ଓଡ଼ିଶା ଉଚ୍ଚ ନ୍ୟାୟଳୟରେ ଉଡ଼ିଲା ରାଜ୍ୟର ବୃହତ୍ତମ ଜାତୀୟ ପତାକା

କଟକ: ୭୦ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଓଡ଼ିଶା ଉଚ୍ଚ ନ୍ୟାୟଳୟରେ ଉଡ଼ିଛି ରାଜ୍ୟର ବୃହତ୍ତମ ଜାତୀୟ ପତାକା। ୨୧୫ ଫୁଟ ଉଚ୍ଚତା ବିଶିଷ୍ଟ ଫ୍ଲାଗ୍‌ ପୋଲ୍‌ରେ ୭୨ଫୁଟ ଲମ୍ୱ ଏବଂ ୪୮ ଫୁଟ ଉଚ୍ଚତାର ତ୍ରିରଙ୍ଗା ଉଡ଼ିଛି। ସକାଳ ୮ଟା ୪୫ ମିନିଟ୍‌ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିନିତ ସରନ୍ ଏହି ପତାକାକୁ ଉତ୍ତୋଳନ କରିଥିଲେ। ଏହି ଅବସରରେ ଓଡ଼ିଶା ହାଇକୋର୍ଟର ଅନ୍ୟ ବିଚାରପତିଙ୍କ ସମେତ ଆଡ଼ଭୋକେଟ୍ ଜେନେରାଲ୍‌ ଓ ବରିଷ୍ଠ ଆଇନଜୀବୀମାନେ ଉପସ୍ଥିତ […]

high-court

Rakesh Mallick
  • Published: Monday, 15 August 2016
  • , Updated: 15 August 2016, 03:16 PM IST

କଟକ: ୭୦ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଓଡ଼ିଶା ଉଚ୍ଚ ନ୍ୟାୟଳୟରେ ଉଡ଼ିଛି ରାଜ୍ୟର ବୃହତ୍ତମ ଜାତୀୟ ପତାକା। ୨୧୫ ଫୁଟ ଉଚ୍ଚତା ବିଶିଷ୍ଟ ଫ୍ଲାଗ୍‌ ପୋଲ୍‌ରେ ୭୨ଫୁଟ ଲମ୍ୱ ଏବଂ ୪୮ ଫୁଟ ଉଚ୍ଚତାର ତ୍ରିରଙ୍ଗା ଉଡ଼ିଛି। ସକାଳ ୮ଟା ୪୫ ମିନିଟ୍‌ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିନିତ ସରନ୍ ଏହି ପତାକାକୁ ଉତ୍ତୋଳନ କରିଥିଲେ। ଏହି ଅବସରରେ ଓଡ଼ିଶା ହାଇକୋର୍ଟର ଅନ୍ୟ ବିଚାରପତିଙ୍କ ସମେତ ଆଡ଼ଭୋକେଟ୍ ଜେନେରାଲ୍‌ ଓ ବରିଷ୍ଠ ଆଇନଜୀବୀମାନେ ଉପସ୍ଥିତ ଥିଲେ।

Related story