ଅଳଙ୍କାର ପିନ୍ଧିବା ବେଳେ ରୁହନ୍ତୁ ସାବଧାନ: ହଜିଗଲେ ଭୋଗିବେ ଏହି ସମସ୍ୟା

ଧାର୍ମିକ ଗ୍ରନ୍ଥ ଓ ପୁରାଣ ଅନୁସାରେ  ଶରୀରର କୌଣସି ଅଳଙ୍କାର ହଜିବା ଦୁର୍ଭାଗ୍ୟ ଆଣିଥାଏ।  କୁହାଯାଏ ବୃହଷ୍ପତିଙ୍କ କୋପଦୃଷ୍ଟି ପଡିଲେ ସୁନା ହଜିଥାଏ। ସୁନା ହଜିବା ଦ୍ୱାରା ପାରିବାରିକ କଳହ ଓ ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖାଯାଇଥାଏ। ସେପରି ସୁନା ପାଇବା ମଧ୍ୟ ଖରାପ। ମିଳିଥିବା ସୁନାକୁ ଘରେ ରଖିବା ଦ୍ୱାରା ପରିବାରର ସଦସ୍ୟ ବେମାର ରହିଥାନ୍ତି। ସୁନା ପାଇଲେ ତାହାକୁ ପାଖରେ ନରଖି ବିକ୍ରି କରି କିଛି ଭାଗ ଗରିବଙ୍କୁ ଦାନ କରିଦେଲେ ଖରାପ ପ୍ରଭାବ […]

20 copy

20 copy

Rakesh Mallick
  • Published: Wednesday, 13 December 2017
  • Updated: 13 December 2017, 01:39 PM IST

Sports

Latest News

ଧାର୍ମିକ ଗ୍ରନ୍ଥ ଓ ପୁରାଣ ଅନୁସାରେ  ଶରୀରର କୌଣସି ଅଳଙ୍କାର ହଜିବା ଦୁର୍ଭାଗ୍ୟ ଆଣିଥାଏ।  କୁହାଯାଏ ବୃହଷ୍ପତିଙ୍କ କୋପଦୃଷ୍ଟି ପଡିଲେ ସୁନା ହଜିଥାଏ। ସୁନା ହଜିବା ଦ୍ୱାରା ପାରିବାରିକ କଳହ ଓ ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖାଯାଇଥାଏ। ସେପରି ସୁନା ପାଇବା ମଧ୍ୟ ଖରାପ। ମିଳିଥିବା ସୁନାକୁ ଘରେ ରଖିବା ଦ୍ୱାରା ପରିବାରର ସଦସ୍ୟ ବେମାର ରହିଥାନ୍ତି। ସୁନା ପାଇଲେ ତାହାକୁ ପାଖରେ ନରଖି ବିକ୍ରି କରି କିଛି ଭାଗ ଗରିବଙ୍କୁ ଦାନ କରିଦେଲେ ଖରାପ ପ୍ରଭାବ କଟିଯାଏ। ତେବେ ଆସନ୍ତୁ ଜାଣିବା  ଶରୀରର କେଉଁ ଅଳଙ୍କାର ହଜିବା ଦ୍ୱାରା କେଉଁ କ୍ଷତି ହେବାର ଆଶଙ୍କା ରହିଥାଏ।

  • ୧. ଶାସ୍ତ୍ରରେ ଉଲ୍ଲେଖ ରହିଛି ନାକ ଆଭୂଷଣ ହଜିବା ଦ୍ୱାରା ଭବିଷ୍ୟତରେ ବଦନାମ ଅବା ଅପମାନ ହେବାର ଆଶଙ୍କା ରହିଥାଏ।
  • ୨. ମଥାର କୌଣସି ଗହଣା ହଜିଗଲେ ତେବେ ଆସୁଥିବା ସମୟରେ କାର୍ଯ୍ୟରେ ବାଧା ଉପୁଜିବ।
  • ୩. କାନର କୌଣସି ଗହଣା ହଜିଲେ ଆଗକୁ କୌଣସି ଖରାପ ଖବର ମିଳିବାର ସୂଚନା ମିଳିଥାଏ।
  • ୪. ବାଜୁବନ୍ଦ ହଜିବା ଦ୍ୱାରା ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ବୋଲି ବିଶ୍ୱାସ ରହିଛି।
  • ୫.  ସୁନା ଚୁଡି ବା କଙ୍କଣ ହଜିବା ଦ୍ୱାରା ମାନ ସମ୍ମାନରେ ହାନୀ ହୋଇଥାଏ।
  • ୬. ମୁଦି ହଜିଲେ ଜାଣିବେ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟା ଦେଖାଯାଇ ପାରେ।
  • ୭. ଡାହାଣ ପାଦର ପାଉଞ୍ଜି ହଜିବା ଦ୍ୱାରା ସମାଜରେ ବଦନାମ ହେବାର ଆଶଙ୍କା ଥାଏ।
  • ୮. ବାମ ପାଦର ପାଉଞ୍ଜି ହଜିବା ଦୁର୍ଘଟଣା ଅବା ମହାବିପଦର ସଙ୍କେତ ଦେଇଥାଏ।
  • ୯  ମହିଳାଙ୍କ ଅଣ୍ଟାପଟି ହଜିଲେ ସ୍ୱାମୀ ଶାରୀରିକ ଅସୁସ୍ଥତା ଭୋଗିବାର ଆଶଙ୍କା ଥାଏ ବୋଲି ବିଶ୍ୱାସ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos