ବୃଦ୍ଧା ମା’ ଖୋଜୁଛି ମମତାର ମୂଲ: ଛଅଟି ପୁଅ ଥାଇ ବି ଅଲୋଡ଼ା

ଭୁବନେଶ୍ୱର: ଛଅ ଛଅଟି ପୁଅ ଅଛନ୍ତି। ହେଲେ ବାର ଦୁଆର ହେଉଛନ୍ତି ୮୭ ବର୍ଷର ବୁଢ଼ି ମା’। ପିଲାମାନଙ୍କ ଦେଖାରଖାରେ ବୟସର ଅପରାହ୍ନ କଟିଯିବ ବୋଲି ଭାବୁଥିବା ଏହି ବୁଢ଼ି ମା’ର ସ୍ୱପ୍ନ ଭାଙ୍ଗି ଚୂରମାର ହୋଇଯାଇଛି। ଏବେ ହ୍ୱିଲ୍ ଚେୟାରରେ କଟୁଛି ଜୀବନ। ପୁଅମାନଙ୍କ ପାଖରୁ ନିରାଶ ହେବା ପରେ ଏବେ ଶେଷ ସମୟରେ ଆସରା ଟିକେ ପାଇଁ ପୋଲିସ୍‌ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏହି ବୃଦ୍ଧା ମା’। ହ୍ୱିଲ୍ ଚେୟାରରେ ବସି ପୋଲିସ୍‌ କମିଶନଙ୍କ […]

old man

Rakesh Mallick
  • Published: Tuesday, 06 June 2017
  • , Updated: 06 June 2017, 11:31 AM IST

ଭୁବନେଶ୍ୱର: ଛଅ ଛଅଟି ପୁଅ ଅଛନ୍ତି। ହେଲେ ବାର ଦୁଆର ହେଉଛନ୍ତି ୮୭ ବର୍ଷର ବୁଢ଼ି ମା’। ପିଲାମାନଙ୍କ ଦେଖାରଖାରେ ବୟସର ଅପରାହ୍ନ କଟିଯିବ ବୋଲି ଭାବୁଥିବା ଏହି ବୁଢ଼ି ମା’ର ସ୍ୱପ୍ନ ଭାଙ୍ଗି ଚୂରମାର ହୋଇଯାଇଛି। ଏବେ ହ୍ୱିଲ୍ ଚେୟାରରେ କଟୁଛି ଜୀବନ। ପୁଅମାନଙ୍କ ପାଖରୁ ନିରାଶ ହେବା ପରେ ଏବେ ଶେଷ ସମୟରେ ଆସରା ଟିକେ ପାଇଁ ପୋଲିସ୍‌ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏହି ବୃଦ୍ଧା ମା’।

ହ୍ୱିଲ୍ ଚେୟାରରେ ବସି ପୋଲିସ୍‌ କମିଶନଙ୍କ ପାଖକୁ ଆସିଥିଲେ ଜାନକୀ ମହାନ୍ତି। ସାଙ୍ଗରେ ଥିଲେ ଝିଅ। ନିଜ କୋହଭରା କରୁଣ କାହାଣୀ ଜଣାଇ ସାହାଯ୍ୟ ଭିକ୍ଷା କରିଛନ୍ତି।

ଜାନକୀ ଏବେ ରୋଗାଗ୍ରସ୍ତ। ବୟସ ବଢିବା ସହ କାହିଁ କେତେ ରୋଗ ଆବୋରି ଧରିଛି। ହୃଦରୋଗ, ମଧୁମେହ ଆଉ ପାରାଲିସିସ୍ ତାଙ୍କୁ ଏକପ୍ରକାର ପଙ୍ଗୁ କରି ଦେଇଛି। ହେଲେ ୯ମାସ ଗର୍ଭରେ ଧରିଥିବା ୬ ପୁଅଙ୍କ ମଧ୍ୟରୁ କାହାର ବି ଇଚ୍ଛା ନାହିଁ ଏପରି ସ୍ଥିତିରେ ମା’କୁ ନିଜ ପାଖରେ ରଖିବାକୁ। ଯାହା ପଣତ ଛାଇରେ ବଢି ଆଜି ମଣିଷ ହୋଇଛନ୍ତି ତାଙ୍କ ଦାୟିତ୍ୱ ନେବା ଏମାନଙ୍କ ପାଇଁ ବୋଝ ପାଲଟି ଯାଇଛି। ସେଥିପାଇଁ ଝିଅ ସାଙ୍ଗରେ ପୋଲିସ୍ କମିଶନରଙ୍କୁ ଭେଟି ଦୁଃଖ  ଜଣାଇଛନ୍ତି ଜାନକୀ।

 

Related story