ଓଡ଼ିଶା-ଆନ୍ଧ୍ର ପୋଲିସ୍‌ର ମିଳିତ ଅପରେସନ୍‌,୨୪ ମାଓବାଦୀ ନିହତ

ମାଲକାନଗିରି/ବିଶାଖାପାଟଣା: ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ପୋଲିସ୍‌କୁ ମିଳିଛି ବଡ଼ ସଫଳତା। ଆନ୍ଧ୍ର-ଓଡ଼ିଶା ସୀମାରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ରାମଗଡ଼ ଓ ପଣସପୁଟ ମଝାମଝି ବେଜିଂ ଜଙ୍ଗଲରେ ଆଜି ଭୋରରେ ଉଭୟ ରାଜ୍ୟର ପୋଲିସ୍‌ର ମିଳିତ ଅପରେସନରେ ୨୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୮ ମହିଳା ମାଓବାଦୀ ଅଛନ୍ତି। ୬ଜଣ କ୍ୟାଡର ମାଓବାଦୀଙ୍କ ପରିଚୟ ମିଳିଛି। ସେମାନେ ହେଲେ ଅରୁଣା ଚଲପତି,ଗଜ୍ରାଲା ରବି, ଦୟା ଓଭେଙ୍କଟ ରାବଣା,ରାମକ୍ରୀଷ୍ଣା ପୁଅ ମୁନା ଓ ପେଙ୍କାଲ […]

malkangiri

Rakesh Mallick
  • Published: Monday, 24 October 2016
  • , Updated: 25 October 2016, 11:03 AM IST

ମାଲକାନଗିରି/ବିଶାଖାପାଟଣା: ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ପୋଲିସ୍‌କୁ ମିଳିଛି ବଡ଼ ସଫଳତା। ଆନ୍ଧ୍ର-ଓଡ଼ିଶା ସୀମାରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ରାମଗଡ଼ ଓ ପଣସପୁଟ ମଝାମଝି ବେଜିଂ ଜଙ୍ଗଲରେ ଆଜି ଭୋରରେ ଉଭୟ ରାଜ୍ୟର ପୋଲିସ୍‌ର ମିଳିତ ଅପରେସନରେ ୨୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୮ ମହିଳା ମାଓବାଦୀ ଅଛନ୍ତି। ୬ଜଣ କ୍ୟାଡର ମାଓବାଦୀଙ୍କ ପରିଚୟ ମିଳିଛି। ସେମାନେ ହେଲେ ଅରୁଣା ଚଲପତି,ଗଜ୍ରାଲା ରବି, ଦୟା ଓଭେଙ୍କଟ ରାବଣା,ରାମକ୍ରୀଷ୍ଣା ପୁଅ ମୁନା ଓ ପେଙ୍କାଲ ସୁରେଶ।ଅନ୍ୟପକ୍ଷରେ ଏହି ଅପରେସନ୍‌ରେ ଆନ୍ଧ୍ର ଗ୍ରେହାଉଣ୍ଡର ଜଣେ ଯବାନ ସହିଦ ହୋଇଛନ୍ତି। ତାଙ୍କ ନାଁ ମହମ୍ମଦ ଆବୁ ବାକର।

