ନବୀନଙ୍କ ଲୋକପ୍ରିୟତା ଏମିତି: ‘ଇଣ୍ଡିଆ ଟୁଡେ’ରେ ଜିରୋ, ‘ଆଉଟ୍‌ଲୁକ୍‌’ରେ ହିରୋ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡିଶା ରାଜନୀତିର ଚକ୍ରବ୍ୟୂହରେ ଜାତୀୟ ସ୍ତରର ଇଂରାଜୀ ପତ୍ରିକା। ଶ୍ରେଷ୍ଠତ୍ୱକୁ ନେଇ ଚାଲିଛି ଲଢ଼େଇ। ‘ଆଉଟ୍‌ଲୁକ୍‌’ ଇଂରାଜୀ ପତ୍ରିକାର ଜନମତ ସର୍ଭେରେ ନବୀନ ପଟ୍ଟନାୟକ ହିରୋ ବନିଥିବା ବେଳେ ‘ଇଣ୍ଡିଆ ଟୁଡେ’ରେ ଜିରୋ ବନିଛନ୍ତି। ‘ଇଣ୍ଡିଆ ଟୁଡେ’ ପତ୍ରିକାର ପ୍ରଚ୍ଛଦ ପୃଷ୍ଠାର ଟପ୍‌-୫ ତାଲିକାରୁ ବାଦ୍ ପଡ଼ିଛନ୍ତି ନବୀନ। ରୋଚକ  କଥା ହେଉଛି, ଯେଉଁ ପତ୍ରିକା ଦେଢ଼ମାସ ତଳେ ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଥିଲା, ତା’ର ଏକ ଜନମତ ସର୍ଭେରେ ସେ ଲୋକପ୍ରିୟତା […]

Naveen Pattnaik

Rakesh Mallick
  • Published: Monday, 21 August 2017
  • , Updated: 21 August 2017, 08:58 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡିଶା ରାଜନୀତିର ଚକ୍ରବ୍ୟୂହରେ ଜାତୀୟ ସ୍ତରର ଇଂରାଜୀ ପତ୍ରିକା। ଶ୍ରେଷ୍ଠତ୍ୱକୁ ନେଇ ଚାଲିଛି ଲଢ଼େଇ। ‘ଆଉଟ୍‌ଲୁକ୍‌’ ଇଂରାଜୀ ପତ୍ରିକାର ଜନମତ ସର୍ଭେରେ ନବୀନ ପଟ୍ଟନାୟକ ହିରୋ ବନିଥିବା ବେଳେ ‘ଇଣ୍ଡିଆ ଟୁଡେ’ରେ ଜିରୋ ବନିଛନ୍ତି। ‘ଇଣ୍ଡିଆ ଟୁଡେ’ ପତ୍ରିକାର ପ୍ରଚ୍ଛଦ ପୃଷ୍ଠାର ଟପ୍‌-୫ ତାଲିକାରୁ ବାଦ୍ ପଡ଼ିଛନ୍ତି ନବୀନ। ରୋଚକ  କଥା ହେଉଛି, ଯେଉଁ ପତ୍ରିକା ଦେଢ଼ମାସ ତଳେ ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଥିଲା, ତା’ର ଏକ ଜନମତ ସର୍ଭେରେ ସେ ଲୋକପ୍ରିୟତା ଗ୍ରାଫ୍‌ରେ ହଠାତ୍ ତଳକୁ ଖସି ଆସିଛନ୍ତି।

ଜିରୋରୁ ହିରୋ

‘ଇଣ୍ଡିଆ ଟୁଡେ’ ପତ୍ରିକାର ଜୁଲାଇ ୩ ସଂସ୍କରଣର କଭର ପେଜରେ ୫ମ ଥର ପାଇଁ ନବୀନ ପୁଣି ଶାସନ ଡୋରି ଧରିବେ ବୋଲି ଆକଳନ କରିଥିଲା। ଏବେ ସେହି ପତ୍ରିକାର ଅଗଷ୍ଟ ୨୮ ସଂସ୍କରଣରେ ଦେଶର ଟପ୍‌ ୫ ମୁଖ୍ୟମନ୍ତ୍ରୀଙ୍କ ତାଲିକାରୁ ବାଦ ପଡ଼ିଛନ୍ତି ନବୀନ। ଏକ ନମ୍ବରରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କ ପରେ ଅଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ଜାତୀୟ ସ୍ତରର ଏ ଦୁଇଟି ପତ୍ରିକାରରେ ଶ୍ରେଷ୍ଠତ୍ୱର ମାପକାଠିକୁ ନେଇ  ଆରମ୍ଭ ହୋଇଥିବା ଲଢ଼େଇରେ ଏବେ ଲାଗିଛି  ରାଜନୀତିର ରଙ୍ଗ।

