ବମିଖାଲ ଓଭରବ୍ରିଜ୍‌ ଭୁଶୁଡିବା ତାତି ଅଚଳ କରିଦେଲା ବିଧାନସଭା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ବିଧାନସଭାରେ ଦେଖିବାକୁ ମିଳିଥିଲା ବମିଖାଲ ଓଭରବ୍ରିଜ୍‌ ଭୁଶୁଡିବା ତାତି। ବ୍ରିଜ କାମ ହାତକୁ ନେଇଥିବା ଠିକାଦାର ସଂସ୍ଥା ସହ ଶାସକ ଦଳର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଅଭିଯୋଗ ନେଇ ସରକାରଙ୍କୁ ଘେରିଥିଲା ବିଜେପି। ବିଜେପି ଘଟଣାର ସିବିଆଇ ତଦନ୍ତ ଦାବି କରିଛି। ସେହିପରି କଂଗ୍ରେସ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ବିଧାନସଭାରେ ତମ୍ବି ତୋଫାନ କରିଛି। ବିଧାନସଭା ଆରମ୍ଭ ହେବା ପରେ ଓଭରବ୍ରିଜ […]

Rakesh Mallick
  • Published: Monday, 11 September 2017
  • , Updated: 11 September 2017, 08:11 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ବିଧାନସଭାରେ ଦେଖିବାକୁ ମିଳିଥିଲା ବମିଖାଲ ଓଭରବ୍ରିଜ୍‌ ଭୁଶୁଡିବା ତାତି। ବ୍ରିଜ କାମ ହାତକୁ ନେଇଥିବା ଠିକାଦାର ସଂସ୍ଥା ସହ ଶାସକ ଦଳର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଅଭିଯୋଗ ନେଇ ସରକାରଙ୍କୁ ଘେରିଥିଲା ବିଜେପି। ବିଜେପି ଘଟଣାର ସିବିଆଇ ତଦନ୍ତ ଦାବି କରିଛି। ସେହିପରି କଂଗ୍ରେସ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ବିଧାନସଭାରେ ତମ୍ବି ତୋଫାନ କରିଛି।

ବିଧାନସଭା ଆରମ୍ଭ ହେବା ପରେ ଓଭରବ୍ରିଜ ଭୁଶୁଡିବା ନେଇ ପ୍ରଶ୍ନକାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତ୍ତି ରଖୁଥିଲେ। ହଠାତ ଆକ୍ରମଣାତ୍ମକ ମୁଦ୍ରାକୁ ଆସିଥିଲେ ବିରୋଧୀ। ଗୃହର ମଧ୍ୟ ଭାଗକୁ ଆସି ସରକାରଙ୍କ ବିରୋଧରେ ନାରାବାଜି ଆରମ୍ଭ କରିଦେଇଥିଲେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକ। ପୂର୍ତ୍ତ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାକୁ ଦାବି କରିଥିଲେ ଉଭୟ ଦଳ। ହଟ୍ଟଗୋଳ ଯୋଗୁଁ ପ୍ରଥମେ ଗୋଟିଏ ଘଣ୍ଟା ପାଇଁ ଗୃହକୁ ମୁଲତବି କରିଥିଲେ ବାଚସ୍ପତି।

ଶୂନ୍ୟକାଳରେ ମଧ୍ୟ ସମାନ ଦାବିରେ ହୋହଲ୍ଲା କରିଥିଲେ ବିରୋଧୀ। ଫଳରେ ବାଚସ୍ପତି ଗୃହକୁ ୩ଟା ଓ ପରେ ୪ଟା ଯାଏଁ ମୁଲତବି କରିଦେଇଥିଲେ। ଅପରାହ୍ନ ଅଧିବେଶନରେ ଛାଇ ରହିଥିଲା ଓଭରବ୍ରିଜ୍ ଭୁଶୁଡିବା ଘଟଣା। ଏହାପରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି।

Related story