ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଏକଜୁଟ, ନବୀନଙ୍କ ସହ ଆଲୋଚନା କରିଛନ୍ତି ନୀତୀଶ !

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିଜେପି ବିରୋଧୀ ଦଳଙ୍କର ସଜବାଜ ଆରମ୍ଭ  ହୋଇଯାଇଛି। ସବୁ ବିରୋଧୀ ଦଳ ଏକାଠି ହୋଇ ଜଣେ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବାକୁ ଯୋଜନା କରୁଛନ୍ତି।  ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ସମ୍ପର୍କରେ ଜେଡିୟୁ ମୁଖପାତ୍ର କେ.ସି. ତ୍ୟାଗୀ ସୂଚନା ଦେଇଛନ୍ତି। ତ୍ୟାଗୀ କହିଛନ୍ତି,“ନୀତୀଶ ଭୁବନେଶ୍ୱରରେ ଆସିଥିବା ବେଳେ ନବୀନଙ୍କ ଭେଟି ଏ ସମ୍ପର୍କରେ  […]

cmo

Rakesh Mallick
  • Published: Friday, 21 April 2017
  • , Updated: 21 April 2017, 02:09 PM IST

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିଜେପି ବିରୋଧୀ ଦଳଙ୍କର ସଜବାଜ ଆରମ୍ଭ  ହୋଇଯାଇଛି। ସବୁ ବିରୋଧୀ ଦଳ ଏକାଠି ହୋଇ ଜଣେ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବାକୁ ଯୋଜନା କରୁଛନ୍ତି।  ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ସମ୍ପର୍କରେ ଜେଡିୟୁ ମୁଖପାତ୍ର କେ.ସି. ତ୍ୟାଗୀ ସୂଚନା ଦେଇଛନ୍ତି।

ତ୍ୟାଗୀ କହିଛନ୍ତି,“ନୀତୀଶ ଭୁବନେଶ୍ୱରରେ ଆସିଥିବା ବେଳେ ନବୀନଙ୍କ ଭେଟି ଏ ସମ୍ପର୍କରେ  ଆଲୋଚନା କରିଛନ୍ତି। ଗତକାଲି ନୀତିଶ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ।”

ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ  ବେଳେ ବିରୋଧୀ ଏକଜୁଟ ହୋଇ ପ୍ରାର୍ଥୀ ଦେବାକୁ ଆଲୋଚନା ହୋଇଥିବା ତ୍ୟାଗୀ ସୂଚନା ଦେଇଛନ୍ତି।

Related story