ପେଟ୍ରୋଲକୁ ଟପିଲା ବିଲାତି: କିଲୋ ଛୁଇଁଲା ୮୦  

ଭୁବନେଶ୍ୱର: ପରିବା ବଜାରରେ ଲାଗିଛି ନିଆଁ। ପେଟ୍ରୋଲ୍‌ ରେଟ୍‌କୁ ଟପିଲା ବିଲାତି ଦର। ଏବେ ବିଲାତି କିଲୋ ୮୦ ଟଙ୍କାରେ ବିକ୍ରି ହେଉଛି। ଏହି କଥା ଶୁଣିଲା ବେଳକୁ ହୁସ୍‌ ଉଡି ଯାଉଛି। ଯିଏ ବା ବିଲାତି କିଣୁଛି ବାରମ୍ୱାର ପଚାରୁଛି ‘ଦର କେତେ’। କାରଣ ବିଲାତି ଦର ଆକାଶ ଛୁଆଁ ହୋଇଛି। ଚିନ୍ତାରେ ପଡ଼ିଗଲେଣି ଗୃହିଣୀ। ତରକାରିର ସୁଆଦ ବଢ଼ାଉଥିବା ବିଲାତି ଦରରେ ଲାଗିଛି ନିଆଁ। ମାସକ ତଳେ କିଲୋ ୮ ଟଙ୍କାରେ ମିଳୁଥିଲା ବିଲାତି। […]

tomato-post-1

Rakesh Mallick
  • Published: Thursday, 13 July 2017
  • , Updated: 13 July 2017, 09:20 PM IST

ଭୁବନେଶ୍ୱର: ପରିବା ବଜାରରେ ଲାଗିଛି ନିଆଁ। ପେଟ୍ରୋଲ୍‌ ରେଟ୍‌କୁ ଟପିଲା ବିଲାତି ଦର। ଏବେ ବିଲାତି କିଲୋ ୮୦ ଟଙ୍କାରେ ବିକ୍ରି ହେଉଛି। ଏହି କଥା ଶୁଣିଲା ବେଳକୁ ହୁସ୍‌ ଉଡି ଯାଉଛି। ଯିଏ ବା ବିଲାତି କିଣୁଛି ବାରମ୍ୱାର ପଚାରୁଛି ‘ଦର କେତେ’। କାରଣ ବିଲାତି ଦର ଆକାଶ ଛୁଆଁ ହୋଇଛି।

ଚିନ୍ତାରେ ପଡ଼ିଗଲେଣି ଗୃହିଣୀ। ତରକାରିର ସୁଆଦ ବଢ଼ାଉଥିବା ବିଲାତି ଦରରେ ଲାଗିଛି ନିଆଁ। ମାସକ ତଳେ କିଲୋ ୮ ଟଙ୍କାରେ ମିଳୁଥିଲା ବିଲାତି। ଏବେ ୮୦ ଟଙ୍କା ରେଟ୍ ଶୁଣି ଗ୍ରାହକଙ୍କ ମୁଣ୍ଡ ଝାଇଁ ମାରିଯାଉଛି। ଅନ୍ୟ ତଟକା ପରିବା ଯାହା ଯେମିତି କିଣି ନେଉଛନ୍ତି, ହେଲେ ବିଲାତି ପାଖକୁ ଯିବାକୁ ଡରୁଛନ୍ତି। ଯେଉଁଠି ଲୋକେ ସପ୍ତାହକୁ କିଲେ କି ଦୁଇ କିଲୋ ବିଲାତି ନେଉଥିଲେ, ସେଠି ଏବେ ଅଧାକିଲୋ ନହେଲେ ଅଢ଼େଇଶରେ କାମ ଚଳାଇବାକୁ ବାଧ୍ୟ ହେଉଛନ୍ତି। ଓଡ଼ିଶାରେ ବିଲାତି ଉତ୍ପାଦନ ଠପ୍ ହୋଇଯାଇଥିବାରୁ ଏପରି ସ୍ଥିତି ଉପୁଜିଛି। ଏହାଛଡ଼ା ଆଗରୁ ରାଜ୍ୟର ପ୍ରମୁଖ ପରିବା ବଜାର ଭୁବନେଶ୍ୱରର ୧ ନମ୍ବର ହାଟ ହେଉ ଅବା କଟକର ଛତ୍ରବଜାର ଯେଉଁଠି ଦୈନିକ ୪ରୁ ୫ ଗାଡ଼ି ବିଲାତି ଆସୁଥିଲା। ଏବେ ସେଠି ୨ ଗାଡି ବି ଆସୁନାହିଁ। ସେହି ବିଲାତି ସବୁ ବେଙ୍ଗଲୁରୁରୁ ଆସୁଛି। ତେଣୁ ଦର ଆକାଶ ଛୁଆଁ ରହୁଛି। ଆଗକୁ ବିଲାତି ଦର ୧୦୦ ଟଙ୍କା ଛୁଇଁ ପାରେ ବୋଲି ବେପାରୀ କରୁଛନ୍ତି।

ଗତ ଫେବ୍ରୁଆରୀ ଅଭାବୀ ବିକ୍ରି ଅଭିଯୋଗରେ କେନ୍ଦୁଝରରେ ରାସ୍ତାରେ ବିଲାତି ଫିଙ୍ଗିଥିଲେ ଚାଷୀ। ପରେ ବିଲାତି ଦରବୃଦ୍ଧିକୁ ନେଇ କୃଷି ଓ ଯୋଗାଣ ବିଭାଗ ମଧ୍ୟରେ ଆରମ୍ଭ ହୋଇଥିଲା ଟଣାଓଟରା। କୃଷିମନ୍ତ୍ରୀ କହିଥିଲେ ଫସଲ ଉତ୍ପାଦନ ତାଙ୍କ ବିଭାଗର କାମ, ତେବେ ମାର୍କେଟିଂ ଲିଙ୍କେଜ୍‌ ଅଭାବ ଯୋଗୁଁ ଏଭଳି ଦରବୃଦ୍ଧି ଘଟୁଛି। ସେପଟେ ଯୋଗାଣ ମନ୍ତ୍ରୀ କହିଛନ୍ତି ବିଲାତି ଏକ ଅତ୍ୟାବଶ୍ୟକ ସାମଗ୍ରୀ ନୁହେଁ, ଚାହିଦା ମୁତାବକ ଯୋଗାଣରେ ତାରତମ୍ୟ ଯୋଗୁଁ ଏଭଳି ଅବସ୍ଥା ଉପୁଜୁଛି।

Related story