ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ: ସହକାରୀ ଯନ୍ତ୍ରୀ ଗିରଫ, ୩ ଡିରେକ୍ଟରଙ୍କ ନାଁରେ ଲାଗିଲା ସଙ୍ଗୀନ ଦଫା

Ordigital Desk
  • Published: Monday, 11 September 2017
  • , Updated: 11 September 2017, 03:08 PM IST
<p>ଭୁବନେଶ୍ୱର: ଭୁବନେଶ୍ୱର ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣାରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ। ସହକାରୀ ଯନ୍ତ୍ରୀ ବଂଶୀଧର ପ୍ରହରାଜଙ୍କୁ ଆଜି କମିଶନରେଟ୍&zwnj; ପୋଲିସ୍ ଗିରଫ କରିଛି। ସେହିପରି ନିର୍ବାହୀ ଯନ୍ତ୍ରୀ କିଶୋର ରାଉତଙ୍କୁ ପୋଲିସ ଖୋଜୁଛି। ଏହି ଘଟଣା ପରେ ସେ ଫେରାର ହୋଇ ଯାଇଥିବା ସନ୍ଦେହ କରାଯାଉଛି। କାରଣ ପୋଲିସ ତାଙ୍କର ଖୋଜ ଖବର ପାଉ ନାହିଁ।</p> <p>ସେହିପରି ପୋଲଟିର ନିର୍ମାଣ ଦାୟିତ୍ୱରେ ନେଇ ଥିବା ସଂସ୍ଥା &lsquo;ପଣ୍ଡା ଇନ୍&zwnj;ଫ୍ରା&rsquo;ର ୩ ଜଣ ବୋର୍ଡ ଅଫ୍ ଡାଇରେକ୍ଟରଙ୍କ ନାଁରେ ମଧ୍ୟ ସଙ୍ଗୀନ ଦଫା ଲଗାଯାଇଛି। ସେମାନେ ହେଲେ ମ୍ୟାନେଜିଂ ଡିରେକ୍ଟର ପ୍ରତାପ ପଣ୍ଡା ଏବଂ ଦୁଇ ଡିରେକ୍ଟର ସୁଜାତା ପଣ୍ଡା ଓ ସନ୍ତୋଷ ପଣ୍ଡା। ଏମାନଙ୍କ ନାଁରେ ୨୮୪ , ୩୦୪, ୩୩୭, ୩୩୮ ଓ ୩୪ ଆଇପିସି ଦଫାରେ ମାମଲା ରୁଜୁ କରିଛି କମିଶନରେଟ୍ ପୋଲିସ। &nbsp;ଆବଶ୍ୟକ ପଡ଼ିଲେ ଏହି&nbsp; ୩ ଜଣଙ୍କ ନାଁରେ ଲୁକ୍ ଆଉଟ ସର୍କୁଲାର ଜାରି କରାଯିବ ବୋଲି ପୋଲିସ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି।</p> <p>ଓଭରବ୍ରିଜ୍&zwnj; ଭୁଶୁଡ଼ିବା ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଥିବା ରାଜ୍ୟ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି।&nbsp; ଚିଫ୍ ଇଞ୍ଜିନିୟର ଡିଜାଇନ୍ ଓ ଚିଫ୍ ଇଞ୍ଜିନିୟର ରୋଡସ୍&zwnj; ଏହି ତଦନ୍ତ କରିବେ। &nbsp;ସେମାନଙ୍କୁ ୭ ଦିନ ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି।&nbsp; ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୂର୍ତ୍ତ ସଚିବ। ଗତକାଲି &nbsp;ପୂର୍ବାହ୍ନରେ ଏହି ଦୁର୍ଘଟଣା ଘଟିଥିଲା। ଏହା ପରେ ଦୁଇ ଜଣ ଯନ୍ତ୍ରୀଙ୍କୁ ସଙ୍ଗେ ସଙ୍ଗେ ନିଲମ୍ବିତ କରାଯାଇଥିଲା। ପରେ ଆଉ ଜଣେ ନିର୍ବାହୀ ଯନ୍ତ୍ରୀ ଦୁଃଖବନ୍ଧୁ ବେହେରାଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି।</p> <p>ସୂଚନାଯୋଗ୍ୟଯେ, ଗତକାଲି ନିର୍ମାଣାଧୀନ ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ି ପଡ଼ିଥିଲା। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିଲେ। ଆହତମାନେ &nbsp;କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଲକ୍ଷ ଟଙ୍କାର ସହାୟତା ରାଶି &nbsp;ଘୋଷଣା କରିଛନ୍ତି। ଏଥିସହ ଆହତମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ ବୋଲି କହିଛନ୍ତି।</p>

Related story