ଆଇନ୍‌ ବିଗାଡ଼ୁଛି କଙ୍ଗାରୁ କୋର୍ଟ: ମୟୂରଭଞ୍ଜରେ ସ୍କୁଟି ଚଳାଇ ମହିଳା ହଟହଟ୍ଟା, ସୁନ୍ଦରଗଡ଼ରେ ଶବକୁ ମିଳିଲାନି ଚାରି କାନ୍ଧ

ଭୁବନେଶ୍ୱର: ଆଇନ୍‌କୁ ବିଗାଡୁଛି ଗାଁ ନିଶାପ। ଏହାର ପ୍ରଭାବରେ କେଉଁଠି ପରିବାର ଭାଙ୍ଗୁଛି ତ ଆଉ କେଉଁଠି ବ୍ୟକ୍ତିସତ୍ତା ଉପରେ ପ୍ରଚଣ୍ଡ ଆକ୍ରମଣ ହେଉଛି। ନିକଟରେ ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି ଏମିତି ଦୁଇଟି ଉଦ୍‌ବେଗଜନକ ଘଟଣା। ଗାଁରେ ସ୍କୁଟି ଚଲେଇ ଯିବାରୁ ମୟୂରଭଞ୍ଜରେ ଜଣେ ମହିଳା ନିର୍ଯାତିତ ହୋଇଥିବା ବେଳେ ସୁନ୍ଦରଗଡ଼ରେ ମୃତ୍ୟୁ ପରେ ଜଣଙ୍କୁ ଚାରିକାନ୍ଧ ମିଳିନଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ କୋଇଡ଼ା ବ୍ଲକ୍ ଅନ୍ତର୍ଗତ ଗଣୁଆ ଗାଁର ବଣୁଆ ବିଚାରରେ ଜାତିପ୍ରଥା […]

cangarooo coart

Rakesh Mallick
  • Published: Friday, 21 July 2017
  • , Updated: 21 July 2017, 08:49 PM IST

ଭୁବନେଶ୍ୱର: ଆଇନ୍‌କୁ ବିଗାଡୁଛି ଗାଁ ନିଶାପ। ଏହାର ପ୍ରଭାବରେ କେଉଁଠି ପରିବାର ଭାଙ୍ଗୁଛି ତ ଆଉ କେଉଁଠି ବ୍ୟକ୍ତିସତ୍ତା ଉପରେ ପ୍ରଚଣ୍ଡ ଆକ୍ରମଣ ହେଉଛି। ନିକଟରେ ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି ଏମିତି ଦୁଇଟି ଉଦ୍‌ବେଗଜନକ ଘଟଣା। ଗାଁରେ ସ୍କୁଟି ଚଲେଇ ଯିବାରୁ ମୟୂରଭଞ୍ଜରେ ଜଣେ ମହିଳା ନିର୍ଯାତିତ ହୋଇଥିବା ବେଳେ ସୁନ୍ଦରଗଡ଼ରେ ମୃତ୍ୟୁ ପରେ ଜଣଙ୍କୁ ଚାରିକାନ୍ଧ ମିଳିନଥିବା ଅଭିଯୋଗ ହୋଇଛି।

