ଓଆରଭି ଆଇନ କାର୍ଯ୍ୟକାରୀ ଦାବିରେ ବିରୋଧୀ ବିଧାୟକଙ୍କ ପୁଣି ଧାରଣା

ଭୁବନେଶ୍ୱର: ଓଆରଭି ଆଇନ କାର୍ଯ୍ୟକାରୀ କରିବା ଦାବିରେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ସମ୍ମୁଖରେ ପୁଣି ଧାରଣାରେ ବସିଛନ୍ତି କଂଗ୍ରେସ ଓ ବିଜେପି ବିଧାୟକ। ଉଚ୍ଚଶିକ୍ଷା କ୍ଷେତ୍ରରେ ୩୮ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ସରକାର କହିଥିଲେ ମଧ୍ୟ ମେଡିକାଲ ଓ ଇଂଜିନିୟରିଂ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେଉ ନ ଥିବା ବିଧାୟକମାନେ ଅଭିଯୋଗ କରିଛନ୍ତି। ଗତ ସପ୍ତାହରେ ମଧ୍ୟ ସମାନ ଦାବି ନେଇ କଂଗ୍ରେସ ଓ ବିଜେପି ବିଧାୟକମାନେ ଧାରଣାରେ ବସିଥିଲେ। ବାଚସ୍ପତିଙ୍କ ସହ ଆଲୋଚନା ପରେ […]

mla

Rakesh Mallick
  • Published: Wednesday, 11 May 2016
  • , Updated: 12 May 2016, 07:54 AM IST

ଭୁବନେଶ୍ୱର: ଓଆରଭି ଆଇନ କାର୍ଯ୍ୟକାରୀ କରିବା ଦାବିରେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ସମ୍ମୁଖରେ ପୁଣି ଧାରଣାରେ ବସିଛନ୍ତି କଂଗ୍ରେସ ଓ ବିଜେପି ବିଧାୟକ। ଉଚ୍ଚଶିକ୍ଷା କ୍ଷେତ୍ରରେ ୩୮ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ସରକାର କହିଥିଲେ ମଧ୍ୟ ମେଡିକାଲ ଓ ଇଂଜିନିୟରିଂ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେଉ ନ ଥିବା ବିଧାୟକମାନେ ଅଭିଯୋଗ କରିଛନ୍ତି।

ଗତ ସପ୍ତାହରେ ମଧ୍ୟ ସମାନ ଦାବି ନେଇ କଂଗ୍ରେସ ଓ ବିଜେପି ବିଧାୟକମାନେ ଧାରଣାରେ ବସିଥିଲେ। ବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ତେବେ ଦାବି ପୂରଣ ନେଇ ସରକାର ପଦକ୍ଷେପ ନ ନେବା ଅଭିଯୋଗରେ ଆଜି ପୁଣି ବିଧାୟକମାନେ ଧାରଣା ଦେଇଛନ୍ତି। ଏହି ଧାରଣାରେ କିଛି ପୂର୍ବତନ ବିଧାୟକ ମଧ୍ୟ ସାମିଲ ହୋଇଛନ୍ତି।

ଧାରଣାରତ ବିଧାୟକମାନଙ୍କ ସହ ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରଥମେ ଆଲୋଚନା କରିଥିଲେ। ପରେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଲାଲ ବିହାରୀ ହିମିରିକାଙ୍କୁ ବିଧାୟକମାନଙ୍କ ସହ ଆଲୋଚନା କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ବାଚସ୍ପତିଙ୍କ ରୁଲିଂ ଅନୁସାରେ ମନ୍ତ୍ରୀ ହିମିରିକା ଧାରଣାରତ ବିଧାୟକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଏହା ସଫଳ ହୋଇନାହିଁ।

Related story