ଖୋଜିଦେବେ ବିସ୍ଫୋରକ, ଝାମ୍ପି ନେବେ ଡ୍ରଗ୍ସ: ଓଡିଶା ପୋଲିସରେ କେ-ନାଇନ୍ ସ୍କ୍ୱାଡ୍

ଓଡିଶା ପୋଲିସ ଡିଟେକଟିଭ୍ ଡଗ୍ ସ୍କ୍ୱାଡର ନାଁ ପରିବର୍ତ୍ତନ ହୋଇ କେ-ନାଇନ୍ ସ୍କ୍ୱାଡ ଭାବେ ନାମିତ ହୋଇଛି। ନୂଆ ନାଁ ପାଇଥିବା ଏହି ସ୍କ୍ୱାଡରେ ତିନିଟି ଜର୍ମାନ ସେଫର୍ଡ ବ୍ରିଡର କୁକୁରକୁ ସାମିଲ୍ କରାଯାଇଛି। ଏହି ତିନିଟି ସନ୍ଧାନୀ କୁକୁରକୁ ବିଏସ୍ଏଫ୍ ଏକାଡେମୀରେ ଟ୍ରେନିଂ ପାଇଁ ଭର୍ତ୍ତି କରାଯିବ। ବିସ୍ଫୋରକ ଓ ଡ୍ରଗ୍ସ ସନ୍ଧାନରେ ଏମାନେ ମାହିର ହେବେ। ଏନେଇ ଆଜି ସ୍ପେଶାଲ୍ ଡିଜି ବିଜୟ କୁମାର ଶର୍ମା ଟୁଇଟ୍ କରି ସୂଚନା ଦେଇଛନ୍ତି। ଏପରିକି କେ-ନାଇନ୍ […]

unnamed (1)

Rakesh Mallick
  • Published: Monday, 05 June 2017
  • , Updated: 05 June 2017, 04:41 PM IST

ଓଡିଶା ପୋଲିସ ଡିଟେକଟିଭ୍ ଡଗ୍ ସ୍କ୍ୱାଡର ନାଁ ପରିବର୍ତ୍ତନ ହୋଇ କେ-ନାଇନ୍ ସ୍କ୍ୱାଡ ଭାବେ ନାମିତ ହୋଇଛି। ନୂଆ ନାଁ ପାଇଥିବା ଏହି ସ୍କ୍ୱାଡରେ ତିନିଟି ଜର୍ମାନ ସେଫର୍ଡ ବ୍ରିଡର କୁକୁରକୁ ସାମିଲ୍ କରାଯାଇଛି। ଏହି ତିନିଟି ସନ୍ଧାନୀ କୁକୁରକୁ ବିଏସ୍ଏଫ୍ ଏକାଡେମୀରେ ଟ୍ରେନିଂ ପାଇଁ ଭର୍ତ୍ତି କରାଯିବ। ବିସ୍ଫୋରକ ଓ ଡ୍ରଗ୍ସ ସନ୍ଧାନରେ ଏମାନେ ମାହିର ହେବେ। ଏନେଇ ଆଜି ସ୍ପେଶାଲ୍ ଡିଜି ବିଜୟ କୁମାର ଶର୍ମା ଟୁଇଟ୍ କରି ସୂଚନା ଦେଇଛନ୍ତି। ଏପରିକି କେ-ନାଇନ୍ ସ୍କ୍ୱାଡରେ ସାମିଲ୍ ହୋଇଥିବା ତିନିଟି କୁକୁରଙ୍କ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।

Related story