ଗୁମସୁମ୍ ଗୁମୁଡୁମାହା, ବର୍ଷେ ପରେ ବି ବଦଳିନି ଚିତ୍ର

କନ୍ଧମାଳ: କନ୍ଧମାଳ ଜିଲ୍ଲା ଗୁମୁଡୁମାହା ଗୁଳିକାଣ୍ଡକୁ ବର୍ଷେ ପୂରିଛି। ମାଓବାଦୀ ସନ୍ଦେହରେ ଅନ୍ଧାର ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଟଳି ପଡ଼ିଥିଲେ ଏହି ଗାଁର ଜଣେ ୮ମାସର ଶିଶୁ ସହ ୫ଜଣ ଲୋକ। ଘଟଣାକୁ ନେଇ ଜୋର ଧରିଥିଲା ରାଜନୀତି। ଛୁଟିଥିଲା ନେତା ଓ ମନ୍ତ୍ରୀଙ୍କ ସୁଅ। ସବୁ ମୌଳିକ ସୁବିଧାରୁ ବଞ୍ଚିତ ଏ ଗାଁ ପାଇଁ ସମସ୍ତେ ଦେଖାଇଥିଲେ ଦରଦ।

ବର୍ଷେ ପରେ କଣ ଅଛି ଗାଁର ଅବସ୍ଥା, ସ୍ଥିତି ପରଖିଥିଲା ଘରୋଇ ଟେଲିଭିନ୍ ଚ୍ୟାନେଲ୍ ଓଟିଭି।

[vc_video link="" align="center"]

ଯେଉଁଆଡ଼େ ଚାହିଁଲେ କାଦୁଅ ପଚ୍ ପଚ୍।  ଚାଲି ଚାଲି ଯିବା ମଧ୍ୟ କଷ୍ଟକର ବ୍ୟାପାର। ଏ ହେଉଛି  କନ୍ଧମାଳ ଜିଲ୍ଲା କୁର୍ତିମଗଡ଼ରୁ ଗୁମୁଡୁମାହାକୁ ଯିବା ରାସ୍ତା।  ଗୁମୁଡୁମାହା ଗୁଳିକାଣ୍ଡ ଘଟଣା ପରେ ଏହି ରାସ୍ତାରେ ପାଦ ପଡ଼ିଥିଲା କେତେ ନେତାମନ୍ତ୍ରୀଙ୍କର।  ହେଲେ ଏମାନଙ୍କର ସିନା ଏବେ ଦର୍ଶନ ନାହିଁ, କିନ୍ତୁ ଗ୍ରାମବାସୀଙ୍କୁ ଏହି ରାସ୍ତା ଦେଇ ସବୁଦିନ ଯିବାକୁ ପଡୁଛି।  ଗୁଳିକାଣ୍ଡ ପରେ ମୃତକଙ୍କ ପରିବାରକୁ ସମବେଦନା ସହ ଅଞ୍ଚଳର ବିକାଶ ପାଇଁ ସମସ୍ତେ ଦେଇଥିଲେ ପ୍ରତିଶ୍ରୁତି। ଏହାକୁ ନେଇ ରାଜନୀତି ମଧ୍ୟ ଜୋରଧରିଥିଲା।

ହେଲେ ଏହାରି ମଧ୍ୟରେ ଏହି ଘଟଣାକୁ ପୂରିଛି ବର୍ଷେ ।  ମୃତକଙ୍କ ପରିବାର ଲୋକେ ଅନୁକମ୍ପା ରାଶି ପାଇଛନ୍ତି, କିନ୍ତୁ ରାସ୍ତା, ପାନୀୟ ଜଳ ଭଳି ଅନେକ ମୌଳିକ ସୁବିଧାରୁ ଏବେ ବି ବଞ୍ଚିତ ଗ୍ରାମବାସୀ।

ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ବେଳେ ଶିକାର ହୋଇଥିଲେ ନିରୀହ ଆଦିବାସୀ ।  ଘଟଣା ପରେ ଏହି ଅଞ୍ଚଳ ଉପରେ ନଜର ପଡ଼ିଥିଲା ଅନେକ ନେତାଙ୍କର।  ଅଞ୍ଚଳର ବିକାଶ ପାଇଁ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା, ହେଲେ ଏସବୁ ଏବେ ପାଣିରଗାର। ଏପଟେ ପିଡି ଡିଆରଡିଏ ତୁଷାରକାନ୍ତ ମହାନ୍ତିଙ୍କ କହିବାକଥା, ଗୁମୁଡୁମାହାରେ ଅନେକ ବିକାଶ ମୂଳକ କାମ ହୋଇଛି,  ଯାହା ସବୁ ଅଭିଯୋଗ ରହିଛି, ତାର ସମୀକ୍ଷା କରାଯାଇ ସମାଧାନ କରାଯିବ ।

Ordigital Desk
• Published: Saturday, 08 July 2017
• Updated: 08 July 2017, 02:20 PM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos