ରାତି ପାହିଲେ ମାଟ୍ରିକ ରେଜଲ୍‌ଟ: ୱେବ୍‌ସାଇଟ୍‌ରେ ପ୍ରକାଶ ପାଇବ ଫଳ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷା ଫଳ। ସକାଳ ସାଢ଼େ ୯ଟା ବେଳେ  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଓ ବୋର୍ଡ ସଭାପତି ପରୀକ୍ଷା ଫଳକୁ ବିଧିବଦ୍ଧ ଭାବେ ଘୋଷଣା କରିବେ। ଦିନ ସାଢେ ୧୧ଟା ବେଳେ ୱେବ୍‌ସାଇଟ୍‌ (www.bseodisha.nic.in ଓ www.bseodisha.ac.in) ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ଏହି  ୱେବ୍‌ସାଇଟ୍‌ରେ ପରୀକ୍ଷା ଫଳ ପାଇପାରିବେ। ଏହାଛଡ଼ା ମୋବାଇଲରେ ମେସେଜ ପଠାଇ ମଧ୍ୟ ଛାତ୍ରଛାତ୍ରୀମାନେ ନିଜର ପରୀକ୍ଷା ଫଳ ଜାଣିପାରିବେ। ମେସେଜ ପଠାଇବା ପାଇଁ ମୋବାଇଲରେ OR10<ରୋଲନମ୍ୱର> […]

Odisha-HSC-Result-2017

Rakesh Mallick
  • Published: Tuesday, 25 April 2017
  • , Updated: 25 April 2017, 05:21 PM IST

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷା ଫଳ। ସକାଳ ସାଢ଼େ ୯ଟା ବେଳେ  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଓ ବୋର୍ଡ ସଭାପତି ପରୀକ୍ଷା ଫଳକୁ ବିଧିବଦ୍ଧ ଭାବେ ଘୋଷଣା କରିବେ। ଦିନ ସାଢେ ୧୧ଟା ବେଳେ ୱେବ୍‌ସାଇଟ୍‌ (www.bseodisha.nic.in ଓ www.bseodisha.ac.in) ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ଏହି  ୱେବ୍‌ସାଇଟ୍‌ରେ ପରୀକ୍ଷା ଫଳ ପାଇପାରିବେ। ଏହାଛଡ଼ା ମୋବାଇଲରେ ମେସେଜ ପଠାଇ ମଧ୍ୟ ଛାତ୍ରଛାତ୍ରୀମାନେ ନିଜର ପରୀକ୍ଷା ଫଳ ଜାଣିପାରିବେ। ମେସେଜ ପଠାଇବା ପାଇଁ ମୋବାଇଲରେ OR10<ରୋଲନମ୍ୱର> ଟାଇପ୍‌ କରି ୫୬୭୬୭୫୦ କୁ ପଠାଇବାକୁ ପଡ଼ିବ।

ଚଳିତ ବର୍ଷ ୬ ଲକ୍ଷ ୫ ହଜାର ୭୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଚଳିତ ଥର ତୃଟିଶୂନ୍ୟ ଫଳ ପ୍ରକାଶନ ଉପରେ ବୋର୍ଡ ଅଧିକ ଗୁରୁତ୍ୱ ଦେଇଛି।

Related story