ନୂଆବର୍ଷରେ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଶ୍ରୀଜିଉଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ନୂଆବର୍ଷ ଆଣି ଦେଇଛି ଲୋକଙ୍କ ମନରେ ନୂଆ ଉଦ୍ଦୀପନା। ସାଙ୍ଗ ସାଥୀ ପରିଜନଙ୍କ ସହ ନୂତନ ବର୍ଷ ପାଳନ କରିବାରେ ମଉକାକୁ ହାତଛଡ଼ା କରୁନାହାନ୍ତି ଲୋକେ। ମହାପ୍ରଭୁଙ୍କ ଦର୍ଶନ କରି ନୂଆବର୍ଷ ଆରମ୍ଭ କରିବାକୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଶୃଙ୍ଖଳିତ ଭାବେ ବଡ଼ ଠାକୁରଙ୍କ ଦର୍ଶନ ଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସିଂହଦ୍ୱାର ଆଗରେ ନିର୍ମାଣ କରାଯାଇଥିବା ୩ଟି ବ୍ୟାରିକେଡ୍ ଦେଇ ଭକ୍ତ ମନ୍ଦିରରେ ପ୍ରବେଶ କରିଛନ୍ତି। […]

jagannath-puri-india

Rakesh Mallick
  • Published: Friday, 01 January 2016
  • , Updated: 01 January 2016, 09:21 AM IST

ପୁରୀ: ନୂଆବର୍ଷ ଆଣି ଦେଇଛି ଲୋକଙ୍କ ମନରେ ନୂଆ ଉଦ୍ଦୀପନା। ସାଙ୍ଗ ସାଥୀ ପରିଜନଙ୍କ ସହ ନୂତନ ବର୍ଷ ପାଳନ କରିବାରେ ମଉକାକୁ ହାତଛଡ଼ା କରୁନାହାନ୍ତି ଲୋକେ। ମହାପ୍ରଭୁଙ୍କ ଦର୍ଶନ କରି ନୂଆବର୍ଷ ଆରମ୍ଭ କରିବାକୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଶୃଙ୍ଖଳିତ ଭାବେ ବଡ଼ ଠାକୁରଙ୍କ ଦର୍ଶନ ଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସିଂହଦ୍ୱାର ଆଗରେ ନିର୍ମାଣ କରାଯାଇଥିବା ୩ଟି ବ୍ୟାରିକେଡ୍ ଦେଇ ଭକ୍ତ ମନ୍ଦିରରେ ପ୍ରବେଶ କରିଛନ୍ତି। ବିଳମ୍ୱିତ ରାତିରେ ରାତ୍ର ପହଡ଼ କରାଯାଇଥିଲା। ରାତି ସାଢେ ଗୋଟାଏରେ ଦ୍ୱାର ଫିଟା ଯାଇ ଦର୍ଶନ ଆରମ୍ଭ ହୋଇଥିଲା। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ସେହିପରି ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଦୃଢ କରାଯାଇଛି। ସହରରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ୬ଜଣ ଆଡିସିନାଲ ଏସପି ଏବଂ ୧୮ଜଣ ଡିଏସପି ସୁରକ୍ଷା ବ୍ୟବସ୍ଥାର କଡାକଡି କରିଛନ୍ତି।

ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ସମୁଦ୍ରରେ ଗାଧୋଇବାର ମଜା ନେଉଛନ୍ତି।

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ପୂର୍ବାହ୍ନରେ ଜଗନ୍ନାଥ ଦର୍ଶନ ପାଇଁ ପୁରୀରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ସେଠାରୁ ସେ ବିଜୁ ସ୍ମୃତିପୀଠକୁ ଯାଇ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ସାଂସଦ ପ୍ରସନ୍ନ ପାଟଶାଣୀ, ମନ୍ତ୍ରୀ ସଞ୍ଜୟ  ଦାସବର୍ମା, ବିଧାୟକ ମହେଶ୍ୱର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Related story