କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ଝଡ଼: ହାଇକମାଣ୍ଡଙ୍କୁ ବିଧାୟକ ଶୁଣାଇବେ ଚରମବାଣୀ, ନ ଶୁଣିଲେ ଅନ୍ୟ ପନ୍ଥା

ଭୁବନେଶ୍ୱର: ହାଇକମାଣ୍ଡଙ୍କ ଦରବାରରେ ବିଧାୟକ ଶୁଣାଇବେ ଚରମବାଣୀ। ପିସିସି ପରିବର୍ତ୍ତନ ଦାବିକୁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ନ ଶୁଣିଲେ, ବିଧାୟକ ଅନ୍ୟ ପନ୍ଥା ଦେଖିବେ। ତେବେ କଣ ସେ ପନ୍ଥା ତାହା ଗୁପ୍ତ ରଖିଛନ୍ତି ବିଧାୟକ। ବିରୋଧୀ ଦଳ ନେତାଙ୍କ ଘରେ ମନ୍ତ୍ରଣାର ଗୋଟିଏ ଦିନ ପରେ ଆଜି ମୁହଁ ଖୋଲିଛନ୍ତି ୩ ବିଧାୟକ। ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି- “ଆମୂଳଚୁଳ ପରିବର୍ତ୍ତନ ଯେତେ ବିଳମ୍ୱ ହେବ କଂଗ୍ରେସ ସେତେ ଦୁର୍ବଳ […]

Congress

Rakesh Mallick
  • Published: Tuesday, 13 June 2017
  • , Updated: 13 June 2017, 09:07 PM IST

ଭୁବନେଶ୍ୱର: ହାଇକମାଣ୍ଡଙ୍କ ଦରବାରରେ ବିଧାୟକ ଶୁଣାଇବେ ଚରମବାଣୀ। ପିସିସି ପରିବର୍ତ୍ତନ ଦାବିକୁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ନ ଶୁଣିଲେ, ବିଧାୟକ ଅନ୍ୟ ପନ୍ଥା ଦେଖିବେ। ତେବେ କଣ ସେ ପନ୍ଥା ତାହା ଗୁପ୍ତ ରଖିଛନ୍ତି ବିଧାୟକ। ବିରୋଧୀ ଦଳ ନେତାଙ୍କ ଘରେ ମନ୍ତ୍ରଣାର ଗୋଟିଏ ଦିନ ପରେ ଆଜି ମୁହଁ ଖୋଲିଛନ୍ତି ୩ ବିଧାୟକ।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି- “ଆମୂଳଚୁଳ ପରିବର୍ତ୍ତନ ଯେତେ ବିଳମ୍ୱ ହେବ କଂଗ୍ରେସ ସେତେ ଦୁର୍ବଳ ହେବ। ତୁରନ୍ତ ପଦକ୍ଷେପ ନେବା ପାଇଁ ରାହୁଲ ଗାନ୍ଧୀଙ୍କୁ ବିଧାୟକମାନେ ସମୟ ମାଗିଛନ୍ତି।”

କଂଗ୍ରେସକୁ ବିଧାୟକମାନେ ୧୬ ତାରିଖରେ ଭେଟିବାକୁ ସମୟ ମାଗିଥିଲେ। ମାତ୍ର ରାହୁଲ ଗାନ୍ଧୀ ନିଜ ଆଈଙ୍କୁ ଭେଟିବାକୁ ବାହାରକୁ ଯାଉଥିବା ନେଇ ଟ୍ୱିଟ୍‌ କରିଥିବାରୁ ସମ୍ଭବତଃ ବିଧାୟକମାନେ ୧୮ ତାରିଖରେ ଭେଟି ପାରନ୍ତି।

ବିଧାୟକ ଯୋଗେଶ ସିଂ କହିଛନ୍ତି- “କଂଗ୍ରେସକୁ ବଞ୍ଚାଇବାକୁ ହେଲେ ପିସିସି ଓ ପ୍ରଭାରି ପରିବର୍ତ୍ତନ କରାଯିବା ଆବଶ୍ୟକ। ଯଦି ପିସିସି ଓ ପ୍ରଭାରୀ ନ ବଦଳାଯାଏ ତାହାହେଲେ ଏକ ବଡ଼ ଧରଣର ପରିବର୍ତ୍ତନ ହେବ। ସମୟ ଆସିଲେ ସବୁ ଖୋଲାଯିବ।”

ବିଧାୟକ ପ୍ରଫୁଲ୍ଲ ମାଝୀ କହିଛନ୍ତି- “ଆମେ ଆମର ଦାବି କହିବୁ। ଚୂଡ଼ାନ୍ତ ନିଷ୍ପତ୍ତି ନେବ ଏଆଇସିସି।”

ବିଧାୟକଙ୍କ ଗୁପ୍ତ ବୈଠକ ଓ ଦିଲ୍ଲୀ ଯିବା ନେଇ ଦଳ କହିଛି, ହାଇକମାଣ୍ଡଙ୍କ ବିନା ନିଷ୍ପତ୍ତିରେ କଂଗ୍ରେସରେ ପତ୍ର ହଲେ ନାହିଁ। ଶୃଙ୍ଖଳାରକ୍ଷା ପାଇଁ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି ମୁଖପାତ୍ର ଓ ଟିମ୍ ପ୍ରସାଦଙ୍କ ସଦସ୍ୟ।

Related story