ଶୀଘ୍ର ଫେରିଆସ ମୀନକେତନ: ଲକ୍ଷେ ଟଙ୍କା ଦେଇ ସରକାର କହିଲେ ‘ଗେଟ୍‌ ୱେଲ୍‌ ସୁନ୍’

ଭୁବନେଶ୍ୱର: ପାନକ୍ରିଆଟିକ୍ କ୍ୟାନସରରେ ପୀଡିତ ଓଲିଉଡର ଜଣାଶୁଣା ଅଭିନେତା ମୀନକେତନ ଦାସଙ୍କ ଚିକତ୍ସା ଲାଗି ରାଜ୍ୟ ସରକାରଙ୍କ ସହାୟତାର ହାତ ବଢ଼ାଇଛନ୍ତି। ମୀନକେତନଙ୍କ ପତ୍ନୀ କାଞ୍ଚନବାଳାଙ୍କୁ ସଂସ୍କୃତି ବିଭାଗ ପକ୍ଷରୁ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ମୀନକେତନ ଏବେ ମୁମ୍ବାଇ ସ୍ଥିତ ଏସିଆନ କ୍ୟାନସର ଇନିଷ୍ଟିଚ୍ୟୁଟ୍‌ରେ ଚିକିତ୍ସାଧୀନ ଅଛନ୍ତି। ପାନକ୍ରିଆଟିକ୍ କ୍ୟାନସରରେ ପୀଡିତ ହୋଇ ସେ ପ୍ରଥମେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଅଲଟ୍ରାସାଉଣ୍ଡ ଓ ଏଣ୍ଡୋସ୍କୋପି ଟେଷ୍ଟ […]

minakatan

Rakesh Mallick
  • Published: Saturday, 20 May 2017
  • , Updated: 20 May 2017, 03:03 PM IST

ଭୁବନେଶ୍ୱର: ପାନକ୍ରିଆଟିକ୍ କ୍ୟାନସରରେ ପୀଡିତ ଓଲିଉଡର ଜଣାଶୁଣା ଅଭିନେତା ମୀନକେତନ ଦାସଙ୍କ ଚିକତ୍ସା ଲାଗି ରାଜ୍ୟ ସରକାରଙ୍କ ସହାୟତାର ହାତ ବଢ଼ାଇଛନ୍ତି। ମୀନକେତନଙ୍କ ପତ୍ନୀ କାଞ୍ଚନବାଳାଙ୍କୁ ସଂସ୍କୃତି ବିଭାଗ ପକ୍ଷରୁ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।

ମୀନକେତନ ଏବେ ମୁମ୍ବାଇ ସ୍ଥିତ ଏସିଆନ କ୍ୟାନସର ଇନିଷ୍ଟିଚ୍ୟୁଟ୍‌ରେ ଚିକିତ୍ସାଧୀନ ଅଛନ୍ତି। ପାନକ୍ରିଆଟିକ୍ କ୍ୟାନସରରେ ପୀଡିତ ହୋଇ ସେ ପ୍ରଥମେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଅଲଟ୍ରାସାଉଣ୍ଡ ଓ ଏଣ୍ଡୋସ୍କୋପି ଟେଷ୍ଟ କରାଯିବା ପରେ ଶରୀରରୁ ଅତ୍ୟଧିକ ସୋଡିୟମ କ୍ଷରଣ ହେଉଥିବା ଜଣାପଡ଼ିଥିଲା। ପରେ ସେ କ୍ୟାନସରରେ ପୀଡିତ ହୋଇଥିବା ଜଣାପଡିବାରୁ ମୁମ୍ବାଇକୁ ସ୍ଥାନାନ୍ତରିତ କରାଯାଇଛି।

 

Related story