ସିନେପ୍ରେମୀଙ୍କ ପାଇଁ ଖୁସି ଖବର: ଓଡ଼ିଶା ଦର୍ଶକ ଟ୍ୟାକ୍ସ ଫ୍ରିରେ ଦେଖିବେ ‘ସଚିନ-ଏ ବିଲିୟନ ଡ୍ରିମ୍ସ୍’

ଭୁବନେଶ୍ୱର: ସଚିନଙ୍କ ଫ୍ୟାନ୍ସ ପାଇଁ ଖୁସି ଖବର। ଭାରତରତ୍ନ ସଚିନ ତେନ୍ଦୁଲକରଙ୍କ ବାୟୋପିକ୍ ‘ସଚିନ-ଏ ବିଲିୟନ ଡ୍ରିମ୍ସ୍’ ଫିଲ୍ମ ଓଡ଼ିଶାରେ ଟ୍ୟାକ୍ସ ଫ୍ରି ହେବ। ଆସନ୍ତା ୨୬ ତାରିଖରେ ଏହି ଫିଲ୍ମ ଦେଶ ତଥା ବିଦେଶରେ ରିଲିଜ୍‌ ହେବାକୁ ଯାଉଛି। ମହାନ କ୍ରିକେଟର ସଚିନ୍‌ଙ୍କ ଜୀବନୀ ଉପରେ ଆଧାରିତ ବହୁ ଚର୍ଚ୍ଚିତ ଫିଲ୍ମ ‘ସଚିନ୍‌ ଏ ବିଲିୟନ ଡ୍ରିମ୍ସ୍’କୁ କିନ୍ତୁ ଓଡିଶା ଦର୍ଶକ ବିନା ଟ୍ୟାକ୍ସ୍‌ରେ ଦେଖିପାରିବେ। ଏନେଇ ରାଜ୍ୟର ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଘୋଷଣା କରିଛନ୍ତି। […]

sachin

Rakesh Mallick
  • Published: Tuesday, 23 May 2017
  • , Updated: 23 May 2017, 07:15 PM IST

ଭୁବନେଶ୍ୱର: ସଚିନଙ୍କ ଫ୍ୟାନ୍ସ ପାଇଁ ଖୁସି ଖବର। ଭାରତରତ୍ନ ସଚିନ ତେନ୍ଦୁଲକରଙ୍କ ବାୟୋପିକ୍ ‘ସଚିନ-ଏ ବିଲିୟନ ଡ୍ରିମ୍ସ୍’ ଫିଲ୍ମ ଓଡ଼ିଶାରେ ଟ୍ୟାକ୍ସ ଫ୍ରି ହେବ। ଆସନ୍ତା ୨୬ ତାରିଖରେ ଏହି ଫିଲ୍ମ ଦେଶ ତଥା ବିଦେଶରେ ରିଲିଜ୍‌ ହେବାକୁ ଯାଉଛି। ମହାନ କ୍ରିକେଟର ସଚିନ୍‌ଙ୍କ ଜୀବନୀ ଉପରେ ଆଧାରିତ ବହୁ ଚର୍ଚ୍ଚିତ ଫିଲ୍ମ ‘ସଚିନ୍‌ ଏ ବିଲିୟନ ଡ୍ରିମ୍ସ୍’କୁ କିନ୍ତୁ ଓଡିଶା ଦର୍ଶକ ବିନା ଟ୍ୟାକ୍ସ୍‌ରେ ଦେଖିପାରିବେ। ଏନେଇ ରାଜ୍ୟର ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଘୋଷଣା କରିଛନ୍ତି। ସଚିନ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ହୋଇଥିବାରୁ ତାଙ୍କ ଉପରେ ନିର୍ମିତ ଏହି ଫିଲ୍ମକୁ ରାଜ୍ୟ ସରକାର ମନୋରଂଜନ କର ମୁକ୍ତ କରିଛନ୍ତି। ଆସନ୍ତା ୨୬ ତାରିଖରେ ଏହି ଫିଲ୍ମ ରିଲିଜ୍ ହେବ।

Related story