ପ୍ରେମ ପାଇଁ ଜୀବନ ତୁଚ୍ଛ: ଟ୍ରେନ୍‌ ଆଗକୁ ଡେଇଁଲେ ଯୁବକ-ଯୁବତୀ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଘୁଁଘୁପାହାଡ଼ି ନିକଟରେ ଟ୍ରେନ୍‌ ଉପରକୁ ଡେଇଁ ଯୁବକ-ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ। ସେମାନେ ହେଲେ କ୍ରେଣ୍ଡା ଗାଁର ଗଣେଶ ଦେବଗମ୍ ଓ ଘୁଁଘୁପାହାଡ଼ି ଗାଁର ନାବାଳିକା ରାନୀ ସମାଡ଼। ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗଣେଶଙ୍କ ମୁଣ୍ଡ ଓ ଗୋଡ଼ର କିଛି ଅଂଶ କଟି ଯାଇଥିବା ବେଳେ ରାନୀଙ୍କ ମୁଣ୍ଡରେ ଆଘାତ ଲାଗିଛି। ପ୍ରାୟ ଏକ ବର୍ଷ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ […]

Rakesh Mallick
  • Published: Friday, 15 September 2017
  • , Updated: 15 September 2017, 10:51 AM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଘୁଁଘୁପାହାଡ଼ି ନିକଟରେ ଟ୍ରେନ୍‌ ଉପରକୁ ଡେଇଁ ଯୁବକ-ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ। ସେମାନେ ହେଲେ କ୍ରେଣ୍ଡା ଗାଁର ଗଣେଶ ଦେବଗମ୍ ଓ ଘୁଁଘୁପାହାଡ଼ି ଗାଁର ନାବାଳିକା ରାନୀ ସମାଡ଼। ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗଣେଶଙ୍କ ମୁଣ୍ଡ ଓ ଗୋଡ଼ର କିଛି ଅଂଶ କଟି ଯାଇଥିବା ବେଳେ ରାନୀଙ୍କ ମୁଣ୍ଡରେ ଆଘାତ ଲାଗିଛି।

ପ୍ରାୟ ଏକ ବର୍ଷ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା କୁହାଯାଉଛି। ଗତକାଲି ଗଣେଶ ବିବାହ ପ୍ରସ୍ତାବ ନେଇ ରାନୀଙ୍କ ଘରକୁ ଯାଇଥିଲେ। କିନ୍ତୁ ପରିବାର ଲୋକେ ବିବାହ ପାଇଁ ରାଜି  ନ ହେବାରୁ ଆଜି ସକାଳେ ଏମାନେ ଟାଟା-ବାଦାମପାହାଡ଼ ରେଲୱେ ଲାଇନ୍‌ରେ ଏକ ମାଲବାହୀ ଟ୍ରେନ୍‌ ଉପରକୁ ଡେଇଁ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ପୋଲିସ୍ ଏ ନେଇ ତଦନ୍ତ ଆରମ୍ଭ କରିଛି।

Related story