ଓଡ଼ିଶାକୁ ପଇସାଟିଏ ନ ଦେଇ ବିହାରକୁ ୧ ଲକ୍ଷ ୨୫ ହଜାର କୋଟି ଦେବା ଆଦୌ ଗ୍ରହଣୀୟ ନୁହେଁ: ଭର୍ତ୍ତୃହରି

ଭୁବନେଶ୍ୱର: ବିହାରକୁ ବଡ଼ ଆର୍ଥିକ ପ୍ୟାକେଜ୍ ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ଘୋଷଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ଓଡ଼ିଶାକୁ ପଇସାଟିଏ ନ ଦେଇ ବିହାରକୁ ୧ ଲକ୍ଷ ୨୫ ହଜାର କୋଟି ଟଙ୍କ। ଦେବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ଏକ ନିର୍ବାଚନୀ ଚାଲ ହୋଇପାରେ ବୋଲି ସେ କହିଛନ୍ତି। ନୀତି ଆୟୋଗ ପାଇଁ ୨୦ ହଜାର କୋଟି ଟଙ୍କ।ର […]

bharturhari

Rakesh Mallick
  • Published: Wednesday, 19 August 2015
  • , Updated: 19 August 2015, 02:52 AM IST

ଭୁବନେଶ୍ୱର: ବିହାରକୁ ବଡ଼ ଆର୍ଥିକ ପ୍ୟାକେଜ୍ ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ଘୋଷଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ଓଡ଼ିଶାକୁ ପଇସାଟିଏ ନ ଦେଇ ବିହାରକୁ ୧ ଲକ୍ଷ ୨୫ ହଜାର କୋଟି ଟଙ୍କ। ଦେବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ଏକ ନିର୍ବାଚନୀ ଚାଲ ହୋଇପାରେ ବୋଲି ସେ କହିଛନ୍ତି। ନୀତି ଆୟୋଗ ପାଇଁ ୨୦ ହଜାର କୋଟି ଟଙ୍କ।ର ଆର୍ଥିକ ବ୍ୟବସ୍ଥା କରାଯାଇଥିବାବେଳେ ବିହାର ପାଇଁ ଏତେ ପଇସା କେଉଠୁ ଆସିବ ବୋଲି ସାଂସଦ ଭର୍ତ୍ତୃହରି ମହତାବ ପ୍ରଶ୍ନ କରିଛନ୍ତି। ଆନ୍ଧ୍ର, ବିହାର ଓ ପଶ୍ଚିମବଙ୍ଗ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା ହୋଇଥିବା ବେଳେ ଓଡିଶାକୁ କାହିଁକି ନ୍ୟାୟ ମିଳୁନି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟ ସରକାରଙ୍କ ସମସ୍ତ ପ୍ରୟାସ ପ୍ରତି ମୋଦି ଆଦୌ କର୍ଣ୍ଣପାତ କରୁନଥିବା ଭର୍ତ୍ତୃହରି କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ବିହାରର ଆରା ଜିଲ୍ଲାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ମୋଦି ବିହାର ପାଇଁ ୧ ଲକ୍ଷ ୨୫ ହଜାର କୋଟି ଟଙ୍କ।ର ସହାୟତା ଘୋଷଣା କରିଥିଲେ। ଏହି ଅର୍ଥ ବିହାରର ଭାଗ୍ୟ ବଦଳାଇଦେବ ବୋଲି କହିଥିଲେ ମୋଦି। ଅନ୍ୟପକ୍ଷରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ ଏହି ଅନୁଦାନ ଘୋଷଣା କରି କେନ୍ଦ୍ର ସରକାର କୌଣସି ଦୟା କରି ନାହାନ୍ତି। ଏହା ବିହାରର ଅଧିକାର ଯାହା ବହୁ ପୂର୍ବରୁ ମିଳିଥିଲା।

Related story