ବିଜେଡିରେ ମିଶିବେ ଦିବଂଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରିବାର!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନମଣ୍ଡଳୀର ସ୍ୱର୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରିବାର ବିଜେଡିରେ ମିଶି ପାରନ୍ତି। ଆସନ୍ତା ଶନିବାର ସୁବଳଙ୍କ ପରିବାର ନବୀନ ନିବାସ ଆସି ବିଜେଡିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଶ୍ରମମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ ସୂଚନା ଦେଇଛନ୍ତି। ସେ କହିଛନ୍ତି-“ମହାପ୍ରୟାଣ ପୂର୍ବରୁ ସୁବଳ ସାହୁ ବିଜେଡିରେ ମିଶିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ମାତ୍ର ସୁଯୋଗ ମିଳିନଥିଲା। ଦେହାନ୍ତ ପରେ ତାଙ୍କ ପରିବାର ଲୋକେ […]

bijepursubala

Rakesh Mallick
  • Published: Wednesday, 20 September 2017
  • , Updated: 20 September 2017, 05:38 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନମଣ୍ଡଳୀର ସ୍ୱର୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରିବାର ବିଜେଡିରେ ମିଶି ପାରନ୍ତି। ଆସନ୍ତା ଶନିବାର ସୁବଳଙ୍କ ପରିବାର ନବୀନ ନିବାସ ଆସି ବିଜେଡିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଶ୍ରମମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ ସୂଚନା ଦେଇଛନ୍ତି।

ସେ କହିଛନ୍ତି-“ମହାପ୍ରୟାଣ ପୂର୍ବରୁ ସୁବଳ ସାହୁ ବିଜେଡିରେ ମିଶିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ମାତ୍ର ସୁଯୋଗ ମିଳିନଥିଲା। ଦେହାନ୍ତ ପରେ ତାଙ୍କ ପରିବାର ଲୋକେ ବିଜେଡିରେ ମିଶିବେ ବୋଲି କହିଛନ୍ତି। ଏଥିପାଇଁ ପରିବାର ପକ୍ଷରୁ କୌଣସି ସର୍ତ୍ତ ରଖାଯାଇ ନାହିଁ। ଦଳରେ ସାମିଲ ହେବା ପରେ ବିଜେପୁରରୁ କିଏ ପ୍ରାର୍ଥୀ ହେବେ ମୁଖ୍ୟମନ୍ତ୍ରୀ ସ୍ଥିର କରିବେ।”

ଅଗଷ୍ଟ ୨୨ ତାରିଖରେ କଂଗ୍ରେସର ବରିଷ୍ଠ ବିଧାୟକ ସୁବଳ ସାହୁଙ୍କର ୫୫ ବର୍ଷ ବୟସରେ ପରଲୋକ ହୋଇଥିଲା।  ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା। ଆଇନରେ ସ୍ନାତକୋତ୍ତର ପାଠ୍ୟକ୍ରମ ଶେଷକରି ସୁବଳ ଆଇନଜୀବୀ ଭାବେ ଜୀବୀକା ଆରମ୍ଭ କରିଥିଲେ। କ୍ରୀଡ଼ା ‍କ୍ଷେତ୍ରରେ ମଧ୍ୟ ତାଙ୍କର ବିଶେଷ ଆଗ୍ରହ ରହିଥିଲା। ସେଥିପାଇଁ ସେ ଖେଳ ବିକାଶ ପାଇଁ ଉଦ୍ୟମ ଜାରି ରଖିଥିଲେ। ଜଣେ ଜାତୀୟ ସ୍ତରର ଭଲିବଲ ଖେଳାଳି ଭାବେ ସେ ନାଁ କରିଥିଲେ। ୧୯୮୧ ଓ ୧୯୮୩ ମସିହାରେ ସୁବଳ ଜାତୀୟ ସ୍ତରର ଭଲିବଲ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ।

ଅଧିକ ପଢ଼ନ୍ତୁ: ସ୍ୱର୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ହେବେ ବିଜେଡି ପ୍ରାର୍ଥୀ?

Related story