ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକସନ୍‌ କମିଶନ୍‌ ୱେବସାଇଟ୍‌ ହ୍ୟାକ୍‌

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକସନ୍‌ କମିଶନ୍‌ର ୱେବସାଇଟ୍‌ ହ୍ୟାକ୍‌ ହୋଇଥିବା ବୁଧବାର ଅଭିଯୋଗ ହୋଇଛି। ଫିଲିପାଇନ୍ ସାଇବର୍ ସିଣ୍ଡିକେଟ୍‌ ନାମକ ଏକ ସଂସ୍ଥା ୱେବସାଇଟ୍‌ ହ୍ୟାକ୍‌ କରି ହୋମପେଜ୍‌ରେ ଏକ ମେସେଜ୍‌ ଛାଡ଼ିଛି। ସ୍ୱାଧୀନତା, ସମାନତା ପାଇଁ ଲଢେଇ ଜାରି ରଖିଥିବା ବାର୍ତ୍ତା ହ୍ୟାକର୍‌ ସୂଚନା ଦେଇଛି। ଭ୍ରଷ୍ଟାଚାରକୁ ଦୃଢ ଭାବେ ନିନ୍ଦା କରିବା ସହ ସାଇବର ଦୁନିଆକୁ ସମସ୍ତ ସୁରକ୍ଷା ଦେବାକୁ ହ୍ୟାକର ତା’ର ମେସେଜ୍‌ରେ ଉଲ୍ଲେଖ କରିଛି। ସୂଚନାଯୋଗ୍ୟ, ପୂର୍ବରୁ ଗଞ୍ଜାମ ଜିଲ୍ଲା ପରିବହନ କାର୍ଯ୍ୟାଳୟ ଓ […]

website

Rakesh Mallick
  • Published: Wednesday, 20 April 2016
  • , Updated: 20 April 2016, 11:23 AM IST

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକସନ୍‌ କମିଶନ୍‌ର ୱେବସାଇଟ୍‌ ହ୍ୟାକ୍‌ ହୋଇଥିବା ବୁଧବାର ଅଭିଯୋଗ ହୋଇଛି। ଫିଲିପାଇନ୍ ସାଇବର୍ ସିଣ୍ଡିକେଟ୍‌ ନାମକ ଏକ ସଂସ୍ଥା ୱେବସାଇଟ୍‌ ହ୍ୟାକ୍‌ କରି ହୋମପେଜ୍‌ରେ ଏକ ମେସେଜ୍‌ ଛାଡ଼ିଛି। ସ୍ୱାଧୀନତା, ସମାନତା ପାଇଁ ଲଢେଇ ଜାରି ରଖିଥିବା ବାର୍ତ୍ତା ହ୍ୟାକର୍‌ ସୂଚନା ଦେଇଛି।

ଭ୍ରଷ୍ଟାଚାରକୁ ଦୃଢ ଭାବେ ନିନ୍ଦା କରିବା ସହ ସାଇବର ଦୁନିଆକୁ ସମସ୍ତ ସୁରକ୍ଷା ଦେବାକୁ ହ୍ୟାକର ତା’ର ମେସେଜ୍‌ରେ ଉଲ୍ଲେଖ କରିଛି।

ସୂଚନାଯୋଗ୍ୟ, ପୂର୍ବରୁ ଗଞ୍ଜାମ ଜିଲ୍ଲା ପରିବହନ କାର୍ଯ୍ୟାଳୟ ଓ ଭୁବନେଶ୍ୱର ସ୍ଥିତ ଓୟୁଏଟିର ୱେବ୍‌ସାଇଟ୍, କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ସ୍ଥିତ ଶ୍ରୀ ଶ୍ରୀ ବାୟା ବାବା କଲେଜ୍‌ର ୱେବ୍‌ସାଇଟ୍ ଓ ଓଡ଼ିଶା ଏନ୍‌ଭିରନ୍‌ମେଣ୍ଟ କଂଗ୍ରେସ ନାମକ ଏକ ବେସରକାରୀ ସଂସ୍ଥାର ୱେବସାଇଟ୍‌ ହ୍କୁୟାକ୍‌ କରାଯାଇଥିବା ଅଭିଯୋଗ ଆସିଥିଲା।

Related story