ବିଜୁ ଜନ୍ମ ଶତବାର୍ଷିକୀରେ କେନ୍ଦ୍ର ଉପରେ ବର୍ଷିଲେ ନବୀନ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଦଳୀୟ କାର୍ଯ୍ୟାୟଳରେ ଆୟୋଜିତ କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକ ଯୋଗଦେଇ କହିଛନ୍ତି,“କେନ୍ଦ୍ର ସରକାର ଅନେକ ଯୋଜନା କାଟି ଦେଇଛନ୍ତି। ଆଦିବାସୀ ଓ ପଛୁଆ ବର୍ଗର ଲୋକଙ୍କ ସ୍ୱାର୍ଥକୁ କେନ୍ଦ୍ର ସରକାର ଅଣଦେଖା କରୁଛନ୍ତି। ଓଡ଼ିଶା ସରକାର ନିଜସ୍ୱ ପାଣ୍ଠିରେ ଜନହିତକାରୀ ଯୋଜନା ଜାରି ରଖିଛନ୍ତି। ରାଜ୍ୟର ଦଳିତ, ଆଦିବାସୀ ଓ ଗରିବଙ୍କ ଜୀବନଧାରଣରେ ଉନ୍ନତି, ଆସିଛି।” ବିଜେଡି […]

Biju birth day

Rakesh Mallick
  • Published: Sunday, 05 March 2017
  • , Updated: 05 March 2017, 09:24 PM IST

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଦଳୀୟ କାର୍ଯ୍ୟାୟଳରେ ଆୟୋଜିତ କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକ ଯୋଗଦେଇ କହିଛନ୍ତି,“କେନ୍ଦ୍ର ସରକାର ଅନେକ ଯୋଜନା କାଟି ଦେଇଛନ୍ତି। ଆଦିବାସୀ ଓ ପଛୁଆ ବର୍ଗର ଲୋକଙ୍କ ସ୍ୱାର୍ଥକୁ କେନ୍ଦ୍ର ସରକାର ଅଣଦେଖା କରୁଛନ୍ତି। ଓଡ଼ିଶା ସରକାର ନିଜସ୍ୱ ପାଣ୍ଠିରେ ଜନହିତକାରୀ ଯୋଜନା ଜାରି ରଖିଛନ୍ତି। ରାଜ୍ୟର ଦଳିତ, ଆଦିବାସୀ ଓ ଗରିବଙ୍କ ଜୀବନଧାରଣରେ ଉନ୍ନତି, ଆସିଛି।”

ବିଜେଡି ସାଧାରଣ ସମ୍ପାଦକ ଦେବୀ ମିଶ୍ର କହିଛନ୍ତି,“ଓଡ଼ିଶାର ଅଭିବୃଦ୍ଧି କିଛି ଲୋକ ଦେଖିପାରୁ ନାହାନ୍ତି। ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଗରିବ କହି ଉପହାସ କରୁଛନ୍ତି।”

ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି,“କେନ୍ଦ୍ର ସରକାର ସବୁବେଳେ ଓଡ଼ିଶାକୁ ଗରିବ କରି ରଖିବାକୁ ଚକ୍ରାନ୍ତ କରୁଛନ୍ତି। ଏହା ବିରୋଧରେ ପ୍ରବାଦ ପୁରୁଷ ବିଜୁବାବୁ ଲଢ଼େଇ କରିଥିଲେ। ଏବେ ଆମେ କେନ୍ଦ୍ର ବିରୋଧରେ ଲଢ଼େଇ କରିଲେ ତାହା ହେବ ବିଜୁ ବାବୁଙ୍କ ପ୍ରତି ପ୍ରକୃତ ଶ୍ରଧାଞ୍ଜଳି।”

ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା କହିଛନ୍ତି,“ସାମାନ୍ୟ ଧୂଳି ଝଡ଼କୁ ନେଇ ଅନ୍ୟମାନେ ଉତ୍‌ଫୁଲ୍ଲିତ ହେଉଛନ୍ତି।”

ବିଜେଡିର କେନ୍ଦ୍ରୀୟ ଅବହେଳା ଅଭିଯୋଗର ଜବାବ ରଖିଛି ବିଜେପି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,“ନବୀନ ବାବୁ ଓଡ଼ିଶାକୁ କେନ୍ଦ୍ରର ଅବହେଳାର ମିଥ୍ୟା ଅଭିଯୋଗ କରିଛନ୍ତି। ନବୀନ ବାବୁଙ୍କ ଅଭିଯୋଗର ଉତ୍ତର ଦିଆଯିବ। ବିବୁ ଜୟନ୍ତୀରେ ନବୀନ ବାବୁ ରାଜନୈତିକ ପ୍ରସଙ୍ଗ ଉଠାଇଛନ୍ତି। ବିଜୁ ବାବୁଙ୍କୁ ଦଳୀୟ ସଂକୀର୍ଣ୍ଣତାରେ ସୀମିତ ରଖିବା ଦୁଃଖଦାୟକ।”

Related story