ରାଜ୍ୟରେ ମାଓ ପ୍ରବଣ ଜିଲ୍ଲାକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର: ରାଜ୍ୟରେ ମାଓ ପ୍ରବଣ ଜିଲ୍ଲା ସଂଖ୍ୟା କେତେ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଓଡ଼ିଶାରେ ଦୁଇଟି ମାଓ ପ୍ରବଣ ଜିଲ୍ଲା ରହିଛି ବୋଲି ମୁଖ୍ୟଶାସନ ସଚିବ ରିପୋର୍ଟ ଦେଇଥିବା ବେଳେ ୧୯ଟି ଜିଲ୍ଲା ମାଓପ୍ରବଣ ରହିଛି ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ ଉତ୍ତର ଦେଉଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି କିଏ ସତ କରୁଛନ୍ତି। ଶାସନ ସଚିବ ନା ମୁଖ୍ୟମନ୍ତ୍ରୀ? ସତରେ କ’ଣ ରାଜ୍ୟରେ ମାଓ ପ୍ରବଣ ଜିଲ୍ଲା ସଂଖ୍ୟା କମିଛି। ଓଡ଼ିଶାରେ ଦୁଇଟି ମାଓ ପ୍ରବଣ […]

naxal

Rakesh Mallick
  • Published: Saturday, 14 January 2017
  • , Updated: 15 January 2017, 08:10 PM IST

ଭୁବନେଶ୍ୱର: ରାଜ୍ୟରେ ମାଓ ପ୍ରବଣ ଜିଲ୍ଲା ସଂଖ୍ୟା କେତେ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଓଡ଼ିଶାରେ ଦୁଇଟି ମାଓ ପ୍ରବଣ ଜିଲ୍ଲା ରହିଛି ବୋଲି ମୁଖ୍ୟଶାସନ ସଚିବ ରିପୋର୍ଟ ଦେଇଥିବା ବେଳେ ୧୯ଟି ଜିଲ୍ଲା ମାଓପ୍ରବଣ ରହିଛି ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ ଉତ୍ତର ଦେଉଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି କିଏ ସତ କରୁଛନ୍ତି। ଶାସନ ସଚିବ ନା ମୁଖ୍ୟମନ୍ତ୍ରୀ? ସତରେ କ’ଣ ରାଜ୍ୟରେ ମାଓ ପ୍ରବଣ ଜିଲ୍ଲା ସଂଖ୍ୟା କମିଛି।

ଓଡ଼ିଶାରେ ଦୁଇଟି ମାଓ ପ୍ରବଣ ଜିଲ୍ଲା ରହିଛି। ଏପରି ତଥ୍ୟ ରାଜ୍ୟ ମୁଖ୍ୟଶାସନ ସଚିବ ଦେଇଛନ୍ତି। ଜାତୀୟ ମାନବାଧିକାର କମିଶନ ଅଧ୍ୟକ୍ଷ ଜଷ୍ଟିସ ଏଚ୍‌.ଏଲ. ଦତ୍ତୁଙ୍କୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ତଥ୍ୟ ଦେଇଛନ୍ତି। ଆଉ କମ୍‌ ଦିନ ଭିତରେ ଏ ସଂଖ୍ୟା କମିଯିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ ଗତ ବିଧାନସଭା ଅଧିବେଶନରେ ଏକ ପ୍ରଶ୍ନରରେ କୋରାପୁଟଠାରୁ ଆରମ୍ଭ କରି ନୂଆପଡ଼ା ଓ ବରଗଡ଼ରୁ କଳାହାଣ୍ଡି ପର୍ଯ୍ୟନ୍ତ ରାଜ୍ୟର ୧୯ଟି ଜିଲ୍ଲା ମାଓ ଉପଦ୍ରୁତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତର ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଓ ମୁଖ୍ୟ ଶାସନ ସଚିବ ମାନବାଧିକାର କମିଶନ ଆଗରେ ରଖିଥିବା ତଥ୍ୟରେ ଫରକ ଦେଖିବାକୁ ମିଳୁଛି।

ରାଜ୍ୟରେ ଯଦି ମାଓବାଦୀ ଉପଦ୍ରବ କମିଛି ତେବେ ରାଜ୍ୟ ସରକାର ବିଧାନସଭାରେ କାହିଁକି ୧୯ ଜିଲ୍ଲା ମାଓ ପ୍ରଭାବିତ ବୋଲି କହୁଛନ୍ତି? ପ୍ରକୃତରେ ମାଓ ଉପଦ୍ରୁତ ଜିଲ୍ଲା ସଂଖ୍ୟା କମିଛି ନା ଆଇନ ଶୃଙ୍ଖଳା ଠିକ୍‌ ଅଛି ବୋଲି କମିଶନଙ୍କ ଆଗରେ ତଥ୍ୟ ରଖିବାକୁ ଚେଷ୍ଟା କରିଛନ୍ତି ମୁଖ୍ୟଶାସନ ସଚିବ? ତେବେ ଏଭଳି ସ୍ପର୍ଶକାତର ବିଷୟରେ କୌଣସି ମନ୍ତବ୍ୟ ଦେବା ପୂର୍ବରୁ ପ୍ରକୃତ ତଥ୍ୟ ଉପରେ ଗୁରୁତ୍ୱ ଦେବା ଉଚିତ ବୋଲି ବିଶେଷଜ୍ଞ ମତଦେଇଛନ୍ତି।

Related story