ପୋଲିସ୍ ୨୪ ଜଣ ମାଓବାଦୀଙ୍କ ମୃତଦେହକୁ ଘଟଣାସ୍ଥଳରୁ ଜବତ କରିଛି। ଘଟଣାସ୍ଥଳରୁ ୧୦ଟି ଥ୍ରି ନଟ୍ ଥ୍ରି, ୪ଟି ଏକେ ୪୭ ଓ ୨ଟି ଏସ୍‌ଏଲ୍‌ଆର୍ ବନ୍ଧୁକ ସହିତ ମାଓବାଦୀଙ୍କ ଦ୍ୱାରା ବ୍ୟବହୃତ କିଛି ଜିନିଷପତ୍ର ମଧ୍ୟ ଜବତ କରାଯାଇଛି। ଅନେକ ମାଓବାଦୀ ଆହତ ହୋଇଥିବା ଆଶଙ୍କା କରାଯାଉଛି। ପୋଲିସ୍ ପକ୍ଷରୁ ଉକ୍ତ ସ୍ଥାନରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ଡିଜିପି କେ.ବି ସିଂହ କହିଛନ୍ତି,“ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ଥାନାର ବିଚ୍ଛିନ୍ନାଞ୍ଚଳରେ ମାଓବାଦୀଙ୍କ ଆନ୍ଧ୍ର-ଓଡ଼ିଶା ବୋର୍ଡର ସ୍ପେଶାଲ୍ ଜୋନ୍ କମିଟିର ସଦସ୍ୟମାନେ ଏକାଠି ହେଉଥିବା ନେଇ ଆମ ପାଖରେ ବହୁ ପୂର୍ବରୁ ସୂଚନା ପହଞ୍ଚି ଥିଲା।  ଆମର ଏକ ଟିମ୍ ଏହି ସୂଚନା ଠିକ୍ ଥିବା ନେଇ ସ୍ପଷ୍ଟ କରିବା ପରେ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ପୋଲିସ୍ ପକ୍ଷରୁ ମିଳିତ ଅପରେସନ୍ କରାଯାଇଥିଲା। ଏଥିରେ ଟପ୍ ମାଓ କ୍ୟାଡର ଉଦୟ ବି ପ୍ରାଣ ହରାଇଥିବା ସୂଚନା ରହିଛି। ଉଦୟ ନାଁରେ ୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି।”

ସେ ଆହୁରି କହିଛନ୍ତି,“ଏହି ଅପରେସନ୍ ବିଚ୍ଛିନ୍ନାଞ୍ଚଳରେ ହୋଇଥିଲା। ତେଣୁ ଆନ୍ଧ୍ର ପୋଲିସ୍ ନେତୃତ୍ୱ ନେଇଥିଲା। ଆନ୍ଧ୍ରର ଗ୍ରେହାଉଣ୍ଡ ଯବାନମାନେ ଏଥିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଆମର ଯବାନମାନେ ମଧ୍ୟ ବିଚ୍ଛିନ୍ନାଞ୍ଚଳରେ ଅଛନ୍ତି। ଆଉ ଜଣେ ଟପ୍‌ ମାଓନେତା ରାମକ୍ରିଷ୍ଣା ଖସିପଳାଇଛି। ଏଥରୁ ସ୍ପଷ୍ଟ ଜଣାପଡୁଛି ଲାଲବାହୀନୀର ଏକ ବଡ଼ ଆକ୍ରମଣ କରିବାର ଯୋଜନା ଥିଲା। ଗୁଳିବିନିମୟ ପରେ  ପୋଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।”

ମାଲକାନଗିରି ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି,“ଗତକାଲି ଆନ୍ଧ୍ର  ଓ ଓଡ଼ିଶା ପୋଲିସ୍‌ ମିଳିତ ଉଦ୍ୟମରେ  ଅପରେସନ୍‌ କରାଯାଇଥିଲା।ପଣସସୁପୁଟ ଜିପି ଅଞ୍ଚଳରେ ମାଓବାଦୀ ଥିବା ଆମ ପାଖରେ ଗୁଇନ୍ଦା ସୂଚନା ଥିଲା। ଆଜି ସକାଳେ ମାଓବାଦି ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିୟମୟ ହୋଇଥିଲା। ଏଥିରେ କେତେଜଣ ମାଓବାଦୀ ନିହତ ହୋଇଛନ୍ତି। ବର୍ତ୍ତମାନ ଅପରେସନ୍‌ ଜାରି ରହିଛି। ନିହିତ ହୋଇଥିବା ମାଓବାଦୀଙ୍କୁ ମାଲକାନଗିରି ଅଣାଗଲା ପରେ ତାଙ୍କର ପରିଚୟ ଦିଆଯିବ। ରାମଗଡ଼ ଓ ପଣସପୁଟ ମଝାମଝି ବେଜିଂ ଜଙ୍ଗଲରେମାଓବାଦୀଙ୍କ ଟ୍ରେନିଂ ଚାଲିଥିଲା।”

 ବିଶାଖାପାଟଣା ଏସପି ରାହୁଲଦେବ ଶର୍ମା କହିଛନ୍ତି, “ନିହତ ୨୪ ମାଓବାଦୀଙ୍କ ମଧ୍ୟରୁ ୧୨ ଜଣଙ୍କ ପରିଚୟ ମିଳିଛି।ମୃତ ଗଜ୍ରାଲ ରବିଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା।”

Related story