‘ଆଉଟ୍‌ଲୁକ୍‌’ ଅନ୍‌ଲାଇନ୍‌ ସର୍ଭେରେ ନବୀନ ନଂ.୧

ନବୀନଙ୍କ ମୁଣ୍ଡରେ ‘ଶ୍ରେଷ୍ଠ ପ୍ରଶାସକ’ର ମୁକୁଟ ଲଗାଇଲା ‘ଆଉଟ୍‌ଲୁକ୍’ ଇଂରାଜୀ ପତ୍ରିକା। ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ରେସ୍‌ରୁ ଆଉଟ୍ କରି ନମ୍ବର ଓ୍ୱାନ ହେଲେ ନବୀନ। ପଶ୍ଚିମବଙ୍ଗର ମମତା ବାନାର୍ଜୀ, ବିହାରର ନୀତୀଶ କୁମାର, ମହାରାଷ୍ଟ୍ରର ଦେବେନ୍ଦ୍ର ଫଡ଼ନାଭିଶ୍‌, କେରଳର ସିଦ୍ଦରାମୟା ଓ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାରଙ୍କ ପ୍ରଶାସନିକ ଦକ୍ଷତାକୁ ପଛରେ ପକାଇ ଦେଇଥିଲେ ନବୀନ। ଏହାପରେ ରାଜ୍ୟରେ ନେତା ଓ କର୍ମୀମାନେ ଉତ୍ସବ ପାଳନ କରିଥିଲେ। ସେଲିବ୍ରେସନ୍‌ର ପର୍ବ ଚାଲିଥିଲା ଦୁଇଦିନ ଧରି। ଗତକାଲି ବିମାନ ବନ୍ଦରଠାରୁ ନବୀନ ନିବାସ ହୋଇପଡ଼ିଥିଲା ଲୋକାରଣ୍ୟ। ସମସ୍ତଙ୍କ ହାତରେ ଥିଲା ନବୀନଙ୍କ ଫଟୋ ଥିବା ପୋଷ୍ଟର। ଆଜି ମଧ୍ୟ ସଚିବାଳୟରେ ଶୁଭେଚ୍ଛାର ସୁଅ ଛୁଟିଥିଲା।

ସେଲିବ୍ରେସନ୍‌ରେ କେଁ ପୁରାଇଲା ବିଜେପି

ଜାତୀୟ ସ୍ତରର ପତ୍ରିକାରେ ଅନଲାଇନ୍ ଭୋଟିଂ ଏବେ ଭୋଟ୍ ରାଜନୀତିକୁ ବି ପଛରେ ପକାଇଦେଇଛି। ଭୁବନେଶ୍ୱର ସହର ସାରା ଛାଇ ଯାଇଛି ମୁଖ୍ୟମନ୍ତ୍ରୀଙ୍କ ବଡ ବଡ ହୋର୍ଡିଂ। ବ୍ରାଣ୍ଡ ନବୀନଙ୍କୁ ଆଗକୁ ଆଣି, ବିଜେପିକୁ ଚେକ୍ ଦେବା ପାଇଁ ବିଜେଡିକୁ ମିଳିଛି ମଉକା। ଠିକ୍ ଏଇ ସମୟରେ ଏପଟେ ଆଉଏକ ଜାତୀୟ ସ୍ତରର ଇଂରାଜୀ ପତ୍ରିକା ‘ଇଣ୍ଡିଆ ଟୁଡେ’ର ନୂଆ ତଥ୍ୟକୁ ନେଇ କାଉଣ୍ଟର ଆଟାକ୍ କରିଛି ବିଜେପି। ଦେଢ଼ମାସ ତଳେ ଏହି ପତ୍ରିକାରେ ନବୀନଙ୍କ ଏକ ସୁଦୀର୍ଘ ସା‍କ୍ଷାତକାର ପ୍ରକାଶ ପାଇଥିଲା, ଯେଉଁଥିରେ ତାଙ୍କର ଗୁଣ ଗାନ କରାଯାଇଥିଲା। ସେତେବେଳେ ବିଜେଡି ନେତା ଓ କର୍ମୀ ଏହି ପତ୍ରିକା ବୁଲିବୁଲି ବାଣ୍ଟିଥିଲେ। କିନ୍ତୁ ଚଳିତ ମାସରେ ‘ଇଣ୍ଡିଆ ଟୁଡେ’ର ଏକ ସଂସ୍କରଣରେ ଯେଉଁ ଟପ୍‌-୫ ମୁଖ୍ୟମନ୍ତ୍ରୀ ତାଲିକା ପ୍ରକାଶ ପାଇଛି, ସେଥିରେ ନବୀନ ସ୍ଥାନ ପାଇନାହାଁନ୍ତି। ଏହି ତଥ୍ୟକୁ ବିଜେଡିକୁ ଆକ୍ରମଣ କରିଛି ବିଜେପି। ଏହା ମଧ୍ୟ ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।

କିଏ କ’ଣ କହିଲେ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି- “ଦେଶର ସ୍ଥିତି ନେଇ ‘ଇଣ୍ଡିଆ ଟୁଡେ’ କରିଥିବା ସର୍ଭେରେ ୫ ଜଣ ମୁଖ୍ୟମନ୍ତ୍ରୀ ରହିଥିଲେ। ମାତ୍ର ସେଥିରେ ନବୀନ ବାବୁ ନାହାଁନ୍ତି। ଦୁଇମାସ ତଳେ ବିଜେଡି ନେତାମାନେ ପଇସା ଖର୍ଚ୍ଚ କରି ଘର ଘର ବୁଲି ‘ଇଣ୍ଡିଆ ଟୁଡେ’ ପତ୍ରିକା ବାଣ୍ଟୁଥିଲେ। ଏବେ ସେମାନେ କ’ଣ ପାଇଁ ପତ୍ରିକା ବାଣ୍ଟୁ ନାହାଁନ୍ତି।”

ବିଜେଡି ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି- “୧୭ ବର୍ଷର କାର୍ଯ୍ୟକୁ ନେଇ ନବୀନ ବାବୁଙ୍କୁ ଭାରତବର୍ଷର ଲୋକେ ଅନ୍‌ ଲାଇନ୍‌ରେ ଭୋଟ ଦେଇଛନ୍ତି। ଏହି ପୁରସ୍କାର ‘ଆଉଟ୍‌ଲୁକ୍‌’ ପତ୍ରିକା ଦେଇନାହିଁ।”

Related story