ଗିରଫ ସିମି ଆତଙ୍କୀ ଓଡ଼ିଶାରେ ବିଛାଇଥିଲେ ଆତଙ୍କର ଜାଲ

ଭୁବନେଶ୍ୱର: ଓଡ଼ିଶାରୁ ଗିରଫ ସିମି ଆତଙ୍କବାଦୀ ମାନେ ରିଚିଥିଲେ ଭୟଙ୍କର ଷଡଯନ୍ତ୍ର। କେତେବେଳେ ବଡ ବିସ୍ଫୋରଣ ପାଇଁ ଯୋଜନା ତ କେତେବେଳେ ପୋଲିସକୁ ହତ୍ୟା କରିବାକୁ ଏମାନେ କରୁଥିଲେ ରେକି। ମାରାଥାନ୍‌ ଜେରା ବେଳେ ଏକଥା ସ୍ୱୀକାର କରିଛନ୍ତି ୪ ଆତଙ୍କବାଦୀ। ଖାଲି ସେତିକି ନୁହେଁ ଝାରସୁଗୁଡାରୁ ଜଣେ ଡାକ୍ତରଙ୍କୁ ଅପହରଣ ପାଇଁ ମଧ୍ୟ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଥିଲେ ଏହି ଆତଙ୍କବାଦୀ। ଆନ୍ଧ୍ରପ୍ରଦେଶ ପୋଲିସର ପଚରାଉଚରା ବେଳେ ମିଳିଥିବା ତଥ୍ୟ ମୁତାବକ କେବଳ ବିସ୍ଫୋରଣ କିମ୍ବା ବ୍ୟାଙ୍କ […]

terrorist

Rakesh Mallick
  • Published: Friday, 26 February 2016
  • , Updated: 27 February 2016, 03:05 AM IST

ଭୁବନେଶ୍ୱର: ଓଡ଼ିଶାରୁ ଗିରଫ ସିମି ଆତଙ୍କବାଦୀ ମାନେ ରିଚିଥିଲେ ଭୟଙ୍କର ଷଡଯନ୍ତ୍ର। କେତେବେଳେ ବଡ ବିସ୍ଫୋରଣ ପାଇଁ ଯୋଜନା ତ କେତେବେଳେ ପୋଲିସକୁ ହତ୍ୟା କରିବାକୁ ଏମାନେ କରୁଥିଲେ ରେକି। ମାରାଥାନ୍‌ ଜେରା ବେଳେ ଏକଥା ସ୍ୱୀକାର କରିଛନ୍ତି ୪ ଆତଙ୍କବାଦୀ। ଖାଲି ସେତିକି ନୁହେଁ ଝାରସୁଗୁଡାରୁ ଜଣେ ଡାକ୍ତରଙ୍କୁ ଅପହରଣ ପାଇଁ ମଧ୍ୟ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଥିଲେ ଏହି ଆତଙ୍କବାଦୀ।

ଆନ୍ଧ୍ରପ୍ରଦେଶ ପୋଲିସର ପଚରାଉଚରା ବେଳେ ମିଳିଥିବା ତଥ୍ୟ ମୁତାବକ କେବଳ ବିସ୍ଫୋରଣ କିମ୍ବା ବ୍ୟାଙ୍କ ଡକାୟତିରେ ସୀମିତ ନ ଥିଲା ସିମି ଆତଙ୍କବାଦୀଙ୍କ କାରନାମା। ଆନ୍ଧ୍ରପ୍ରଦେଶର ନାଲଗୋଣ୍ଡା ଜିଲ୍ଲାରେ ଏକ ଏନ୍‌କାଉଣ୍ଟରରେ ଏମାନଙ୍କର ଦୁଇ ସହଯୋଗୀଙ୍କ ମୃତ୍ୟୁ ଘଟିଥିଲା। ଏହି ଏନ୍‌କାଉଣ୍ଟରରେ ସାମିଲ ଥିବା ପୋଲିସ ଅଧିକାରୀଙ୍କୁ ହତ୍ୟା କରିବାକୁ ଏମାନେ ସେଠାକୁ ଯାଇ ରେକି କରିଥିଲେ ବୋଲି ଜଣାପଡିଛି।

ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ପୋଲିସର ଜେରା ବେଳେ ମିଳିଥିବା ସୂଚନା ମୁତାବକ ଖଣ୍ଡୱା ଜେଲ ଭାଙ୍ଗି ଫେରାରର ହେବା ମାମଲା ବର୍ତ୍ତମାନ କୋର୍ଟରେ ବିଚାରଧୀନ ରହିଛି। ବିଚାର ସମୟରେ ସାକ୍ଷୀ ଦେଇଥିବା ଲୋକଙ୍କ ହତ୍ୟା କରିବା ପାଇଁ ମଧ୍ୟ ଏମାନେ ଯୋଜନା କରିଥିଲେ ବୋଲି ଜଣାପଡିଛି।

ସେହିଭଳି ଏହି ଗ୍ରୁପ୍‌ର ମାଷ୍ଟରମାଇଣ୍ଡ ଅବୁ ଫଇଜଲ ଓରଫ୍ ଡକ୍ଟରର ଆକାଉଣ୍ଟରୁ ତାଲିବାନକୁ କିଛି ଟଙ୍କା ପଠାଯାଇଥିବା ସୂଚନା ମିଳିଛି। ଓଡ଼ିଶା ଗସ୍ତରେ ଥିବା ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ୱିଙ୍ଗ (ର)ର ଅଧିକାରୀମାନେ ଏ ସଂକ୍ରାନ୍ତରେ ସମସ୍ତ ଆତଙ୍କବାଦୀଙ୍କୁ ଅଲଗା ଅଲଗା ଜେରା କରୁଛନ୍ତି।

ଓଡ଼ିଶା ଲିଙ୍କ୍‌ ନେଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌କୁ ମଧ୍ୟ ନୂଆ ତଥ୍ୟ ପ୍ରମାଣ ମିଳିଛି। ଝାରସୁଗୁଡା ରହଣି କାଳରେ ଜଣେ ଡାକ୍ତରଙ୍କୁ ଅପହରଣ କରିବା ପାଇଁ ଏମାନେ ଚଳାଇଥିଲେ ଯୋଜନା। ମାତ୍ର ବିଫଳ ହେବା ପରେ ସୁନ୍ଦରଗଡ ବ୍ୟାଙ୍କ ଡକାୟତି ପାଇଁ ମନ ବଳେଇଥିଲେ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଏମାନେ ଚୋରି କରିଥିବା ବାଇକ୍‌ ଗୁଡିକୁ ଠାବ କରାଯାଇଛି। ସେଗୁଡିକୁ ଜବତ କରାଯିବା ପରେ ଆହୁରି ଅଧିକ ତଥ୍ୟ ବାହାରିବ ‍ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଓଡ଼ିଶାକୁ କେବଳ ଲୁଚିବା, ଡାକ୍ତରୀ ଚିକିତ୍ସା କରିବା ଓ ଯୋଜନା ପାଇଁ ବ୍ୟବହାର କରୁଥିବା ଏହି ଆତଙ୍କବାଦୀମାନଙ୍କର ଅନ୍ୟ କ’ଣ ଉଦ୍ଦେଶ୍ୟ ଥିଲା, ତାହା ଅଗାମୀ ଦିନରେ ଜେରାରୁ ସ୍ପଷ୍ଟ ହୋଇପାରିବ।

Related story