ନୂଆପଡ଼ା: କୂଅରେ ପକାଇ ୩ ଶିଶୁଙ୍କୁ ହତ୍ୟା କଲା ମାଆ  

ନୂଆପଡା: ନୂଆପଡ଼ା ଜିଲ୍ଲା ବୋଡେନ୍‌ ଥାନା ଅନ୍ତର୍ଗତ କେଶରାଜପୁର ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଆଜି ଅପରାହ୍ଣରେ ନିଜର ୩ ସନ୍ତାନଙ୍କୁ କୂଅରେ ଫୋପାଡି ହତ୍ୟା କରିଛି ଜନ୍ମ କଲା ମା’। ସମସ୍ତଙ୍କ ବୟସ ୫ ବର୍ଷ ମଧ୍ୟରେ। ଉକ୍ତ ମହିଳାଙ୍କୁ ଅଟକ ରଖିଛି ପୋଲିସ। ଉକ୍ତ ମହିଳା ଜଣକ ହେଲେ କଲ୍ୟାଣ ସିଂ ମାଝିଙ୍କ ପତ୍ନୀ ଲୋଚନୀ ମାଝି। ମୃତ ଶିଶୁମାନେ ହେଲେ ଶଶିଭୂଷଣ ମାଝି(୪ ବର୍ଷ), ଲକ୍ଷ୍ମଣ ମାଝି(ଦେଢ ବର୍ଷ) ଓ […]

nuapada-3-children-killed

Rakesh Mallick
  • Published: Tuesday, 19 July 2016
  • , Updated: 19 July 2016, 08:35 PM IST

ନୂଆପଡା: ନୂଆପଡ଼ା ଜିଲ୍ଲା ବୋଡେନ୍‌ ଥାନା ଅନ୍ତର୍ଗତ କେଶରାଜପୁର ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଆଜି ଅପରାହ୍ଣରେ ନିଜର ୩ ସନ୍ତାନଙ୍କୁ କୂଅରେ ଫୋପାଡି ହତ୍ୟା କରିଛି ଜନ୍ମ କଲା ମା’। ସମସ୍ତଙ୍କ ବୟସ ୫ ବର୍ଷ ମଧ୍ୟରେ। ଉକ୍ତ ମହିଳାଙ୍କୁ ଅଟକ ରଖିଛି ପୋଲିସ। ଉକ୍ତ ମହିଳା ଜଣକ ହେଲେ କଲ୍ୟାଣ ସିଂ ମାଝିଙ୍କ ପତ୍ନୀ ଲୋଚନୀ ମାଝି।

ମୃତ ଶିଶୁମାନେ ହେଲେ ଶଶିଭୂଷଣ ମାଝି(୪ ବର୍ଷ), ଲକ୍ଷ୍ମଣ ମାଝି(ଦେଢ ବର୍ଷ) ଓ ଶିଶୁ କନ୍ୟା କୋନ୍ଧି ମାଝି(୩ ବର୍ଷ)। ଲୋଚନୀ ୩ ଶିଶୁ ପୁତ୍ରକୁ ବୁଡାଇ ହତ୍ୟା କରିବା ପରେ କୂଅ ନିକଟରେ ବସି ଚିତ୍କାର କରୁଥିବା ଗାଁ ଲୋକେ ଦେଖିଥିଲେ।

 ଗାଁ ଲୋକେ ଏନେଇ ପରିବାରବର୍ଗଙ୍କୁ ଖବର ଦେଇଥିଲେ।

Related story