ଜିଏସ୍‌ଟି ମାଡ଼: ଖାଉଟି ଭକୁଆ, ମାଲାମାଲ ବ୍ୟବସାୟୀ

ଭୁବନେଶ୍ୱର: ଗୋଟିଏ ଦେଶ ଗୋଟିଏ କର। ଏହି ଶ୍ଲୋଗାଦ ଦେଇ ସମଗ୍ର ଦେଶରେ କାର୍ଯ୍ୟକାରୀ କରାଯାଇଥିଲା ଜିଏସ୍‌ଟି। ହେଲେ ଏପର୍ଯ୍ୟନ୍ତ ଖାଉଟିଙ୍କୁ ଫାଇଦା ମିଳିନି। ଅନ୍ୟପକ୍ଷରେ ଲାଭ ଉଠାଉଛନ୍ତି ବ୍ୟବସାୟୀ। ଏହାର ମୁଖ୍ୟ କାରଣ ହେଉଛି ରାଜ୍ୟରେ ଏଯାଏଁ ବ୍ୟବସ୍ଥିତ ଭାବେ ଜିଏସ୍‌ଟି ଲାଗୁ ହୋଇପାରି ନାହିଁ। ଜିଏସ୍‌ଟି ପୂର୍ବରୁ ସାମଗ୍ରୀର ଦର ସହିତ ନୂଆ ଦରର ଟ୍ୟାଗ ଲଗାଇ ବିକିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ କିଭଳି କାର୍ଯ୍ୟକାରୀ କରାଯିବ ସେନେଇ ବ୍ୟବସାୟୀଙ୍କ ପାଖରେ […]

gst-bill-647_080316033418

Rakesh Mallick
  • Published: Wednesday, 19 July 2017
  • , Updated: 19 July 2017, 07:05 PM IST

ଭୁବନେଶ୍ୱର: ଗୋଟିଏ ଦେଶ ଗୋଟିଏ କର। ଏହି ଶ୍ଲୋଗାଦ ଦେଇ ସମଗ୍ର ଦେଶରେ କାର୍ଯ୍ୟକାରୀ କରାଯାଇଥିଲା ଜିଏସ୍‌ଟି। ହେଲେ ଏପର୍ଯ୍ୟନ୍ତ ଖାଉଟିଙ୍କୁ ଫାଇଦା ମିଳିନି। ଅନ୍ୟପକ୍ଷରେ ଲାଭ ଉଠାଉଛନ୍ତି ବ୍ୟବସାୟୀ। ଏହାର ମୁଖ୍ୟ କାରଣ ହେଉଛି ରାଜ୍ୟରେ ଏଯାଏଁ ବ୍ୟବସ୍ଥିତ ଭାବେ ଜିଏସ୍‌ଟି ଲାଗୁ ହୋଇପାରି ନାହିଁ। ଜିଏସ୍‌ଟି ପୂର୍ବରୁ ସାମଗ୍ରୀର ଦର ସହିତ ନୂଆ ଦରର ଟ୍ୟାଗ ଲଗାଇ ବିକିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ କିଭଳି କାର୍ଯ୍ୟକାରୀ କରାଯିବ ସେନେଇ ବ୍ୟବସାୟୀଙ୍କ ପାଖରେ କୌଣସି ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ନାହିଁ। ଫଳରେ ଅଧିକାଂଶ ଦୋକାନୀ ପୁରୁଣା ଦର ଅନୁସାରେ  ଜିନିଷ ବିକ୍ରି କରୁଛନ୍ତି।

ଏପଟେ ବ୍ୟବସାୟୀଙ୍କ ଚାଲାକି ପଦାକୁ ଆସିବା ପରେ ତତ୍ପର ହୋଇଛି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ। ଅସାଧୁ ବ୍ୟବସାୟୀଙ୍କ ଉପରେ ନଜର ରଖିବା ଲାଗି ଯୋଗାଣ ଇନ୍ସପେକ୍ଟର ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦୋକାନୀ ନିର୍ଦ୍ଧାରିତ ଦରରେ ଜିନିଷ ବିକୁଛନ୍ତି ନା ନାହିଁ ଏମାନେ ଯାଞ୍ଚ କରିବେ। ଆବଶ୍ୟକସ୍ଥଳେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବେ। ସେପଟେ ଖାଉଟିଙ୍କ ଅବଗତି ନିମନ୍ତେ ପୁରୁଣା ଦର ସହ ନୂଆ ଦରର ଟ୍ୟାଗ୍ ଲଗାଇବାକୁ ବ୍ୟବସାୟୀଙ୍କୁ କୁହାଯାଇଛି। ସେପ୍ଟେମ୍ବର ସୁଦ୍ଧା ସମସ୍ତ ପୁରୁଣା ଷ୍ଟକ୍ ସାରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି।

ପ୍ୟାକେଟ୍ ସାମଗ୍ରୀରେ ଯାହା ମୂଲ୍ୟ ଥିଲା ତାହା ରହିଛି। ବ୍ୟବସାୟୀ ମାନେ ସବୁ ଗାଇଡ ଲାଇନ୍ ଫଲୋ କରୁଛନ୍ତି। ମାତ୍ର କେତେକ ଅସାଧୁ ବ୍ୟବସାୟୀ ଗାଇଡ୍‌ ଲାଇନ୍‌କୁ ଉଲ୍ଲଂଘନ କରୁଛନ୍ତି। ସେମାନଙ୍କୁ ଧରିବା ଦାୟିତ୍ୱ ହେଉଛି ସରକାରଙ୍କର ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘ ସାଧାରଣ ସଂପାଦକ ସୁଧାକର ପଣ୍ଡା କହିଛନ୍ତି।

ସୂଚନାରୁ ପ୍ରକାଶ, ଚାଉଳ, ଗହମ ପରି ଖାଦ୍ୟଶସ୍ୟ, ଡାଲି, କ୍ଷୀର, ଚା, ପନିପରିବା, ଖାଇଦା ତେଲ, ଚିନି, ଟୁଥ୍‌ପେଷ୍ଟ, ସାବୁନ, ଚପଲ, ପିଲାଙ୍କ ଡ୍ରଇଁ ସାମଗ୍ରୀ ଆଦିକୁ ଜିଏସ୍‌ଟି ମୁକ୍ତ ରଖାଯାଇଛି। ଆଗରୁ ଏସବୁ ସାମଗ୍ରୀ ଉପରେ ଟିକସ ଲାଗୁ ହେଉଥିଲା। ତେଣୁ ଏବେ ଏସବୁ ସାମଗ୍ରୀର ଦର ପୂର୍ବ ଅପେକ୍ଷା ଯଥେଷ୍ଟ କମିଛି।

Related story