଲିଛି।

ଚତୁର୍ଥ ପର୍ଯ୍ୟାୟରେ ରାହୁଲ୍‌ ବହୁ ନେତାଙ୍କ ସମେତ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କୁ ଭେଟିଛନ୍ତି। ଚୂଡ଼ାନ୍ତ ବୈଠକ ପରେ ନରସିଂହ କହିଛନ୍ତି,“ରାହୁଲଙ୍କ ସହି ବ୍ୟକ୍ତିଗତ ଭାବେ ଆଲୋଚନା ହେଲା।”

ଆସନ୍ତାକାଲି ରାହୁଲଙ୍କୁ ଭେଟିବେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଓ ବିଧାୟକ ପ୍ରଫୁଲ୍ଲ ମାଝୀ।

ଏପଟେ କଂଗ୍ରେସ ବୈଠକକୁ ନେଇ ଓଡ଼ିଶାରେ ସରଗରମ ଆରୋପ ପ୍ରତ୍ୟାରୋପ ରାଜନୀତି। ବିଜେପି କହିଛି- ୨୦୧୯ ନିର୍ବାଚନରେ ନବୀନଙ୍କ ଆଶାବାଡ଼ି ହେବ। କଂଗ୍ରେସ ପିସିସି ସଭାପତି ପରିବର୍ତ୍ତନ ପାଇଁ ଦିଲ୍ଲୀରେ କଂଗ୍ରେସ ନେତା ଓ ବିଧାୟକ ଡେରା ପକାଇଥିବା ବେଳେ ନବୀନ ବି ଦିଲ୍ଲୀ ଗସ୍ତରେ ଅଛନ୍ତି। ତେଣୁ ପିସିସି ସଭାପତି କିଏ ହେବେ, ସେ ନିଷ୍ପତ୍ତି ବି ନବୀନ ହିଁ ନେବେ।

Related story