ବିମୁଦ୍ରାକାରଣ: ଚାଷୀଙ୍କ ସମସ୍ୟାକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ନୋଟବନ୍ଦୀ ଯୋଗୁଁ ଚାଷୀ ସମ୍ମୁଖୀନ ହେଉଥିବା ସମସ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ବିମୁଦ୍ରାକରଣ ପ୍ରକ୍ରିୟାରେ ଜିଲ୍ଲା ସମବାୟ ବ୍ୟାଙ୍କ ଗୁଡିକୁ ସାମିଲ କରାଯାଇ ନ ଥିବା ଯୋଗୁଁ ଏ ସବୁ ବ୍ୟାଙ୍କରେ ଟଙ୍କାର ଘୋର ଅଭାବ ସୃଷ୍ଟି ହୋଇଥିବା ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି। ସେହିପରି ଜାତୀୟକରଣ ବ୍ୟାଙ୍କ ଗୁଡିକ ମଧ୍ୟ ସମବାୟ ବ୍ୟାଙ୍କକୁ ପର୍ଯ୍ୟାପ୍ତ ଟଙ୍କା ଦେଉ ନ ଥିବାରୁ ଚାଷୀଙ୍କୁ ଦେୟ ପୈଠ କରିବାରେ […]

naveen

Rakesh Mallick
  • Published: Wednesday, 14 December 2016
  • , Updated: 14 December 2016, 10:10 PM IST

ଭୁବନେଶ୍ୱର: ନୋଟବନ୍ଦୀ ଯୋଗୁଁ ଚାଷୀ ସମ୍ମୁଖୀନ ହେଉଥିବା ସମସ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ବିମୁଦ୍ରାକରଣ ପ୍ରକ୍ରିୟାରେ ଜିଲ୍ଲା ସମବାୟ ବ୍ୟାଙ୍କ ଗୁଡିକୁ ସାମିଲ କରାଯାଇ ନ ଥିବା ଯୋଗୁଁ ଏ ସବୁ ବ୍ୟାଙ୍କରେ ଟଙ୍କାର ଘୋର ଅଭାବ ସୃଷ୍ଟି ହୋଇଥିବା ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।

ସେହିପରି ଜାତୀୟକରଣ ବ୍ୟାଙ୍କ ଗୁଡିକ ମଧ୍ୟ ସମବାୟ ବ୍ୟାଙ୍କକୁ ପର୍ଯ୍ୟାପ୍ତ ଟଙ୍କା ଦେଉ ନ ଥିବାରୁ ଚାଷୀଙ୍କୁ ଦେୟ ପୈଠ କରିବାରେ ଅସୁବିଧା ସୃଷ୍ଟି ହେଉଥିବା ନବୀନ ଲେଖିଛନ୍ତି। ପ୍ୟାକ୍ସଗୁଡିକୁ ସପ୍ତାହକୁ ମାତ୍ର ୨୪,୦୦୦ ଟଙ୍କା ଉଠାଣ ଲାଗି ଅନୁମତି ଦିଆଯାଇଥିବାରୁ ଶସ୍ୟବୀମା, ଧାନ କିଣା ଦେୟ ପୈଠ ଓ ବୀମା ରାଶି ପ୍ରଦାନ କରାଯାଇପାରୁ ନ ଥିବା ଜଣାଇଛନ୍ତି।

ଏଥିରେ ହସ୍ତକ୍ଷେପ କରି ଆବଶ୍ୟକ ବ୍ୟବସ୍ଥା କରିବାକୁ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Related story