ସୁନ୍ଦରଗଡ଼ କୋଇଡ଼ା ବ୍ଲକ୍ ଅନ୍ତର୍ଗତ ଗଣୁଆ ଗାଁର ବଣୁଆ ବିଚାରରେ ଜାତିପ୍ରଥା ବିବାଦକୁ କେନ୍ଦ୍ର କରି ପୂର୍ବରୁ ଗାଁର ଫଗୁ ପେଠେଇଙ୍କ ପରିବାରକୁ ଗାଁ ଲୋକେ ବାସନ୍ଦ କରିଥିଲେ। ଏପରିକି ଫଗୁଙ୍କ ମୃତ୍ୟୁ ପରେ ମଧ୍ୟ ଗାଁ ଲୋକଙ୍କ ରାଗ ବୁଝିନଥିଲା। ଚାରି କାନ୍ଧ ନଦେବାରୁ ଫଗୁଙ୍କ ମୃତଦେହ ୧୨ ଘଣ୍ଟା ଧରି ପଡ଼ି ରହିଥିଲା। ଶେଷରେ କିଛି ଉପାୟ ନପାଇ ୮ ବର୍ଷର ପୁଅ, ସଦ୍ୟ ବିଧବା ପତ୍ନୀ ଓ ଜଣେ ଦରଦୀ ଯୁବକଙ୍କ ସହଯୋଗରେ ଗାଡ଼ିରେ ମଶାଣିକୁ ଶବ ନିଆଯାଇଥିଲା। ଜେସିବିରେ ଗାଡ଼ ଖୋଳାଯାଇ ଫଗୁଙ୍କ ମୃତଦେହ ପୋତା ଯାଇଥିଲା। ଏନେଇ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ ପାଇଁ ସୁନ୍ଦରଗଡ଼ ତହସିଲଦାରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି କଙ୍ଗାରୁ କୋର୍ଟର ଜଙ୍ଗଲ ନ୍ୟାୟରେ ଭାଙ୍ଗି ଯାଇଛି ଜଣେ ଉଚ୍ଚ ଶିକ୍ଷିତ ମହିଳାଙ୍କ ପରିବାର। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଗାଁର ସୁବାସିନୀ ସିଂଙ୍କ ଦୋଷ ଏତିକି ଯେ ସେ ଗାଁର ଅନ୍ୟମାନଙ୍କଠାରୁ ଉଚ୍ଚଶିକ୍ଷିତା ଓ ରକ୍ଷଣଶିଳତା ଶିକୁଳି ଛିଡ଼ାଇ ବିବାହ ପରେ ୪ ବର୍ଷର ଝିଅଟିଏ ହେବା ପରେ ଡିପ୍ଲୋମା ପାଠ ପଢୁଛନ୍ତି। ଏପରିକି ସ୍କୁଟି ଧରି ଗାଁ ରାସ୍ତାରେ କଲେଜ ଯାଉଛନ୍ତି। ସୁଭାସିନୀଙ୍କ ପାଠ ପଢ଼ା ଓ ସ୍କୁଟି ଚଲାକୁ ଗାଁ ଲୋକେ ବିରୋଧ କରିଥିଲେ। ପରେ ଗାଁରେ ବସିଲା ପ୍ରଜାକୋର୍ଟ। ଗାଁ ମୁଖିଆଙ୍କ ନିଷ୍ପତ୍ତି ଅନୁଯାୟୀ ତାଙ୍କ(ସୁବାସିନୀ)ଙ୍କ ହାତରୁ ଜୋରଜବରଦସ୍ତ ଶଙ୍ଖା କାଢ଼ି ଦିଆଯାଇଥିଲା। ସିନ୍ଦୂର ପୋଛି ଗାଁରୁ ତଡ଼ି ଦିଆଯାଇଥିଲା। ପ୍ରଜାକୋର୍ଟର ଏପରି ନିଷ୍ପତ୍ତିକୁ ସୁବାସିନୀଙ୍କ ସ୍ୱାମୀ ଓ ଶାଶୁ ଘର ଲୋକେ ସମର୍ଥନ କରୁଥିବା ଅଭିଯୋଗ ହୋଇଛି। ଏନେଇ ସୁବାସିନୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ପୀଡ଼ିତା ସୁବାସିନୀ ସିଂ କହିଛନ୍ତି-“ବିବାହ ପରେ ମୁଁ ପାଠ ପଢ଼ୁଥିବାରୁ ଗାଁ ଲୋକଙ୍କର ହଜମ ହେଉନି। ମୋର ପାଠ ପଢ଼ାକୁ ସେମାନେ ବିରୋଧ କରୁଛନ୍ତି।”

ସୁବାସିନୀଙ୍କ ସ୍ୱାମୀ କମଳାକାନ୍ତ ସିଂ କହିଛନ୍ତି-“ମୁଁ ଚାହୁଛି ମୋ ପତ୍ନୀ ପାଠ ପଢ଼ୁ। ତାଙ୍କ ପାଠ ପଢ଼ାକୁ ଗାଁ ଲୋକେ କଣ ପାଇଁ ବିରୋଧ କରିବେ?”

ବେତନଟୀ ଆଇଆଇସି ମୀନତି ବିଶ୍ୱାଳ କହିଛନ୍ତି-“ଏନେଇ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ ଚାଲିଛି। ତଦନ୍ତ ସରିବା ପରେ ସବୁ କିଛି ଜଣାପଡ଼ିବ।”

ଗାଁ ଗହଳିରେ କାହିଁକି ବାରମ୍ବାର ଘଟୁଛି ଏଭଳି କଙ୍ଗାରୁକୋର୍ଟ। ଆଇନ୍‌ ସହାୟତା ନନେଇ କାହିଁକି ଆଇନକୁ ହାତକୁ ନେଉଛନ୍ତି ଲୋକେ? ପୋଲିସ୍ ବ୍ୟବସ୍ଥା ପ୍ରତି ଅନାସ୍ଥା ନା ଅନ୍ୟ କିଛି କାରଣ?

Related story