କାର୍ତ୍ତିକ ଇଫେକ୍ଟ: ଡରାଉଛି ପରିବା ମାର୍କେଟ, ଯାହା ଧରିବ ୫୦

Ordigital Desk
  • Published: Monday, 23 October 2017
  • , Updated: 23 October 2017, 09:36 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧର୍ମର ମାସ ହେଉଛି କାର୍ତ୍ତିକ। ସେଥିପାଇଁ ଓଡ଼ିଆ ଏହି ମାସରେ ନିରାମଷ ଖାଇଥାନ୍ତି। ହେଲେ ଏବେ ପରିବା ମାର୍କେଟ ଡରାଉଛି। ବଜାରରେ ଯାହାକୁ ଧରିବେ ୫୦ ଟଙ୍କା ଉପରେ ରହିଛି। କାର୍ତ୍ତିକ ମାସ ପ୍ରଭାବରେ ପରିବା ଦର ଅଧିକା ଥିବା ଆଲୋଚନା ହେଉଛି।</p> <p>ବଜାରରେ ପରିବା ଦର ଆକାଶଛୁଆଁ ହୋଇଛି। ପୋଟଳ ହେଉ କି ବାଇଗଣ, ଝୁଡଙ୍ଗ ହେଉ କି କାଙ୍କଡ଼ ଦୁଇ ଦିନ ତଳେ ଯାହା ୪୦ରୁ ୫୦ଟଙ୍କାରେ ମିଳୁଥିଲା। ତାହା ଏବେ ୮୦ରୁ ୯୦ଟଙ୍କା ହେଲାଣି। ତା&rsquo;ସହ ପିଆଜ ଦର ବି ତାଳ ଦେଇ ବଢ଼ିବାରେ ଲାଗିଛି। ସାଧାରଣତଃ କାର୍ତ୍ତିକ ମାସରେ ପରିବା ଦର ଟିକିଏ ଚଢ଼ା ଥାଏ। ହେଲେ ଲଘୁଚାପ ବର୍ଷା ଯୋଗୁ</p> <p>&lt;a href=&quot;&quot;&gt;(image) &lt;/a&gt;ମୟୂରଭଞ୍ଜ ଜିଲ୍ଲା ଚମ୍ପାଗଡ଼ିରେ ଗାଁର ଅଧିକାଂଶ ଚାଷୀ ପରିବା ଚାଷ କରି ପରିବାର ଭରଣ ପୋଷଣ କରନ୍ତି। ଚଳିତବର୍ଷ ଧାନ ଚାଷ ଠିକ୍&zwnj; ଭାବେ ହୋଇନଥିବାରୁ ପରିବା ଚାଷୀ ଶୀଘ୍ର କାମ ଆରମ୍ଭ କରିଥିଲେ। ପାଗ ଭଲ ଥିବାରୁ ଚାଷୀ ଫୁଲକୋବି, ବାଇଗଣ, ଲଙ୍କା ଓ ଭେଣ୍ଡି ଚାଷ କରିଥିଲେ। ଏକର ଏକର ଜମିରେ ଚାଷ ହୋଇଥିଲା। ମାତ୍ର ଅଦିନିଆ ବର୍ଷା ସେମାନଙ୍କ ଆଶା ଓ ଭରସା ଭାଙ୍ଗିଦେଲା। ବର୍ଷା ପ୍ରଭାବରେ ଫଲକୋବି ଚାଷ ନଷ୍ଟ ହୋଇଯାଇଛି। ଚାଷ ନଷ୍ଟ ହେବା ପରେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବାରିପଦାର ଅଜୟ କର ଅନ୍ୟ ଜଣଙ୍କ ଦେଢ଼ ଏକର ଜମିରେ ୨୫ ହଜାର ଟଙ୍କା ଖର୍ଚ୍ଚ କରି ବାଇଗଣ ଚାଷ କରିଥିଲେ। ବର୍ଷା ଯୋଗୁଁ ଗଛରୁ ପତ୍ର ଝଡ଼ିଯାଇଛି। ଆଉ କେଉଁଠି ଗଛରୁ ଫୁଲ ଝଡ଼ି ପଡ଼ିଗଲାଣି।</p> <p>https://youtu.be/e4TvSADdPC4</p>

Related story