ଧର୍ମେନ୍ଦ୍ରଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିବା ପରେ ରାଜ୍ୟ ବିଜେପିରେ ଉତ୍ସାହ
ଆଜି ମୋଦିଙ୍କ ମନ୍ତ୍ରୀମଣ୍ଡଳର ତଅତୀୟ ସମ୍ପ୍ରସାରଣ ହୋଇଥିଲା। ପ୍ରଥମେ ଶପଥ ନେଇଥିଲେ ଧର୍ମେନ୍ଦ୍ର ପ୍ରଧାନ। ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଦାୟିତ୍ୱରୁ କ୍ୟାବିନେଟ୍ ପାହ୍ୟାକୁ ପଦୋନ୍ନତି ପାଇ ପଦ ଓ ଗୋପନୀୟତାର ଶପଥ ନେଇଥିଲେ ଧର୍ମେନ୍ଦ୍ର। ଏହାପରେ ରାଜ୍ୟ ବିଜେପିରେ ଆରମ୍ଭ ହୋଇଯାଇଥିଲା ଆତସବାଜି। ବାଜା ବାଣରେ କମ୍ପିଥିଲା ପରିବେଶ, ଝୁମିଥିଲେ ନେତା ଓ କର୍ମୀ। ରାଜ୍ୟ ସଭାପତିଙ୍କଠାରୁ ଆରମ୍ଭ କରି ଅନ୍ୟ ବରିଷ୍ଠ ନେତାମାନେ ମିଠା ବାଣ୍ଟୁଥିବା ଦେଖିବାକୁ ମିଳିଥିଲା। ଜିଲ୍ଲା ସ୍ତରରେ ବି କର୍ମୀମାନେ ଉତ୍ସବ ମନାଇଛନ୍ତି।
ଶପଥ ନେବା ପରେ ଦିଲ୍ଲୀରେ ପରିବାର ସହ ଯାଇ ଜଗନ୍ନାଥଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ ଧର୍ମେନ୍ଦ୍ର। କହିଥିଲେ- “ମୋଦି ସରକାର ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ପୂର୍ବରୁ କେବେ ଏପରି ବାତାବରଣ ଆସି ନଥିଲା। ପୂର୍ବ ଭାରତର ବିକାଶ ଆମ ସରକାରର ଏକ ପ୍ରମୁଖ ରଣନୀତି ହୋଇ ରହିଛି।”
ପେଟ୍ରୋଲିୟମ ମନ୍ତ୍ରାଳୟରେ ଭଲ ପ୍ରଦର୍ଶନ ଯୋଗୁଁ ଧର୍ମେନ୍ଦ୍ରଙ୍କୁ ପଦୋନ୍ନତି ମିଳିଥିବା କୁହାଯାଉଛି। ତୈଳ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ସହ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ୨ କୋଟି ୫୦ ଲକ୍ଷ ଗରିବ ପରିବାରକୁ ଏଲପିଜି ସଂଯୋଗ, ପହଲ୍ ଯୋଜନା ବା ସବସିଡ ଛାଡିବା ପାଇଁ ଲୋକଙ୍କୁ ମନାଇବାରେ ବିଭାଗର ସଫଳତା କଥାକୁ ଖୋଦ ମୋଦି ବି ପ୍ରଂଶସା କରିଥିଲେ। ଉଜ୍ୱାଳା ଉତ୍ତର ପ୍ରଦେଶ ନିର୍ବାଚନରେ ବିଜେପିର ଭୋଟ ବଢାଇଲା ବୋଲି ବି କୁହାଯାଉଛି। ଏହାବାଦ୍ ଉତ୍ତରାଖଣ୍ଡର ପ୍ରଭାରୀ ଦାୟିତ୍ୱ ନେଇ ବିଜେପିକୁ ୭୦ରୁ ୫୬ ସିଟ୍ ଜିତାଇବାରେ ଧର୍ମେନ୍ଦ୍ରଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ। ଓଡ଼ିଶାରେ ପଞ୍ଚାୟତ ନିର୍ବାଚନରେ ଦଳର ଭୋଟ ପ୍ରତିଶତ ୧୮ରୁ ୩୩ ପ୍ରତିଶତକୁ ବଢିବା ପଛରେ ଧର୍ମେନ୍ଦ୍ରଙ୍କ ଗୋଟି ଚାଳନା କାମ ଦେଲା ବୋଲି କେନ୍ଦ୍ରୀୟ ନେତା ବିଶ୍ୱାସ କରୁଛନ୍ତି। ଆଗକୁ ଓଡିଶାରେ ପୌର ଓ ସାଧାରଣ ନିର୍ବାଚନ ହେବ। ତେଣୁ ଗୁଡ୍ ବୁକରେ ଥିବା ଧର୍ମେନ୍ଦ୍ର ମୋଦିଙ୍କ ଅଧିକ ନିକଟତର ହୋଇଥିବା ଚର୍ଚ୍ଚା ହେଉଛି। ଧର୍ମେନ୍ଦ୍ରଙ୍କ ଗୁରୁତ୍ୱ ବଢିଥିବାରୁ ମିଶନ୍ ୧୨୦ ଆସନ ପାଇଁ ଶାହା ଦେଇଥିବା ଲକ୍ଷ୍ୟକୁ ଏହା ବଳ ଦେବ ବୋଲି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି।
ଅନ୍ୟପକ୍ଷରେ ବିଜେଡି ଏହି ଗଣତିକୁ ଗ୍ରହଣ କରିନାହିଁ। ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି-“ତାଙ୍କ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିବାକୁ ସେ କାର୍ଯ୍ୟକ୍ରମ କରୁଛନ୍ତି। ଏହା ତାଙ୍କ ଦଳର କଥା, ଏଥିରେ ମୋର କିଛି କହିବାର ନାହିଁ। ହେଲେ ୧୨୦ ସଂଖ୍ୟାକୁ ନେଇ  ଯେଉଁ ବାହାସ୍ପଟ ମାରୁଛନ୍ତି, ଏହା ଦିବାସ୍ୱପ୍ନ ସହ ସମାନ।
୨୦୧୧ରେ ଦଳର ରାଷ୍ଟ୍ରୀୟ ସଂପାଦକ ହୋଇଥିଲେ ଧର୍ମେନ୍ଦ୍ର। ପରେ ତ୍ରିପୁରା, ଛତିଶଗଡ଼, ବିହାର, କର୍ଣାଟକ ଓ ଉତ୍ତରାଖଣ୍ଡର ପ୍ରଭାରୀ ଦାୟିତ୍ୱ ତୁଲାଇବା ସହ ଜାତୀୟ ସ୍ତରରେ ନିଜ ଦବଦବା ବଢାଇ ମୋଦିଙ୍କ ବିଶ୍ୱାସ ଭାଜନ ହୋଇପାରିଛନ୍ତି।
Ordigital Desk
• Published: Sunday, 03 September 2017
• Updated: 03 September 2017, 09:43 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos